LIC ର ମହାନ ପ୍ଲାନ; ଗୋଟିଏ କିସ୍ତି ଦେଇ ପ୍ରତି ମାସରେ ପାଆନ୍ତୁ ୧୯ ହଜାର ଟଙ୍କା, ଆଜୀବନ କରନ୍ତୁ ରୋଜଗାର!

LIC Jeevan Akshay Policy: LIC ର ଏହି ପଲିସିର ନାମ ହେଉଛି ଜୀବନ ଅକ୍ଷୟ -୭ (ପ୍ଲାନ ନମ୍ବର ୮୫୭) । ଏଥିରେ ଆପଣ କେବଳ ଥରେ ଟଙ୍କା ବିନିଯୋଗ କରି ଆଜୀବନ ରୋଜଗାର କରିପାରିବେ ।

LIC ର ମହାନ ପ୍ଲାନ; ଗୋଟିଏ କିସ୍ତି ଦେଇ ପ୍ରତି ମାସରେ ପାଆନ୍ତୁ ୧୯ ହଜାର ଟଙ୍କା, ଆଜୀବନ କରନ୍ତୁ ରୋଜଗାର!
LIC ର ଏହି ପଲିସିର ନାମ ହେଉଛି ଜୀବନ ଅକ୍ଷୟ -୭ (ପ୍ଲାନ ନମ୍ବର ୮୫୭)
  • News18 Odia
  • Last Updated: October 25, 2020, 9:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ଗ୍ରାହକଙ୍କ ସୁରକ୍ଷା ପାଇଁ ନୂଆ ନୂଆ ବୀମା ପ୍ଲାନ ନେଇ ଆସିଥାଏ । କମ୍ପାନୀ ନିକଟରେ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାନ ଆରମ୍ଭ କରିଛି । ଯେଉଁଥିରେ ଆପଣ କେବଳ ଥରେ ଟଙ୍କା ବିନିଯୋଗ କରି ଆଜୀବନ ରୋଜଗାର କରିପାରିବେ । ଏହି ନିର୍ଦ୍ଦିଷ୍ଟ ପ୍ଲାନର ନାମ ଜୀବନ ଅକ୍ଷୟ । ଯେଉଁମାନେ ବୃଦ୍ଧାବସ୍ଥାରେ ପେନସନ ପାଇଁ ଚିନ୍ତିତ ସେମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ପ୍ଲାନ । ଏହି ପ୍ଲାନକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ କିଣା ଯାଇପାରିବ । ଆସନ୍ତୁ ଆପଣଙ୍କୁ ଜଣାଉଛୁ କିପରି ଏହି ପଲିସି ମାଧ୍ୟମରେ ଆପଣ ଜୀବନସାରା ରୋଜଗାର କରିପାରିବେ-

କ’ଣ ଏହି LIC ପ୍ଲାନ ?
LIC ର ଏହି ପ୍ଲାନ ନାମ ହେଉଛି ଜୀବନ ଅକ୍ଷୟ -୭ (ପ୍ଲାନ ନମ୍ବର ୮୫୭) । ଏହା ଏକକ ପ୍ରିମିୟମ୍ ଅଣ-ଲିଙ୍କ୍, ଅଂଶଗ୍ରହଣକାରୀ ଓ ବ୍ୟକ୍ତିଗତ ବାର୍ଷିକ ଯୋଜନା । ଏହି ପଲିସି ୨୫ ଅଗଷ୍ଟ ୨୦୨୦ ରୁ ଆରମ୍ଭ ହୋଇଛି ।

ଏହି ପଲିସି ୩୦ ବର୍ଷରୁ ଆରମ୍ଭକରି ୮୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ । ଭିନ୍ନକ୍ଷମଙ୍କୁ (ଭିନ୍ନକ୍ଷମ ନିର୍ଭରଶୀଳ) ଉପକୃତ କରିବା ପାଇଁ ଏହି ପଲିସି କିଣାଯାଇପାରିବ । ପଲିସି ପ୍ରଦାନର ତିନିମାସ ପରେ ଋଣ ସୁବିଧା ମଧ୍ୟ ଉପଲବ୍ଧ । ଏହାର ଅର୍ଥ ହେଉଛି ପଲିସିଧାରୀମାନେ ଋଣ ନେବାକୁ ମଧ୍ୟ ସକ୍ଷମ ହେବେ ।

ଏହା ବି ପଢ଼ନ୍ତୁ | କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟ କର ରିଟର୍ଣ୍ଣ ସମୟ ସୀମା ବଢ଼ିଲା; ଜାଣନ୍ତୁ ନୂଆ ତାରିଖ

କିପରି ପାଇବେ ମାସକୁ ୧୯ ହଜାର ଟଙ୍କା
ଏହି ପଲିସିରେ ଆପଣ ସର୍ବନିମ୍ନ ୧,୦୦ ,୦୦୦ ଟଙ୍କା ବିନିଯୋଗ କରିପାରିବେ ଯେତେବେଳେ ସର୍ବାଧିକ ବିନିଯୋଗ ପାଇଁ କୌଣସି ସୀମା ନାହିଁ । ଯଦି ଆପଣ ଏହି ପଲିସିରେ ଏକ ସମେତ ୪୦,୭୨,୦୦୦ ଟଙ୍କା ବିନିଯୋଗ କରନ୍ତି ତେବେ ଆପଣ ପ୍ରତି ମାସରେ ୧୯ ହଜାର ଟଙ୍କା ପେନ୍ସନ୍ ପାଇପାରିବେ ।

ସର୍ବନିମ୍ନ ୧୨ ହଜାର ଟଙ୍କା ବାର୍ଷିକ ଗ୍ରହଣ କରାଯିବ 
ଆପଣ ଏହି ଯୋଜନାକୁ ମାସିକ, ୩ ମାସ, ୬ ମାସ ଓ ଏକ ବର୍ଷର ବାର୍ଷିକ ମୋଡରେ କିଣି ପାରିବେ । ଏଥିରେ ଗ୍ରାହକମାନେ ସର୍ବନିମ୍ନ ୧୨ ହଜାର ଟଙ୍କା ବାର୍ଷିକ ପାଇପାରିବ ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

ମିଳିତ ଭାବେ ନେଇପାରିବେ ଜଏଣ୍ଟ ଲାଇଫ ଏନ୍ୟୁଟି
ଏହି ପଲିସିରେ ଗୋଟିଏ ପରିବାରର ଦୁଇ ଜଣ ବ୍ୟକ୍ତି, ସମାନ ପରିବାରର ବଂଶଜ (ଜେଜେବାପା, ପିତାମାତା, ପିଲା, ନାତି), ପତି କିମ୍ବା ଭାଇଭଉଣୀଙ୍କ ମଧ୍ୟରେ ମିଳିତ ଭାବେ ବାର୍ଷିକ ଗ୍ରହଣ କରାଯାଇପାରେ । ପଲିସି ସୁବିଧା ପଲିସି ରିଲିଜ୍ ହେବାର ତିନିମାସ ପରେ କିମ୍ବା ଫ୍ରି-ଲୁକ୍ ଅବଧି ଶେଷ ହେବା ପରେ ଉପଲବ୍ଧ ହେବ ।



କ’ଣ ଏହି ଏନ୍ୟୁଟି ସ୍କିମ
ଯେ କୌଣସି ଏନ୍ୟୁଟି ସ୍କିମରେ ବିନିଯୋଗ ହୋଇଥିବା ରାଶି ଉପରେ ସୁଧ ପ୍ରୟୋଗ କରି ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆୟ ଅର୍ଜନ କରାଯାଏ । ଏଥିରେ ପ୍ରତି ମାସରେ ଆୟ ଉପାର୍ଜନ କରାଯାଇପାରିବ । ଏହିପରି ଏକଲକ୍ଷ ଟଙ୍କା ବିନିଯୋଗ ପରେ ଏହିପରି ଯୋଜନାରେ ନିୟମିତ ଏକ ସ୍ଥିର ଆୟ ଅଛି ।
Published by: Jagdish Barik
First published: October 25, 2020, 9:51 AM IST
corona virus btn
corona virus btn
Loading