ଭଲ ଖବର- ଧନତେରସ ପୂର୍ବରୁ ଆହୁରି ଶସ୍ତା ହେଲା ସୁନା; ଏଥିପାଇଁ ହେଉଛି ଦର ହ୍ରାସ

Gold Price Down: ଆମେରିକୀୟ ଡଲାର ମଜବୁତ ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦୃଶ୍ୟମାନ ହେଉଛି । ବିଶେଷଣଜ୍ଞ କୁହନ୍ତି ଯେ ଧନତେରସ ପୂର୍ବରୁ ସୁନାର ଦାମ୍ ୫୦ ହଜାର ଟଙ୍କା ପ୍ରତି ଦଶ ଗ୍ରାମ ତଳକୁ ଆସିପାରେ ।

ଭଲ ଖବର- ଧନତେରସ ପୂର୍ବରୁ ଆହୁରି ଶସ୍ତା ହେଲା ସୁନା; ଏଥିପାଇଁ ହେଉଛି ଦର ହ୍ରାସ
ଧନତେରସ ପୂର୍ବରୁ ଆହୁରି ଶସ୍ତା ହେଲା ସୁନା
  • News18 Odia
  • Last Updated: November 12, 2020, 9:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ଟୀକା (Coronavirus Vaccine) ବିଷୟରେ କ୍ରମାଗତ ଭଲ ଖବର ଆସିବା ଯୋଗୁଁ ସୁନା (Gold Price Today) ପାଇଁ ନିରାପଦ ବିନିଯୋଗ ଚାହିଦା ହ୍ରାସ ପାଇଛି । ଆହୁରି ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଆମେରିକୀୟ ଡଲାର ମଜବୁତ ହେବାରେ ଲାଗିଛି । ସେଥିପାଇଁ ସୁନା ଦାମ୍ ଉପରେ ଚାପ ରହିଛି । କୋମାକ୍ସରେ ସୁନା ମୂଲ୍ୟ ୧ ପ୍ରତିଶତରୁ ଅଧିକ ହ୍ରାସ ହୋଇ ୧୮୬୦ ଡଲାରରେ ପହଞ୍ଚିଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ ଷ୍ଟକ୍ ମାର୍କେଟରେ ଡଲାର ମଜବୁତ ଯୋଗୁଁ ସୁନା ଦାମ୍ ହ୍ରାସ ପାଉଛି । ଆଗାମୀ ଦିନରେ ଦାମ୍ ଆହୁରି ତୀବ୍ର ହ୍ରାସ ପାଇପାରେ । ଘରୋଇ ବଜାରରେ ଦାମ୍ ୫ ପ୍ରତିଶତରୁ ଅଧିକ ଶସ୍ତା ହୋଇପାରେ ।

ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଧନତେରସରେ ଆହୁରି ଶସ୍ତା ହୋଇପାରେ ସୁନା : ବିଶେଷଣଜ୍ଞ କହିଛନ୍ତି ଯେ ବିଦେଶୀ ବଜାରରୁ ମିଳୁଥିବା ସଙ୍କେତ ଯୋଗୁଁ ଘରୋଇ ବଜାରରେ ସୁନା ଆହୁରି ଶସ୍ତା ହୋଇପାରେ । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ମାତ୍ର 3 ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୫୦,୧୧୪ ଟଙ୍କା ରହିଛି । ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ୪୫୧ ଟଙ୍କା ବୃଦ୍ଧି ପାଇଛି । ଏହାର ଦାମ୍ କିଲୋଗ୍ରାମ ୬୦,୦୧୩ ଟଙ୍କା ରେ ପହଞ୍ଚିଛି ।

ନିର୍ମଳ ବାଙ୍ଗର କୁନାଲ ଶାହାଙ୍କ ଅନୁଯାୟୀ ଚଳିତ ବର୍ଷ ଏକ ହଜାର ଟନ୍ ପର୍ଯ୍ୟନ୍ତ ସୁନା କିଣାଯାଇଛି । କରୋନା ଟିକା ଖବର ହେତୁ ବହୁ ସଂଖ୍ୟକ ଲୋକ ଲାଭ ବୁକ୍ କରିବାକୁ ଆସିଥିଲେ । ଯେଉଁଥିରେ ସୁନାରେ ବହୁତ ହ୍ରାସ ଘଟିଥଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଆଉ କେତେ ହ୍ରାସ ଦାମ୍ ? LKP ସିକ୍ୟୁରିଟିଜର ଜତୀନ୍ ତ୍ରିବେଦୀଙ୍କ ଅନୁଯାୟୀ ଗତ କିଛି ମାସ ହେବ ଯଦି କରୋନାର କୌଣସି ଟିକା ଆସେ ତେବେ ଲାଭ ବୁକିଂ ହେବ ବୋଲି ଆଲୋଚନା ହୋଇଥିଲା । ବାସ୍ତବରେ ଏକ ସୁରକ୍ଷିତ ବିକଳ୍ପ ଭାବରେ ବହୁ ସଂଖ୍ୟକ ଲୋକ ସୁନାରେ ବିନିଯୋଗ କରିଛନ୍ତି ।



ଏଭଳି ପରିସ୍ଥିତିରେ ଟିକା ଖବର ସହିତ ଲାଭ ବୁକିଂ କରାଯାଇଥିଲା । କିନ୍ତୁ ପୂର୍ବ ପରି ସୁନା ଏବେବି ୪୯୫୦୦ ଦରରେ ମଜବୁତ ରହିଛି । ଏହି ସ୍ତର ନ ଭାଙ୍ଗିବା ପର୍ଯ୍ୟନ୍ତ ଏକ ବଡ଼ ଧରଣର ହ୍ରାସ ହେବ ନାହିଁ ।
Published by: Jagdish Barik
First published: November 12, 2020, 9:44 AM IST
corona virus btn
corona virus btn
Loading