ଆସିଲା ଖୁସି ଖବର; ୮୦୦୦ ହଜାର ଟଙ୍କା ବଢି଼ ଏଥର ଖାତାକୁ ଆସିବ ଏତିକି ଦରମା

କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ଭତ୍ତା, ଦରମା ବଢ଼ି ଖାତାକୁ ଆସିବ ଏତିକି ଟଙ୍କା ।

ଆସିଲା ଖୁସି ଖବର

ଆସିଲା ଖୁସି ଖବର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

7th Pay Commission:  ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଆପଣଙ୍କ ଘରେ କେହି କେନ୍ଦ୍ରୀୟ କର୍ମଚାରୀ ଅଛନ୍ତି. ତେବେ ଖୁସି ଖବର । ମାର୍ଚ୍ଚ ଶେଷ ସପ୍ତାହରେ ସରକାର କର୍ମଚାରୀଙ୍କର ୪ ପ୍ରତିଶତ ଡିଏ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ । ଏବେ ସରକାର କର୍ମଚୀରୀମାନଙ୍କୁ ଆଉ ଏକ ଉପହାର ଦେବାକୁ ଯାଉଛନ୍ତି । ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବ । ସୂତ୍ର ଅନୁସାରେ, ସରକାର ଏଥର କେନ୍ଦ୍ରସରକାର ଡିଏରେ ୪ ପ୍ରତିଶତରେ ବୃଦ୍ଧି କରିବାକୁ ଯାଉଛନ୍ତି ଓ ଏହା ବଢ଼ି ୪୬ ପ୍ରତିଶତରେ ପହଞ୍ଚିବ।

୨୦୨୩ ମାର୍ଚ୍ଚରେ ସରକାରଙ୍କ ଦ୍ୱାରା ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କରାଯାଇଛି। ଏହା ପରେ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବୃଦ୍ଧିକୁ ସରକାର ୨୦୨୩ ଜାନୁଆରୀ  କାର୍ଯ୍ୟକାରୀ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ DA ଜୁଲାଇ ପହିଲାରୁ ଲାଗୁ ହେବ। ବର୍ତ୍ତମାନ ଡିଏ ହେଉଛି ୪୨ ପ୍ରତିଶତ। ଜୁଲାଇ ୧ ରୁ ପ୍ରଯୁଜ୍ୟ ଡିଏ ୪୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କ୍ରେଡିଟ କାର୍ଡ଼ ବ୍ୟବହାର କରୁଛନ୍ତି କି? SBI ଆଣିଲା ନୂଆ ନିୟମ

ଦ୍ୱିତୀୟାର୍ଦ୍ଧ ଅର୍ଥାତ ଆଗାମୀ ୬ମାସପାଇଁ DA ର ବୃଦ୍ଧି ନେଇ ସରକାର ଘୋଷଣା କରିବେ। ପ୍ରତ୍ୟେକ ଥର ଦ୍ୱିତୀୟାର୍ଦ୍ଧର ଡିଏ ସେପ୍ଟେମ୍ବର-ଅକ୍ଟୋବରରେ ଘୋଷଣା କରାଯାଏ। କିନ୍ତୁ ଏଥର ଅଗଷ୍ଟରେ ବର୍ଦ୍ଧିତ ଡିଏ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ବର୍ଷର ପ୍ରଥମାର୍ଦ୍ଧରେ ୪ ପ୍ରତିଶତ ବୃଦ୍ଧି ଘୋଷଣା ହୋଇସାରିଛି।  ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ସରକାର ବୃଦ୍ଧି କରିଛନ୍ତି।  ଯଦି ମୁଦ୍ରାସ୍ଫୀତି ଅଧିକ, DA ର ବୃଦ୍ଧି ମଧ୍ୟ ଅଧିକ ହେବ।

ଦରମା ବୃଦ୍ଧି କେତେ ହେବ?

ଯଦି ଦ୍ୱିତୀୟାର୍ଦ୍ଧରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ ସେହି ଅନୁସାରେ ଦରମା ମଧ୍ୟ ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ, ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କର ବର୍ତ୍ତମାନ ୧୮,୦୦୦ ଟଙ୍କା ମୌଳିକ ଦରମା ଅଛି ଏବଂ ବର୍ତ୍ତମାନ ୪୨ ପ୍ରତିଶତ ହାରରେ DA ୭୫୬୦ ଟଙ୍କା ପାଇଛନ୍ତି। ଯଦି ତାଙ୍କର ଡିଏ ୪୬ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୮୨୮୦ ଟଙ୍କା ହେବ। ଏହିପରି, ପ୍ରତ୍ୟେକ ମାସରେ ୭୨୦ ଟଙ୍କା (ବାର୍ଷିକ ୮୬୪୦ ଟଙ୍କା) ବୃଦ୍ଧି ହେବ। ଏ ସମ୍ପର୍କରେ ସରକାର କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।
Published by:Soumya Das
First published: