News 18 Odia Digital
TNUSRB SI Recruitment 2023: ସରକାରୀ ଚାକିରି ତଥା ପୋଲିସ ବିଭାଗରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଏଥିପାଇଁ ତାମିଲନାଡୁର ୟୁନିଫର୍ମ ସର୍ଭିସେସ୍ (Tamil Nadu Uniformed Services Recruitment Board) ନିଯୁକ୍ତି ବୋର୍ଡ (TNUSRB) ସବ୍-ଇନ୍ସପେକ୍ଟର ପୋଲିସ୍ (ତାଲୁକ୍, ଏଆର୍ ଏବଂ ଟିଏସପି) (TNUSRB SI ) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ tnusrb.tn.gov.in ରେ TNUSRB ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଜୁନ୍ ୩୦, ୨୦୨୩ ସୁଦ୍ଧା ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ ଆବେଦନର ଆରମ୍ଭ ତାରିଖ ହେଉଛି ଜୁନ୍ ୦୧, ୨୦୨୩ । ଏହି ପଦବୀ ଗୁଡିକ ପାଇଁ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ, ଯାହା ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ହେବ । ତେବେ ଲିଖିତ ପରୀକ୍ଷାର ପ୍ରକୃତ ତାରିଖ ପରେ ଘୋଷଣା କରାଯିବ। ଏହି ନିଯୁକ୍ତି (TNUSRB SI ଭର୍ତ୍ତୀ 2023) ପ୍ରକ୍ରିୟାରେ ସମୁଦାୟ ୬୨୧ ଟି ପଦବୀ ପୂରଣ ହେବ ।
ତେବେ ମନେ ରଖନ୍ତୁ ଯେ, TNUSRB SI ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ - ୦୧ ଜୁନ୍ । ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ୩୦ ଜୁନ୍ ।
TNUSRB SI ଭର୍ତ୍ତୀ ପାଇଁ ପୂରଣ ହେବାକୁ ଥିବା ପୋଷ୍ଟ ଗୁଡିକର ବିବରଣୀ ।
ସବ୍ ଇନ୍ସପେକ୍ଟର (ତାଲୁକ) ୩୬୪ + ୨ (BL)
ସବ୍ ଇନ୍ସପେକ୍ଟର ପୋଲିସ୍ (ଏଆର୍) ୧୪୧ + ୪ (BL)
ପୋଲିସ୍ ସବ୍ ଇନ୍ସପେକ୍ଟର (TSP) - ୧୧୦
ସମୁଦାୟ- ୬୧୫ + ୬ = ୬୨୧ ।
TNUSRB SI ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ / ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ପାଠ୍ୟକ୍ରମ କ୍ଷେତ୍ରରେ ପ୍ରାର୍ଥୀମାନେ 10 + 2 + 3/4/5 ପ୍ୟାଟର୍ନ କିମ୍ବା 10 + 3 + 2/3 ପ୍ୟାଟର୍ନର ଡିଗ୍ରୀ ହାସଲ କରିଥିବା ଉଚିତ୍ । କିନ୍ତୁ ମନେ ରଖନ୍ତୁ ଯେ, ଓପନ୍ ୟୁନିଭର୍ସିଟି ମାଧ୍ୟମରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଯୋଗ୍ୟ ହେବେ ନାହିଁ ।
TNUSRB SI ପଦବୀରେ ଦରମା
TNUSRB SI ନିଯୁକ୍ତି ଅଧୀନରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବେତନ ହିସାବରେ ୩୬,୯୦୦ ରୁ ୧,୧୬,୬୦୦ ମଧ୍ୟରେ ଦରମା ପ୍ରଦାନ କରାଯିବ ।
ବିଜ୍ଞପ୍ତି ବିଷୟରେ ଅଧିକ ଖବର ଜାଣିବା ପାଇଁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
https://www.tnusrb.tn.gov.in/pdfs/Notification_en.pdf
https://www.tnusrb.tn.gov.in/
TNUSRB SI ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ।
ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଶାରୀରିକ ପରୀକ୍ଷା / ସାକ୍ଷାତକାର / ସ୍ୱତନ୍ତ୍ର ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।
ଏହି ଖବର ପଢ଼ନ୍ତୁ -
ଅମିତାଭଙ୍କ ଏହି କଥାରେ ବରବାଦ ହେଲା 'ଶକ୍ତିମାନ'ଙ୍କ କ୍ୟାରିଅର: ଶେଷରେ ନେଲେ ବିଦାୟ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।