PGCIL Recruitment 2023 : ବିନା ପରୀକ୍ଷାରେ ସରକାରୀ ଚାକିରି; ଜଲିଦି କରନ୍ତୁ ଆବେଦନ

ବିନା ପରୀକ୍ଷାରେ ସରକାରୀ ଚାକିରି; ଜଲିଦି କରନ୍ତୁ ଆବେଦନ

ବିନା ପରୀକ୍ଷାରେ ସରକାରୀ ଚାକିରି; ଜଲିଦି କରନ୍ତୁ ଆବେଦନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

PGCIL Recruitment 2023 : ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) (POWERGRID GATE 2023) ଇଞ୍ଜିନିୟର ଟ୍ରେନି ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଯଦି ଆପଣ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି, ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରି ପାରିବେ । ଏହି ପଦବୀଗୁଡିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ବୌଦ୍ୟୁତିକ, ସିଭିଲ୍, ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରୋନିକ୍ସ ସହିତ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ନିହାତି ଆବଶ୍ୟକ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ powergrid.in ମାଧ୍ୟମରେ ୧୮ ଏପ୍ରିଲ୍ ୨୦୨୩ରେ କିମ୍ବା ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ।

PGCIL ନିଯୁକ୍ତି ୨୦୨୩ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ : ୨୭ ମାର୍ଚ୍ଚ ୨୦୨୩
ଅନଲାଇନ୍ ଆବେଦନ ଦାଖଲ ପାଇଁ ଶେଷ ତାରିଖ: ୧୮ ଏପ୍ରିଲ୍ ୨୦୨୩

PGCILପାଇଁ ପୋଷ୍ଟଗୁଡିକର ବିବରଣୀ
ବୌଦ୍ୟୁତିକ ପାଇଁ - ୮୩ଟି ପୋଷ୍ଟ ।
ସିଭିଲ୍ ପାଇଁ - ୨୦ଟି ପୋଷ୍ଟ ।
ଇଲେକ୍ଟ୍ରୋନିକ୍ସ ପାଇଁ - ୨୦ଟି ପୋଷ୍ଟ ।
କମ୍ପ୍ୟୁଟର ସାଇନ୍ସ ପାଇଁ - ୧୫ଟି ପୋଷ୍ଟ ।

ପଢନ୍ତୁ ଏହି ଖବର :  ପଶ୍ଚିମା ଝଡ଼ ବର୍ଷାରେ ପୁଣି ଭିଜିବ ଓଡ଼ିଶା; ୩୧ରୁ ଆହୁରି ବଢ଼ିବା ନେଇ ଆଶଙ୍କା

PGCIL ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକତା କ’ଣ ?

ବୌଦ୍ୟୁତିକ ପାଇଁ : ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ନିୟମିତ BE / B.Tech/ B.Sc (ଇଞ୍ଜିନିୟରିଂ) ଡିଗ୍ରୀ ହାସଲ କରିଥିବା ନିହାତି ଦରକାର ।

ଇଲେକ୍ଟ୍ରିକାଲ୍ ପାଇଁ : ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରିକାଲ୍ (ପାୱାର୍) / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ / ପାୱାର୍ ସିଷ୍ଟମ୍ / ଇଞ୍ଜିନିୟରିଂ / ପାୱାର୍ ଇଞ୍ଜିନିୟରିଂ (ଇଲେକ୍ଟ୍ରିକାଲ୍) ରେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରୁଥିବା ଦରକାର ।

ସିଭିଲ୍ ପାଇଁ : ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଜରୁରୀ ।

କମ୍ପ୍ୟୁଟର ସାଇନ୍ସ ପାଇଁ : ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ସାଇନ୍ସ / କମ୍ପ୍ୟୁଟର ଇଞ୍ଜିନିୟରିଂ / ସୂଚନା ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ଡିଗ୍ରୀ ହାସଲ କରିବା ନିହାତି ଦରକାର ।

ପଢନ୍ତୁ ଏହି ଖବର :  ବାଜିଲା ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ; ମେ ୧୦ ତାରିଖରେ ଭୋଟଗ୍ରହଣ

PGCIL ନିଯୁକ୍ତି ୨୦୨୩ ପାଇଁ ଆବେଦନ ଶୁଳ୍କ

ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୫୦୦ ଦେବାକୁ ପଡିବ । SC / ST / PWD ପ୍ରାର୍ଥୀମାନେ ଦେୟ ପ୍ରଦାନରୁ ମୁକ୍ତ ।
Published by:Sujit Swain
First published: