ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଭବ୍ୟ ଶୁଭାରମ୍ଭ

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଭବ୍ୟ ଶୁଭାରମ୍ଭ ହୋଇଛି। ଏଥିରେ ନୀତା ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ଅତିଥି ଭାବେ ଯୋଗ ଦେଇଥିଲେ ।

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଶୁଭାରମ୍ଭ

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଶୁଭାରମ୍ଭ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ଦେଶ ବିଦେଶର କଳାକାର, ଧର୍ମ ଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ନୀତା ମୁକେଶ ଅମ୍ବାନୀ କଲଚ୍ୟୁରାଲ ସେଣ୍ଟରର ଭବ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ, “ସାଂସ୍କୃତିକ କେନ୍ଦ୍ରକୁ ମିଳିଥିବା ସମର୍ଥନକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଦୁନିଆର ଶ୍ରେଷ୍ଠ କଲଚ ମଧ୍ୟରୁ ଅନ୍ୟତମ । ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ୱାଗତ କରୁଛୁ । ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳର ଯୁବକଯୁବତୀମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ସୋ’ ଏହିଠାରେ ଆୟୋଜିତ ହେବ ।’’

ମୁକେଶ ଅମ୍ବାନୀ କହିଛନ୍ତି ଯେ ମୁମ୍ବାଇ ସମେତ ସାରା ଦେଶ ପାଇଁ ଏହି ସାଂସ୍କୃତିକ କେନ୍ଦ୍ର ସବୁଠୁ ବଡ଼ କେନ୍ଦ୍ର ଉାବେ ଉଭା ହେବ । ଏଠାରେ ବଡ଼ ସୋ’ ଆୟୋଜନ କରାଯାଇପାରିବ । ମୁଁ ଆଶା କରୁଛି ଯେ ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍ ସୋ’ ପ୍ରସ୍ତୁତ କରିପାରିବେ ।

ଏହି ଅବସରରେ ଭାରତରତ୍ନ ସଚିନ ତେନ୍ଦୁଲକର, ଅଲିମ୍ପିକ ପଦକ ବିଜେତା ଅଭିନବ ବିନ୍ଦ୍ରା, ଲନ୍ ଟେନିସ୍ ତାରକା ସାନିଆ ମିର୍ଜା, କ୍ରୀଡ଼ାବିତ ଦୀପା ମଲ୍ଲିକ ସାଂସ୍କୃତିକ କେନ୍ଦ୍ରରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ସୁପରଷ୍ଟାର ରଜନୀକାନ୍ତ, ଆମୀର ଖାନ୍‌, ରଣବୀର ସିଂହ, ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ସୋନମ କପୁର, ଅନୁପମ ଖେର, ଜାଭେଦ ଅଖତର, ଶବାନା ଆଜମି, ସୁନିଲ ସେଟ୍ଟି, ସାହିଦ କପୁର, ବିଦ୍ୟା ବାଲନ, ଆଲିୟା ଭଟ୍ଟ, ଦୀୟା ମିର୍ଜା, ଶ୍ରଦ୍ଧା କପୁର, ଶ୍ରେୟା ଘୋଷାଲ, ରାଜୁ ହିରାନି, ତୁଷାର କପୁରଙ୍କ ଭଳି ଚର୍ଚ୍ଚିତ ବଲିଉଡ୍ ତାରକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗାୟକ କୈଳାସ ଖେର ଓ ମାମେ ଖାନ ନିଜ ଯାଦୁକରୀ କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ ।

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଖୋଲିବା ନେଇ ଘୋଷଣା କଲେ ଇଶା ଅମ୍ବାନୀ

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଡେଲ୍ ଏମା ଚେମ୍ବର୍ଲେନ, ଜିଜି ହଦିଦଙ୍କ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମକୁ ଆହୁରି ମନୋହର କରିଥିଲା । ଦେବେନ୍ଦ୍ର ଫଡ୍‌ନଭିସ୍‌, ଉଦ୍ଧବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ସ୍ମୃତି ଇରାନୀଙ୍କ ଭଳି ରାଜନେତା ମଧ୍ୟ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ସଦଗୁରୁ ଜଗି ବାସୁଦେବ, ସ୍ୱାମୀ ନାରାୟଣ ସମ୍ପ୍ରଦାୟର ରାଧାନାଥ ସ୍ୱାମୀ, ରମେଶ ଭାଇ ଓଝା, ସ୍ୱାମୀ ଗୌର ଗୋପାଳ ଦାସଙ୍କ ଭଳି ଆଧ୍ୟାତ୍ମିକ ଗୁରୁଙ୍କ ଉପସ୍ଥିତିକ ଦର୍ଶକଙ୍କୁ ବିଭୋର କରିଥିଲା ।
Published by:Soumya Das
First published: