Green Tea: ପତଳା ହେବା ପାଇଁ ଅଧିକ ଗ୍ରୀନ ଟି ପିଇବା ଦେହ ପାଇଁ କ୍ଷତିକାରକ

Excessive Green Tea Intake: ଯଦି ଆପଣ ଗ୍ରୀନ୍ ଟି ପିଇବାକୁ ଭଲ ପାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ, ନଚେତ୍ ଆପଣ ଲାଭ ପାଇବାକୁ ଚେଷ୍ଟା କରି ନିଜର କ୍ଷତି କରିବେ।

ପତଳା ହେବା ପାଇଁ ଅଧିକ ଗ୍ରୀନ ଟି ପିଇବା ଦେହ ପାଇଁ କ୍ଷତିକାରକ

ପତଳା ହେବା ପାଇଁ ଅଧିକ ଗ୍ରୀନ ଟି ପିଇବା ଦେହ ପାଇଁ କ୍ଷତିକାରକ

  • Share this:
News18 Odia Digital

Side Effects Of Green Tea: ଯେଉଁମାନେ ନିଜ ଫିଟନେସ୍ ବିଷୟରେ ଟିକେ ସଚେତନ, ସେମାନେ ବହୁତ ଆଶା ସହିତ ଗ୍ରୀନ୍ ଟି ପିଅନ୍ତି। ଏହାର ସାହାଯ୍ୟରେ ବଢୁଥିବା ଓଜନକୁ ରୋକାଯାଇପାରିବ। ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ଏହାକୁ ନିୟମିତ ପିଇବା ଦ୍ୱାରା କେଶରେ ଚମକ ରହିଥାଏ, କିନ୍ତୁ କୁହାଯାଏ ଯେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ଦେହ ପାଇଁ କ୍ଷତିକାରକ। ଗ୍ରୀନ୍ ଟି ସହିତ ସମାନ କଥା।

ଜିଏମ୍ଏସ୍ ହସ୍ପିଟାଲ୍, ଗ୍ରେଟର ନୋଏଡାରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡ଼କ୍ଟର ଆୟୁଷୀ ଯାଦବ ଜାଣାଇଛନ୍ତି ଯଦି ଆମେ ଏହି ହର୍ବାଲ୍ ଟିର ଅଧିକା ବ୍ୟବହାର କରିବା ତା’ହେଲେ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତି ହୋଇପାରେ।

ଅତ୍ୟଧିକ ଗ୍ରୀନ୍ ଟି ପିଇବାର ଅସୁବିଧା

ଯଦି ଆପଣ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି, ତେବେ ପେଟରେ ଯନ୍ତ୍ରଣା, ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହୁଏ। ଏହାକୁ ଅଧିକ ପିଇବା ଦ୍ୱାରା ପେଟରେ ଏସିଡ୍ ସୃଷ୍ଟି ହେବାକୁ ଲାଗେ ଓ ଏହା ମଧ୍ୟ ଝାଡ଼ା ହେବାର ଆଶଙ୍କା ସୃଷ୍ଟି କରେ। ଯେଉଁମାନେ ବୋବେଲ୍ ସିଣ୍ଡ୍ରୋମର ସମ୍ମୁଖୀନ ହେଉଛନ୍ତି ସେମାନେ ଆଦୌ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ।

ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ହୋଇପାରେ କାରଣ ଏଥିରେ ଥିବା କ୍ୟାଫେନ ମାଇଗ୍ରେନ୍ ରୋଗର କାରଣ ହୋଇପାରେ। ଯଦି ଆପଣଙ୍କର କ୍ୟାଫେନ ପାଇଁ ଆଲର୍ଜି ଅଛନ୍ତି ତେବେ ଗ୍ରୀନ ଟି ପିଅନ୍ତୁ ନାହଁ।

ଗ୍ରୀନ୍ ଟିରେ କ୍ୟାଫେନ ମିଳିଥାଏ, ଯାହା ନିଦ୍ରା ଅଭାବର କାରଣ ହୋଇପାରେ। ଏହି ହର୍ବାଲ୍ ଟି ମେଲାଟୋନିନ୍ ନାମକ ହରମୋନ ଡିଲବାଲାନ୍ସ କରିବାକୁ ଲାଗେ ଯାହା ଶୋଇବାରେ ସାହାଯ୍ୟ କରେ। ତେଣୁ, ଯେଉଁମାନେ ସଠିକ୍ ଭାବରେ ୮ ଘଣ୍ଟା ଶୋଇପାରୁ ନାହାଁନ୍ତି, ସେମାନେ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ।

ଯେଉଁମାନଙ୍କର କୋଷ୍ଠକାଠିନ୍ୟର ଅଭିଯୋଗ ରହିଛି, ସେମାନେ ଆବଶ୍ୟକତାଠାରୁ ଅଧିକ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ, ସାଧାରଣତଃ ଗୋଟିଏ ଦିନରେ ୩ ରୁ ୪ କପ୍ ଗ୍ରୀନ୍ ଟି ଯଥେଷ୍ଟ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: