Beauty Tips: ଆସନ୍ତୁ ଜାଣିବା ଡ଼ାର୍କ ସର୍କଲ୍ ପାଇଁ ଘରୋଇ ଉପଚାର

ନିଜର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବେ ଓ ଘରୋଇ ଉପଚାରର ସାହାଯ୍ୟ ନେବେ, ତେବେ କିଛି ଦିନ ମଧ୍ୟରେ ଏହି ଡାର୍କ ସର୍କଲଗୁଡିକୁ କମ୍ ହେବାକୁ ଲାଗିବ।

ଡ଼ାର୍କ ସର୍କଲ୍

ଡ଼ାର୍କ ସର୍କଲ୍

  • Share this:
News 18 Odia Digital

Beauty Tips: ଡାର୍କ ସର୍କଲଗୁଡିକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇନପାରେ କିନ୍ତୁ ଆପଣଙ୍କୁ କ୍ଳାନ୍ତ, ବୃଦ୍ଧ ଓ ଅସ୍ୱାସ୍ଥ୍ୟକର ଦେଖାଇପାରେ। ଆମ ଚେହେରାରେ ଖରାପ ଜୀବନଶୈଳୀର ପ୍ରଥମ ଲକ୍ଷଣ ହେଉଛି ଆମ ଆଖି ତଳ କଳା ପଡ଼ିବା। ଘଣ୍ଟା ଘଣ୍ଟା ଲାପଟପରେ କାମ କରିବା , ଅଫିସ୍ ସମୟସୀମା, ଚାପ ବଢ଼ିବା, କମ୍ ନିଦ, ପ୍ରଦୂଷିତ ପରିବେଶ ଯୋଗୁ ଆଖି ତଳ କଳା ପଡ଼ିଥାଏ। କିନ୍ତୁ ଯଦି ଆପଣ ନିଜର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବେ ଓ ଘରୋଇ ଉପଚାରର ସାହାଯ୍ୟ ନେବେ, ତେବେ କିଛି ଦିନ ମଧ୍ୟରେ ଏହି ଡାର୍କ ସର୍କଲଗୁଡିକୁ କମ୍ ହେବାକୁ ଲାଗିବ।

୧. ଗ୍ରେଟେଡ୍ ଆଳୁ କିମ୍ବା କାକୁଡି:

ଏହି ଦୁଇଟି ପରିବା ପ୍ରତ୍ୟେକ ରୋଷେଇ ଘରେ ମିଳିଥାଏ ଓ ଆଖି ତଳେ ଥିବା ଡାର୍କ ସର୍କଲଗୁଡିକର ମୁକାବିଲା ପାଇଁ ମୁଖ୍ୟ ପ୍ରତିକାର। ସେଥିରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ , ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଥାଏ। ଏହି କୁଲିଂ ପରିବା ଟି ମଧ୍ୟ ଆଖିର ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କିପରି ବ୍ୟବହାର କରିବେ: ପ୍ରଥମେ, କିଛି କଞ୍ଚା ଆଳୁ କିମ୍ବା କାକୁଡିକୁ ଗ୍ରେଟ କରନ୍ତୁ ଓ ଖଣ୍ଡଗୁଡ଼ିକୁ ଆଖିରେ ରଖନ୍ତୁ । ୧୦ ରୁ ୧୨ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

୨. ବାଦାମ ତେଲ ଓ ଲେମ୍ବୁ ରସ:

ଆଖି ତଳ କଳାର ଚିକିତ୍ସା ପାଇଁ ଆଉ ଏକ ସମ୍ପୂର୍ଣ୍ଣ ପ୍ରତିକାର ହେଉଛି ବାଦାମ ତେଲ ଓ ଲେମ୍ବୁ ରସର ମିଶ୍ରଣ।
ବାଦାମ ତେଲ ଓ ଲେମ୍ବୁ ରସ କିପରି ବ୍ୟବହାର କରିବେ। ପ୍ରାୟ ଏକ ଚାମଚ ବାଦାମ ତେଲ ଓ ଅଳ୍ପ ବୁନ୍ଦା ଲେମ୍ବୁ ରସ ନିଅନ୍ତୁ, ଏହାକୁ ମିଶାନ୍ତୁ ଓ ଆଖି ପରିସରରେ ଧୀରେ ଧୀରେ ଲଗାନ୍ତୁ । ମସାଜ୍ କରନ୍ତୁ ଓ ଏହାକୁ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ରଖିକି ଧୋଇଦିଅନ୍ତୁ।

୩. ପୁଦିନା ପତ୍ର:

ମିଣ୍ଟ ପତ୍ରର ଏକ ମୋଟା ପେଷ୍ଟ ପ୍ରସ୍ତୁତ କରି ରାତିରେ ୧୦ ମିନିଟ୍ ପାଇଁ ଆଖି ତଳେ ଛାଡ଼ିଦିଅନ୍ତୁ। ଏହା କରିବା ଦ୍ୱାରା ଚର୍ମ ଧୀରେ ଧୀରେ ନରମ ଏବଂ ଚମକପ୍ରଦ ଦେଖାଯିବ।

୪. ଆଲୋ ଭେରା:

ଆମେ ସମସ୍ତେ ଜାଣୁ ଯେ ଆଲୋ ଭେରା ଏକ ପ୍ରଭାବଶାଳୀ ମଶ୍ଚରାଇଜର। ଏହା ଚର୍ମକୁ ପୁଷ୍ଟିକର କରିବାରେ ସାହାଯ୍ୟ କରିଥାଏ ଏବଂ ଅକାଳ ବୃଦ୍ଧାବସ୍ଥାକୁ ରୋକିଥାଏ । ଆଲୋ ଭେରା କିପରି ବ୍ୟବହାର କରିବେ: ଆଲୋ ଭେରା ଜେଲକୁ ଆଖି ତଳେ ଧୀରେ ଧୀରେ ଲଗାନ୍ତୁ ଏବଂ ୫-୭ ମିନିଟ୍ ପାଇଁ ମସାଜ୍ କରନ୍ତୁ ।

୫. ଗୋଲାପ ଜଳ:

ପ୍ରାୟ ସମସ୍ତ ଚର୍ମ ପ୍ରକାରରେ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ତ ସମସ୍ୟାରେ ଏହାକୁ ବ୍ୟବହାର କରାଯାଏ।
କିପରି ବ୍ୟବହାର କରିବେ: ତୁଳା କୁ ଗୋଲାପ ଜଳ ରେ ଭିଯାଇ ରଖନ୍ତୁ, ତାପରେ ସେହି ତୁଳାକୁ ଆଖିପତା ଉପରେ ରଖନ୍ତୁ।
Published by:Soumyashree Mishra
First published: