ଭଲ ଖବର! ଦୀପାବଳି ପୂର୍ବରୁ PF ଆକାଉଣ୍ଟରେ ଆସିବାକୁ ଯାଉଛି ଟଙ୍କା; ଜାଣନ୍ତୁ କେତେ ମିଳିବ

ଦୀପାବଳିର ଠିକ ପୂର୍ବରୁ PF ଆକାଉଣ୍ଟରେ (PF Account) ୩୧ ମାର୍ଚ୍ଚ 2020 ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଇପାରେ । ଗତ ମାସରେ EPFO କହିଥିଲା ​​ଯେ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ । PF ଆକାଉଣ୍ଟରେ ୮.୫% ହାରରେ ସୁଧ ମିଳିବ ।

ଭଲ ଖବର! ଦୀପାବଳି ପୂର୍ବରୁ PF ଆକାଉଣ୍ଟରେ ଆସିବାକୁ ଯାଉଛି ଟଙ୍କା; ଜାଣନ୍ତୁ କେତେ ମିଳିବ
ଦୀପାବଳି ପୂର୍ବରୁ PF ଆକାଉଣ୍ଟରେ ଆସିବାକୁ ଯାଉଛି ଟଙ୍କା!
  • News18 Odia
  • Last Updated: October 10, 2020, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (EPFO) ଦୀପାବଳି ପୂର୍ବ ପର୍ଯ୍ୟନ୍ତ ୮.୫% ସୁଧ ହାରରେ ପ୍ରଥମ କିସ୍ତି PF ଆକାଉଣ୍ଟରେ ଜମା କରିପରେ । ସେପ୍ଟେମ୍ବରରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ କହିଛି ଯେ ୩୧ ମାର୍ଚ୍ଚ ୨୦୨୦ ଶେଷ ହେବାକୁ ଥିବା ଆର୍ଥିକ ବର୍ଷ ପାଇଁ ସୁଧ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରାଯିବ । ଏହି ସୁଧ ପ୍ରଥମେ ୮.୧୫ ପ୍ରତିଶତରେ ଓ ପରେ ଦୁଇ ଭାଗରେ ୦.୩୫ ପ୍ରତିଶତରେ ବିଭକ୍ତ ହେବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୀପାବଳି ପଯ୍ୟନ୍ତ ୮.୧୫ ପ୍ରତିଶତ ସୁଧ ଦିଆଯିବ । ଏହା ପରେ ଡିସେମ୍ବର ସୁଦ୍ଧା ୦.୩୫ ପ୍ରତିଶତ ପ୍ରଦାନ କରାଯିବ ।

EPFO କେଉଁଠାରୁ ଆଣି ସୁଧ ଦେବେ
କରୋନା ଭୂତାଣୁ ମହାମାରୀ ଯୋଗୁଁ EPFO ​​ରୋଜଗାର ପ୍ରଭାବିତ ହୋଇଥିଲା । ଏହା ପରେ କେନ୍ଦ୍ରୀୟ ସଂସ୍ଥା ସୁଧ ହାରର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ସୁଧ ହାରକୁ ୮.୫ ପ୍ରତିଶତରେ ରଖିବାକୁ ବୋର୍ଡ ସରକାରଙ୍କୁ ସୁପାରିଶ କରିଛି । ଶ୍ରମ ମନ୍ତ୍ରଣାଳୟ (Labour Ministry) ଏ ସମ୍ପର୍କରେ ସୂଚନା ଦେଇଥିଲା । ଏହି ବିବୃତ୍ତିରେ କୁହାଯାଇଛି ଯେ ୮.୧୫ ପ୍ରତିଶତ ସୁଧ ୮.୫୦ ପ୍ରତିଶତ ଋଣ ଆୟରୁ ଆସିବ ଓ ୦.୩୫ ପ୍ରତିଶତ ଇଟିଏଫ୍ (Exchange Traded Fund) ବିକ୍ରୟ ଦ୍ୱାରା ଏକତ୍ରିତ କରିବ ।

କରୋନା ଅବଧିରେ ୩୫ ହଜାର କୋଟିରୁ ଅଧିକ ଟଙ୍କାର ହୋଇଛି ସେଟଲମେଣ୍ଟ
ଏପ୍ରିଲରୁ ଅଗଷ୍ଟ ମଧ୍ୟରେ EPFO ​​ସମୁଦାୟ ୯୪.୪୧ ଲକ୍ଷ କ୍ଲେମର ସେଟଲମେଣ୍ଟ କରିଛି । ଏହି କ୍ଲେମଗୁଡିକ ମାଧ୍ୟମରେ PF ସଦସ୍ୟ (PF Members) ମାନଙ୍କୁ ୩୫,୪୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତ୍ତମାନ ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ୮.୫ ପ୍ରତିଶତ ସୁଧ ଦେବା ନିଶ୍ଚିତ ଭାବରେ ଏକ ଖୁସି ଖବର ।

ଶୀଘ୍ର ସେଟଲମେଣ୍ଟ ପାଇଁ EPFO ​​ଗ୍ରହଣ କଲେ ଏହି ଆବଶ୍ୟକ ପଦକ୍ଷେପ
କରୋନା ଭୂତାଣୁ ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କୋଭିଡ -୧୯ ଆଡଭାନ୍ସ ଓ ରୋଗ ସମ୍ବନ୍ଧୀୟ କ୍ଲେମର ଶୀଘ୍ର ସେଟଲମେଣ୍ଟ କରାଯାଇଛି । ଏଥିପାଇଁ EPFO ​​ଉଭୟ ବର୍ଗରେ ଅଟୋ ମୋଡ୍ ମାଧ୍ୟମରେ ସମାଧାନ ପ୍ରକ୍ରିୟା ଆରମ୍ଭ କରିଥିଲା ​। ଏହା ଅଧୀନରେ ଅଧିକାଂଶ କ୍ଲେମ ମାତ୍ର ତିନି ଦିନ ମଧ୍ୟରେ ସେଟଲମେଣ୍ଟ କରାଯାଇଥିଲା ।ସାଧାରଣତଃ ଏହା ଆଇନଗତ ଭାବରେ ଏହା ୨୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ ।
Published by: Jagdish Barik
First published: October 10, 2020, 5:04 PM IST
corona virus btn
corona virus btn
Loading