ସରକାର ଟ୍ୱିଟର୍କୁ ଚେତାବନୀ ଦେଲେ: ‘ବିବାଦିତ ହ୍ୟାସ୍ଟ୍ୟାଗ୍ ହଟାଅ, ନହେଲେ ଦଣ୍ଡ ମିଳିବ’
‘‘ଗଣହତ୍ୟା ବିଷୟରେ ପ୍ରଚାର କରିବା ନାଗରିକର ବକ୍ତବ୍ୟର ସ୍ୱାଧୀନତା ନୁହେଁ । ଏହା ଆଇନ ଓ ଶୃଙ୍ଖଳା ବ୍ୟବସ୍ଥା ପାଇଁ ଏକ ବିପଦ,’’ ଟ୍ୱିଟରକୁ ଜାରି କରାଯାଇଥିବା ସରକାରୀ ନୋଟିସରେ କୁହାଯାଇଛି ।

ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷମକମାନଙ୍କର ଏକ ଦୃଶ୍ୟ (ଏ.ପି. ଫଟୋ)
- News18 Odia
- Last Updated: February 3, 2021, 7:29 PM IST
ନୂଆ ଦିଲ୍ଲୀ: ଚାଷୀଙ୍କ ନରସଂହାର କରିବା ଉପରେ ଏକ ହ୍ୟାସଟ୍ୟାଗ ଉପରେ କୌଣସି ପଦକ୍ଷେପ ନେଇ ନ ଥିବାରୁ କେନ୍ଦ୍ର ସରକାର ଟ୍ୱିଟରକୁ (Twitter) ଏକ ନୋଟିସ ଜାରି କରିଛନ୍ତି । ଟ୍ୱିଟରରେ କେତେକ ଲୋକ #ModiPlanningFarmerGenocide (ମୋଦୀ କୃଷକମାନଙ୍କ ନରସଂହାର କରିବାକୁ ଯୋଜନା କରୁଛନ୍ତି) ବୋଲି ଏକ ହ୍ୟାସଟ୍ୟାଗ୍ ଲଞ୍ଚ କରିଥିଲେ ।
ସରକାର ଟ୍ୱିଟରକୁ ଏହି ହ୍ୟାସଟ୍ୟାଗ୍ ବ୍ୟବହାର କରି ଟ୍ୱିଟ୍ ବା ରିଟ୍ୱିଟ୍ କରୁଥିବା ଆକାଉଣ୍ଟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ, କିନ୍ତୁ ଟ୍ୱିଟର ନିଜେ ସେହି ଆକାଉଣ୍ଟଗୁଡ଼ିକୁ ପୁନଃସ୍ଥାପନ କରିଥିଲେ । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଯଦି ଟ୍ୱିଟର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଶୀଘ୍ର ପାଳନ ନ କରେ, ତାହେଲେ ଏହି ସୋସିଆଲ୍ ମିଡ଼ିଆ ନେଟୱର୍କ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ
ଏହି ନୋଟିସରେ ଆହୁରି ଲେଖାଯାଇଛି, ‘‘ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ହିଂସା ଘଟିଥିଲା । ବିବାଦୀୟ ଟ୍ୱିଟ୍ ଆକାଉଣ୍ଟକୁ ଅବରୋଧ କରିବାକୁ ସରକାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ଟ୍ୱିଟର ସେହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ସକ୍ରିୟ କରିଛି ।’’
ଏହା ବି ପଢ଼ନ୍ତୁ | ମୂକ-ବଧିର ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକରେ ଲଙ୍କାକାଣ୍ଡ; ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ
ଟ୍ୱିଟରରେ #ModiPlanningFarmerGenocide ହ୍ୟାସଟ୍ୟାଗ୍ ସହିତ ଅନେକ ଟ୍ୱିଟ୍ କରାଯାଇଛି । ଜାନୁଆରୀ ୩୦ରେ ଏହି ହ୍ୟାସଟ୍ୟାଗ ଟ୍ୱିଟରରେ ଅଗ୍ରଣୀ ଥିଲା । ଅନେକ ଟୁଇଟ୍ ଓ ଟ୍ୱିଟର ଆକାଉଣ୍ଟ ବିଦେଶରୁ ଚାଲୁଥିଲା । ନିଲମ୍ବିତ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ଥିଲା କେତେକ କୃଷକ ସଙ୍ଗଠନ ଓ କୃଷକ ନେତାଙ୍କ ଆକାଉଣ୍ଟ । ସୂଚନା ଅନୁଯାୟୀ ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ଅବରୋଧ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ପୂର୍ବରୁ ଜାନୁଆରୀ ୨୭ରେ ରାଜଧାନୀ ନୂଆ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ସମୟରେ ହିଂସା ଉପରେ ଟ୍ୱିଟ୍ କରୁଥିବା ୫୦୦ ଆକାଉଣ୍ଟକୁ ଟ୍ୱିଟର୍ ସ୍ଥଗିତ ରଖିଥିଲା । ଟ୍ୱିଟର କହିଥିଲା ଯେ ସେହି ଆକାଉଣ୍ଟଗୁଡ଼ିକରେ ଏକ ଲେବଲ୍ ମଧ୍ୟ ଲଗାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ଉପରେ ଟ୍ୱିଟର ମୁଖପାତ୍ର କହିଥିଲେ ଯେ ତାଙ୍କ ପ୍ଲାଟଫର୍ମରେ ହିଂସା, ଅତ୍ୟାଚାର ଓ ଧମକର କୌଣସି ସ୍ଥାନ ନାହିଁ ।