News18 Odia Digital
Govt New Scheme: ଗରିବ ପରିବାରର ଆର୍ଥିକ ସଶକ୍ତିକରଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା (Govt New Scheme) ଚାଲିଛି। ମୋଦି ସରକାର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆରମ୍ଭ କରିଥିଲେ।
ସେହିଭଳି ଅନେକ ରାଜ୍ୟ ସରକାର ଗରିବ ଲୋକଙ୍କୁ ମାଗଣା ସବସିଡି ପ୍ରଦାନ କରୁଛନ୍ତି। ଏବେ ହରିୟାଣା (Haryana) ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର (Manohar Lal Khattar) ଗରିବଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।
ଏହିପରି ପରିବାରକୁ ମିଳିବ ଆର୍ଥିକ ସହାୟତାବାର୍ଷିକ ଆୟ ୧.୮୦ ଲକ୍ଷରୁ କମ୍ ପରିବାର ପାଇଁ ସିଏମ୍ ଖଟ୍ଟର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ମୃତ୍ୟୁ କିମ୍ବା ଏପରି ପରିବାର ସଦସ୍ୟଙ୍କ ସ୍ଥାୟୀ ଅକ୍ଷମତା ହେଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ସରକାରୀ ବୟାନ ଅନୁଯାୟୀ, ଦେନ୍ ଦୟାଲ ଉପାଧ୍ୟାୟ ଅନ୍ତୋଦୟ ପରିବାର ସୁରକ୍ଷାର ଯୋଜନାର ଉଦ୍ଦେଶ୍ୟ ହେଉଛି ସେହି ପରିବାରର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଯେଉଁ ପରିବାରର ସଦସ୍ୟଙ୍କ ମୃତ୍ୟୁ (ପ୍ରାକୃତିକ କିମ୍ବା ଦୁର୍ଘଟଣା) କିମ୍ବା ପରିବାରର ସଦସ୍ୟଙ୍କ ସ୍ଥାୟୀ ଅକ୍ଷମତା, ଯାହାର ବାର୍ଷିକ ଆୟ ୧.୮୦ ଲକ୍ଷରୁ କମ୍ ରହିଛି।
ପଢ଼ନ୍ତୁ ଏହି ଖବର: Kisan Yojana: ଯଦି ଏବେ ବି ଆପଣଙ୍କ ଆକାଉଣ୍ଟକୁ ଆସିନି କିସ୍ତି ଟଙ୍କା? ଏହି ନମ୍ବରରେ କରନ୍ତୁ କଲ୍ପାରିବାରିକ ପରିଚୟ ପତ୍ର ଆଧାରରେ ବାର୍ଷିକ ଆୟ ଯାଞ୍ଚ କରାଯିବ। ଆର୍ଥିକ ସହାୟତା ହିତାଧିକାରୀଙ୍କ ବୟସ ଅନୁଯାୟୀ ଭିନ୍ନ ହେବ। ଏହା ସହିତ ଏହି ଯୋଜନାରେ ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପ୍ରଧାନୀମନ୍ତ୍ର ସୁରକ୍ଷ ବିମା ଯୋଜନା (PMSBY) ଅଧୀନରେ ଦୁଇ ଲକ୍ଷ ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ ହେବ।
ପଢ଼ନ୍ତୁ ଏହି ଖବର: Old Pension Scheme: ପୁରୁଣା ପେନସନ୍ ଯୋଜନା ଉପରେ ସରକାରଙ୍କ ଆଶ୍ଚର୍ଯ୍ୟଜନକ ବୟାନଏକ କାର୍ଯ୍ୟକ୍ରମ ସମୟରେ ଏହାକୁ ଉଦଘାଟନ କରି ଖଟ୍ଟର କହିଛନ୍ତି ଯେ ହରିୟାଣା ପରିବାର ସୁରକ୍ଷା ଟ୍ରଷ୍ଟ (HPSN) ଏହି ଯୋଜନା ପାଇଁ କାର୍ଯ୍ୟକାରୀକାରୀ ସଂସ୍ଥା ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।