କ୍ଷୁଦ୍ର ସଞ୍ଚୟକରୀଙ୍କ ପାଇଁ ଖୁସି ଖବର; PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ପରିବର୍ତ୍ତନ କରିବେ ସରକାର

Small Savings Scheme: ଆପଣଙ୍କ ପରିବାରର ଭବିଷ୍ୟତକୁ ଧ୍ୟାନରେ ରଖି କ୍ଷୁଦ୍ର ସଞ୍ଚୟ ଯୋଜନା ଭଳି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (PPF) କିମ୍ବା ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ବିନିଯୋଗ କରୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆସିଛି।

PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ପରିବର୍ତ୍ତନ କରିବେ ସରକାର

PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ପରିବର୍ତ୍ତନ କରିବେ ସରକାର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Small Savings Scheme: ପ୍ରତ୍ୟେକ ଲୋକ ତାଙ୍କ ପରିବାରକୁ ଖୁସିରେ ରଖିବାକୁ ଚାହାଁନ୍ତି। ଭବିଷ୍ୟତରେ ଦରକାର ପାଇଁ ଟଙ୍କା ସଞ୍ଚୟ (Saving) କରି ରଖିଥାନ୍ତି। ଯଦି ଆପଣମାନେ ଆପଣଙ୍କ ପରିବାରର ଭବିଷ୍ୟତକୁ ଧ୍ୟାନରେ ରଖି କ୍ଷୁଦ୍ର ସଞ୍ଚୟ ଯୋଜନା (Small Savings Scheme) ଭଳି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (PPF) କିମ୍ବା ସୁକନ୍ୟା ସମୃଦ୍ଧି ଯୋଜନାରେ (sukanya samriddhi yojana) ଟଙ୍କା ବିନିଯୋଗ କରୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆସିଛି।

ସରକାରଙ୍କ (Govt) ତରଫରୁ ଏହି ଦୁଇଟି ଯୋଜନାରେ ନୂଆ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ଷୁଦ୍ର ସଞ୍ଚୟ ଯୋଜନାରେ ବିନିଯୋଗ କରିବା ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚାଲିଛି। ଏହା ଏପ୍ରିଲ ମାସରୁ ଲାଗୁ ହେବା ନେଇ ସୂଚନା ରହିଛି।

କ୍ଷୁଦ୍ର ସଞ୍ଚୟ ଯୋଜନାରେ କରାଯାଉଥିବା ପରିବର୍ତ୍ତନର ମୂଳ ଉଦ୍ଦେଶ୍ୟ ହେଉଛି, ଏହିପରି ସରକାରୀ ଯୋଜନା ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା। ଏହା ଦ୍ୱାରା ଗାଁରେ ରହୁଥିବା ଲୋକମାନେ ଅଧିକ ଲାଭବାନ ହେବେ।

ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଦାବି କରିଛନ୍ତି ଯେ, ଲୋକମାନଙ୍କୁ ପ୍ୟାନ କାର୍ଡ ବଦଳରେ ଆଧାର କାର୍ଡର ବ୍ୟବହାର କରି କ୍ଷୁଦ୍ର ସଞ୍ଚୟ ଯୋଜନାରେ ବିନିଯୋଗ କରିବାକୁ ଅନୁମତି ଦିଆଯିବ।

ଏହି ପିରବର୍ତ୍ତନ ଦ୍ୱାରା କମ୍ ରୋଜୋଗାର କରୁଥିବା ଓ ଗାଁରେ ରହୁଥିବା ଲୋକମାନଙ୍କୁ କ୍ଷୁଦ୍ର ସଞ୍ଚୟ ଯୋଜନାର ଲାଭ ଉଠାଇବାକୁ ଉତ୍ସାହିତ କରାଯିବ।

ସୂଚନା ଅନୁଯାୟୀ ଆମ ଦେଶରେ ବହୁ ସଂଖ୍ୟକ ଲୋକମାନଙ୍କର ପାନ୍ କାର୍ଡ ଅପେକ୍ଷା ଆଧାର କାର୍ଡ ଅଧିକ ଅଛି। ବହୁତ କମ୍ ଭାରତୀୟ ଲୋକ କିମ୍ବା ସହରର ଲୋକମାନଙ୍କ ପାଖରେ କେବଳ ପାନ୍ କାର୍ଡ଼ ଅଛି।

ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ( PPF) ଓ ସୁକନ୍ୟା ସମୃଦ୍ଧି ଭଳି ଯୋଜନା ପାଇଁ ଜନ ଧନ ଆକାଉଣ୍ଟ ପାଇଁ KYC ସ୍ଥିର କରାଯାଇଛି। ଏହା ବ୍ୟତୀତ ନିବେଶକଙ୍କ ମୃତ୍ୟୁ ହେବାପରେ ସରକାରୀ କ୍ଲେମ ସହ ଜଡିତ ଥିବା ସମସ୍ତ ପ୍ରକ୍ରିୟାକୁ ସହଜ କରିବାପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି।
ବର୍ତ୍ତମାନ ପର୍ଯ୍ୟନ୍ତ, କ୍ଲେମର ଜଟିଳତା କାରଣରୁ ମୃତକଙ୍କ ଟଙ୍କା ତାଙ୍କ ଉତ୍ତରାଧିକାରୀମାନଙ୍କୁ ମିଳି ପାରିନାହିଁ । ଏହା ସହିତ ନୋମିନେସନ୍ ପ୍ରକ୍ରିୟାକୁ ମଧ୍ୟ ଆହୁରି ସରଳ କରାଯିବ।

ପଢ଼ନ୍ତୁ ଏହି ଖବର:  ଗ୍ରାହକଙ୍କ ପାଇଁ ଖୁସି ଖବର; କମିବାରେ ଲାଗିଛି ସୁନା ଦର; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ

ଏହା ବ୍ୟତୀତ ଚଳିତ ମାସ ଅର୍ଥାତ ମାର୍ଚ୍ଚରେ ଶେଷ ହେଉଥିବା ତ୍ରୈମାସିକ କ୍ଷୁଦ୍ର ସଞ୍ଚୟ ଯୋଜନାରେ ମିଳିବାକୁ ଥିବା ସୁଧ ଉପରେ ସରକାର ମଧ୍ୟ ନିଷ୍ପତ୍ତି ନେବେ।

ଆପଣଙ୍କୁ ଜଣାଇ ରଖିବୁ ଯେ, ଅର୍ଥ ସଞ୍ଚୟ ମନ୍ତ୍ରଣାଳୟ ଦ୍ୱାରା ପ୍ରତି ତିନି ମାସରେ ଛୋଟ ସଞ୍ଚୟ ଯୋଜନାର ସୁଧକୁ ସମୀକ୍ଷା କରାଯାଇଥାଏ। ଦୀର୍ଘ ସମୟ ଧରି ଏହି ପ୍ରକିୟାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବର୍ତ୍ତମାନ ଇପିଏଫଓ EPFO ତରଫରୁ ସୁଧ ହାର ବୃଦ୍ଧି କରାଯିବା ପରେ ଛୋଟ ସଞ୍ଚୟ ଯୋଜନାରେ ସୁଧହାର ବୃଦ୍ଧି ପାଇବା ନେଇ ଆଶା କରାଯାଉଛି।
Published by:Lipina Das
First published: