News 18 Odia Digital
ନୂଆଦିଲ୍ଲୀ: ବିବାହ (marriage) ସାଧାରଣତଃ ଏକ ଉତ୍ସବ ଏକ ଖୁସି ତଥା ବନ୍ଧୁ ମିଳନର ସମୟ ବୋଲି ସମସ୍ତେ ଜାଣନ୍ତି । ବିବାହକୁ ପ୍ରାୟ ସବୁ ଧର୍ମରେ ଏକ ପବିତ୍ର ତଥା ଶୁଭ କାର୍ଯ୍ୟ ବୋଲି ମନାଯାଇଥାଏ । କିନ୍ତୁ ଗୋଟିଏ ବିବାହ ମଣ୍ଡପରେ ବର ଓ କନ୍ୟାଙ୍କ ମଧ୍ୟରେ ଚାପୁଡା ମାରିବାର ଫଟୋ ସୋସିଆଲ ମିଡିଆ (social media)ରେ ଭାଇରାଲ୍ ହୋଇଛି ।
ବର ଯେତେବେଳେ ତାଙ୍କ ପତ୍ନୀଙ୍କୁ ମିଠା ଦେବାକୁ ଯାଇଥିଲେ ସେତେବେଳେ ହିଁ ଏହା ଘଟିଥିବା କୁହାଯାଉଛି । ତେବେ କାରଣ ଯାହା କୁହାଯାଉଛି କନ୍ୟାଙ୍କ ଅଙ୍ଗଭଙ୍ଗୀ ବରଙ୍କୁ ପସନ୍ଦ ଆସିଲା ନାହିଁ । ସେହି କାରଣରୁ ଚାପୁଡା ମାରିବା ପର୍ଯ୍ୟନ୍ତ କଥା ଯାଇଛି । ବର ନିଜର କନ୍ୟାଙ୍କୁ ମିଠା ଖୁଆଇବା ସମୟରେ କନ୍ୟା ମନା କରିଥିଲେ । ବର ସାମାନ୍ୟ ବାଧ୍ୟ କରିଥିଲେ ମଧ୍ୟ କନ୍ୟା ଜଣଙ୍କ କଥା ନମାନି ପଛକୁ ଆଉଜି ପଡିଥିଲେ । ଯେଉଁ କାରଣରୁ ବର ଆଉଟିକେ ପାଖକୁ ଆସି ମିଠା ଖୁଆଇଦେବାପାଇଁ ପ୍ରସ୍ତୁତ ହେଲେ । ଯେଉଁ କାରଣରୁ କନ୍ୟାଜଣଙ୍କ ରାଗିଗଲେ ଏବଂ ବର ଗାଲରେ ଗୋଟିଏ ଚାପୁଡା ବଜେଇଦେଲେ ।
ସମସ୍ତଙ୍କ ସାମ୍ନାରେ ବରଙ୍କ ଗାଲରେ ଚାପୁଡା ମାରିବାରୁ ବର ମଧ୍ୟ ଖୁବ୍ ରାଗିଯାଇଥିଲେ । ଉଭୟଙ୍କ ମଧ୍ୟରେ ଠେଲା ପେଲା ସହ ବର ଜଣଙ୍କ ମହିଳାଙ୍କୁ ଦୁଇ ଥର ଚାପୁଡ଼ା ମାରି ପ୍ରତିଶୋଧ ନେଲେ । କେବଳ ସେତିକି ନୁହେଁ ପରସ୍ପରଙ୍କର କେଶକୁ ଧରି ଉଭୟ ଭିଡାଭିଡି ହୋଇଥିଲେ ମଣ୍ଡପରେ । ଏହି ସମୟରେ, ପାଖରେ ଛିଡା ହୋଇଥିବା ଲୋକମାନେ ଉଭୟଙ୍କୁ ଶାନ୍ତ କରାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସବୁ ବୃଥା ହୋଇଥିଲା ।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଟ୍ୱିଟରରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିଛନ୍ତି । କିଛି ଟ୍ୱିଟର ବ୍ୟବହାରକାରୀ ଏହାକୁ ସତ ଭାବିଥିବାବେଳେ ଆଉ କେହି ଏହାକୁ ମିଛ କହୁଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି ଯେ, ଉଭୟେ ବିବାହ କରିବା ପାଇଁ ଉପଯୁକ୍ତ ନୁହଁନ୍ତି , କାରଣ ଦୁହିଁଙ୍କର ମନ ମିଶୁନାହିଁ ।
ଅନ୍ୟଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି ଯେ, ମୁଁ ଭାବୁଛି ଏମାନେ ସ୍ୱାମୀ ଏବଂ ସ୍ତ୍ରୀ ନୁହଁନ୍ତି । ସେହିପରି ଆଉଜଣେ ବ୍ୟକ୍ତି କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହେବା ଏବଂ ଲାଇକ୍ ପାଇବା ପାଇଁ ଏପରି ଜାଣିଶୁଣି କରାଯାଇଛି । ଜଣେ ବ୍ୟକ୍ତି କହିଛନ୍ତି ଯଦି ଏହା ଅଭିନୟ ହୋଇଥାଏ ତେବେ ଏ ଦୁହେଁ ଭଲ ଅଭିନେତା ନୁହଁନ୍ତି । ଏପରି କରିବା ହାସ୍ୟସ୍ପଦ ଅଟେ । ସେହିପରି ଆଉଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ଟଙ୍କା ରୋଜଗାର ପାଇଁ ଏପରି କରାଯାଇଛି ।
ଦେଖନ୍ତୁ ଭିଡିଓ- https://twitter.com/gharkekalesh/status/1602513927824293890?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1602513927824293890%7Ctwgr%5Ec6a694691b6b2b1e1caa1749bc340207398ba2eb%7Ctwcon%5Es1_&ref_url=https%3A%2F%2Fwww.news18.com%2Fviral%2Fon-wedding-stage-bride-and-groom-shower-each-other-with-slaps-7592329.html
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।