ପାଠପଢ଼ା ଯଥେଷ୍ଟ ନୁହେଁ, ପିଲାଙ୍କୁ ଖେଳକୁଦ ଓ ମଜା କରିବାକୁ ଦିଅନ୍ତୁ: କୋର୍ଟ

ପିଲାଙ୍କୁ ମନପସନ୍ଦ ଟିଭି ଶୋ ମଧ୍ୟ ଦେଖିବାକୁ ଦିଆଯିବା ଉଚିତ୍ । ମନ ପସନ୍ଦ ଖେଳ ଫୁଟବଲ୍, କ୍ରିକେଟ ଆଦି ମଧ୍ୟ ଖେଳିବାକୁ ଦିଆଯିବା ଉଚିତ୍ ବୋଲି କହିଛନ୍ତି କୋର୍ଟ ।

ପିଲାମାନେ ଖେଳ ଖେଳୁଛନ୍ତି (ପ୍ରତୀକାତ୍ମକ ଛବି)

ପିଲାମାନେ ଖେଳ ଖେଳୁଛନ୍ତି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Court On Vacation Class: ଖାଲି ପାଠ ପଢା ଯଥେଷ୍ଟ ନୁହେଁ । ପିଲାମାନଙ୍କୁ ଖେଳ କୁଦ କରିବାକୁ ଦିଅ, ନାଚ ଗୀତ କରିବାକୁ ଦିଅ । ଆଜି କେରଳ ହାଇକୋର୍ଟ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆଧାରରେ ସ୍କୁଲର ୧୪ ବର୍ଷରୁ ଅଧିକ ବୟସ ଛାତ୍ରଛାତ୍ରୀଙ୍କ ପାଇଁ ଭେକେସନ୍ କ୍ଲାସ ପାଇଁ ମିଳିଥିବା ଅନୁମତି ଅଣଦେଖା କରାଯିବାରୁ କେରଳ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଏକ ବ୍ୟସ୍ତ ବହୁଳ ଶିକ୍ଷା ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ବ୍ରେକ୍ ର ଆବଶ୍ୟକତା ରହିଛି । ସେଥିପାଇଁ ପିଲାମାନଙ୍କୁ ଗ୍ରୀଷ୍ମ ଛୁଟି ଦିଆଯାଇଥାଏ । ଛାତ୍ରଛାତ୍ରୀମାନେ ଛୁଟିର ଆନନ୍ଦ ନିଅନ୍ତୁ ଓ ନୂତନ ଶିକ୍ଷା ବର୍ଷ ପାଇଁ ପ୍ରସ୍ତୁତ ହେବା ପାଇଁ ସମର ଭେକେସନ୍ ଦିଆଯାଇଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି ।

ମୁହଁ ଦେଖି ଜାଣିହେବ କିପରି ଅଛି ଆପଣଙ୍କ ସ୍ବାସ୍ଥ୍ୟ? ଜାଣନ୍ତୁ କେମିତି

ହଲି ଡେ ପରେ ଛାତ୍ରଛାତ୍ରୀ ପାଠପଢାରେ ଅଧିକ ଫୋକସ୍ କରନ୍ତି । ଏହା ଦ୍ବାରା ପିଲାମାନେ ଅନ୍ୟ କାମରେ ଧ୍ଯାନ ଦେଇପାରନ୍ତି ନାହିଁ । ଯାହା ସେମାନଙ୍କ ସାମଗ୍ରିକ ବିକାଶରେ ବାଧା ଦେଇଥାଏ । ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ଆଗରୁ ସେମାନଙ୍କୁ ଉପଭୋଗ କରିବାକୁ ଦିଅନ୍ତୁ । ନିଜ ପରିବାର, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ବୁଲା ବୁଲିରେ ଯାଆନ୍ତୁ । କେବଳ ସେତିକି ନୁହେଁ ସେମାନଙ୍କ ମନପସନ୍ଦ ଟିଭି ଶୋ ମଧ୍ୟ ଦେଖିବାକୁ ଦିଆଯିବା ଉଚିତ୍ । ମନ ପସନ୍ଦ ଖେଳ ଫୁଟବଲ୍, କ୍ରିକେଟ ଆଦି ମଧ୍ୟ ଖେଳିବାକୁ ଦିଆଯିବା ଉଚିତ୍ । ଏହା ସହ ପରିବାର ଲୋକଙ୍କ ସହ ମଧ୍ୟ ଯାତ୍ରାର ମଜା ନେବା ଉଚିତ୍ ।
Published by:Soumya Das
First published: