News18 Odia Digital
Grand Father Raped Grand Daughter: ସାମ୍ନାକୁ ଆସିଲା ଅଭାବନୀୟ ଘଟଣା। ଅଜା ଛୁଆର ମା' ସାଜିଲା ନାବାଳିକା ନାତୁଣୀ। ଦୁଷ୍କର୍ମ କରି ୧୨ର ନାତୁଣୀକୁ ଗର୍ଭବତୀ କରିଥିଲେ ନିଷ୍ଠୁର ଅଜା। ଏହି ମାମଲାରେ ବୁଧବାର ଦିନ ଅଭିଯୁକ୍ତ ଅଜାକୁ ଗିରଫ କରିଛି ପୋଲିସ।
ଏହି ମାମଲାକୁ ନେଇ ବେଙ୍ଗଲ ପୋଲିସ ଏକ ଜିରୋ ଏଫଆଇଆର ରୁଜୁ କରି ଫରିଦାବାଦ ପୋଲିସକୁ ପଠାଇଥିଲେ। ଏହାକୁ ଆଧାର ପୋଲିସ ଅଭିଯୁକ୍ତକୁ ଖୋଜୁଥିଲା। ଆଉ ବୁଧବାର ଦିନ ଗିରଫ କରିଥିଲା।
ପାଲ୍ଲା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଯୋଗେଶ କହିଛନ୍ତି ଯେ ୫୩ ବର୍ଷୀୟ ଅଭିଯୁକ୍ତ ନିଜର ୧୨ ବର୍ଷର ନାବାଳିକା ନାତୁଣୀ ସହ ଦୁଷ୍କର୍ମ କରିଥିଲା। ପୀଡ଼ିତାର ପରିବାର ପଶ୍ଚମବଙ୍ଗର ବାସିନ୍ଦା।
କଥାଟି ହେଲା ଯେ ୨୦୨୨ ନଭେମ୍ବରରେ, ପୀଡ଼ିତା ଏବଂ ତାଙ୍କ ମା' ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ପେଟ ଯନ୍ତ୍ରଣା ହେତୁ ଝିଅକୁ ଡାକ୍ତରଖାନା ନିଆଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ଝିଅଟି ଗର୍ଭବତୀ ଅଛି। ସେ ନଭେମ୍ବର ୧୭ରେ ଏକ ସନ୍ତାନକୁ ଜନ୍ମ ଦେଇଥିଲା। ଯେତେବେଳେ ମା ଝିଅକୁ ଏ ବିଷୟରେ ପଚାରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଅଜା ତାଙ୍କ ଝିଅ ସହ ଦୁଷ୍କର୍ମ କରିଛନ୍ତି ବୋଲି।
ତଦନ୍ତରୁ ଜଣାପଡ଼ିଛି ଯେ ପୀଡ଼ିତାର ଭାଇ ଏବଂ ଭଉଣୀ ଅଛନ୍ତି। ଦୁହେଁ ମଜୁରୀ ପାଇଁ ସେମାନଙ୍କ ପିତାମାତାଙ୍କ ସହିତ କାମ କରିବାକୁ ଯାଉଥିଲେ। ନିରାପତ୍ତା ପାଇଁ ଝିଅଟିକୁ ମାଆ ନିଜ ପରିବାର ସାଥିରେ ଛାଡ଼ିଦେଇ କାମରେ ଚାଲିଯାଉଥିଲେ। ଝିଅଟିକୁ ଏକୁଟିଆ ପାଇବା ପରେ ଅଭିଯୁକ୍ତ ଏଭଳି ଜଘନ୍ୟ କାଣ୍ଡ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।