News 18 Odia Digital
Air india requirement: ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡ୍ (AIASL) ଆପ୍ରେଣ୍ଟିସ୍, ଜୁନିଅର ଗ୍ରାହକ ସେବା କାର୍ଯ୍ୟନିର୍ବାହୀ, ଗ୍ରାହକ ସେବା କାର୍ଯ୍ୟନିର୍ବାହୀ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଦରଖାସ୍ତ ପଠାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଖାଲି ରହିଥିବା ପଦବୀ (vacancy) ସଂଖ୍ୟା ରହିଛି ୪୯୫ । ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ AIASL ର ଅଫିସିଆଲ୍ ୱେବସାଇଟ୍ (official website) aiasl.in କୁ ଯାଇ ସମସ୍ତ ତଥ୍ୟ ମଧ୍ୟ ଦେଖିପାରିବେ । ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଆବେଦନ କରିପାରିବେ । ଚୟନ ପ୍ରକ୍ରିୟାରେ ସର୍ଟଲିଷ୍ଟ୍ ହେବାପରେ ପ୍ରାର୍ଥୀଙ୍କ ସାକ୍ଷାତକାର ଏବଂ ଡକ୍ୟୁମେଣ୍ଟ (documents) ଯାଞ୍ଚ ହେବ । ଏହି ନିଯୁକ୍ତି (ଏୟାର ଇଣ୍ଡିଆ AIASL ନିଯୁକ୍ତି) ଏକ ନିର୍ଦ୍ଦିଷ୍ଟ ଅବଧି ଚୁକ୍ତିନାମା ଆଧାରରେ କରାଯାଉଛି ।
ଏୟାର ଇଣ୍ଡିଆ AIASL ନିଯୁକ୍ତି ପାଇଁ ଆବେଦନ ତାରିଖ ।ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ ୧୭ଏପ୍ରିଲରୁ ୨୦ ଏପ୍ରିଲ ମଧ୍ୟରେ ଆବେଦନ କରି ସାକ୍ଷାତକାର ପରୀକ୍ଷାରେ ଯୋଗ ଦେଇପାରିବେ । ଖାଲି ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ୱେବସାଇଟରେ ଯାଞ୍ଚ କରିନେବା ପାଇଁ ପରାମର୍ଶ ଦିଆଯାଇଛି । ଆବେଦନ କରିବା ସମୟରେ କୌଣସି ଅସୁବିଧା ହେଉଥିଲେ ପ୍ରାର୍ଥୀମାନେ ଉପଯୁକ୍ତ ସମୟ ମଧ୍ୟରେ ୱେବସାଇଟରେ ଦିଆଯାଇଥିବା ଠିକଣାରେ ସମ୍ପର୍କ କରିବା ଆବଶ୍ୟକ ।
ଏୟାର ଇଣ୍ଡିଆ AIASL ନିଯୁକ୍ତି ପାଇଁ ନିର୍ଦ୍ଧାରିତ ବୟସ ସୀମା ।AIATSLଦ୍ୱାରା ଘୋଷିତ ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ (age) ୨୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ତେବେ ସରକାରୀ ନିୟମ ଅନୁଯାୟୀ ବୟସ ପାଇଁ କୋହଳ କରାଯିବାର ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି ।
ଆପଣଙ୍କୁ କହି ରଖୁଛୁ ଯେ, କେବଳ ଅଫିସିଆଲ ୱେବସାଇଟ ତଥ୍ୟ ମାଧ୍ୟମରେ ଆପଣ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଉଚିତ । କାରଣ ବର୍ତ୍ତମାନ ଅନେକ ଫେକ୍ ୱେବସାଇଟ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଠକିବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ତେଣୁ ନିଯୁକ୍ତି ପ୍ରକ୍ରିୟାରେ ଭାଗନେବା ପୂର୍ବରୁ ନିଜ ପକ୍ଷରୁ ସମ୍ପୂର୍ଣ୍ଣ ଯାଞ୍ଚ କରିନିଅନ୍ତୁ । ଏଥିସହ ଆପଣଙ୍କୁ କହିରଖୁଛୁ ଯେ, କୌଣସି ନିଯୁକ୍ତି ବାବଦରେ ଆର୍ଥିକ ଖର୍ଚ୍ଚ କରିବା ଆଗରୁ ସତର୍କତା ଅବଲମ୍ୱନ କରନ୍ତୁ । କାରଣ ଆଜିକାଲି ଅନେକ ବ୍ୟକ୍ତି ନିଯୁକ୍ତି ପାଇଁ ଆର୍ଥିକ ଠକାମୀରେ ପଡୁଥିବାର ନଜର ରହିଛି ।
ଏହି ଖବର ପଢ଼ନ୍ତୁ -
HDFC କ୍ରେଡିଟ କାର୍ଡରେ କରନ୍ତୁ UPI ପେମେଣ୍ଟ: ମିଳିବ ୩% ରିୱାର୍ଡ ପଏଣ୍ଟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।