ଗୋବିନ୍ଦା ବଲିଉଡ଼ ଉପରେ ଲଗାଇଲେ 'ଷଡଯନ୍ତ୍ର'ର ଆରୋପ; ୧୬ କୋଟି ଟଙ୍କା କ୍ଷତିର ରାଜ୍ ଖୋଲିଲେ

ଗୋବିନ୍ଦା ଅଭିଯୋଗ କରିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ବିଭାଗ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି । ତାଙ୍କୁ ଜାଣିଶୁଣି ପୃଥକ କରାଯଇଛି । ଯେଉଁ କାରଣରୁ ସେ ବହୁ କ୍ଷତି ସହିଛନ୍ତି । ଗୋବିନ୍ଦାଙ୍କ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ସେ ୧୬ କୋଟି ଟଙ୍କା କ୍ଷତି ସହିଛନ୍ତି ।

ଗୋବିନ୍ଦା ବଲିଉଡ଼ ଉପରେ ଲଗାଇଲେ 'ଷଡଯନ୍ତ୍ର'ର ଆରୋପ; ୧୬ କୋଟି ଟଙ୍କା କ୍ଷତିର ରାଜ୍ ଖୋଲିଲେ
ଗୋବିନ୍ଦା ବଲିଉଡ଼ ଉପରେ ଲଗାଇଲେ 'ଷଡଯନ୍ତ୍ର'ର ଆରୋପ
  • News18 Odia
  • Last Updated: March 15, 2021, 12:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା (Govinda) ନିଜର ଅଭିନୟ ଓ ନୃତ୍ୟ ଦକ୍ଷତା ସହିତ ଅନ୍ୟ ଏକ ଜିନିଷ ପାଇଁ ଜଣାଶୁଣା ଓ ତାହା ହେଉଛି ତାଙ୍କର ରୋକଠୋକ କହିବା ଶୈଳୀ । ଗୋବିନ୍ଦା କେବେ ବି ନିଜ କଥା କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଅତୀତରେ ଭଣଜା କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ା ହେବା ପରେ ଗୋବିନ୍ଦା ବର୍ତ୍ତମାନ ବଲିଉଡ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଗୋବିନ୍ଦା ଅଭିଯୋଗ କରିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ବିଭାଗ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି । ତାଙ୍କୁ ଜାଣିଶୁଣି ପୃଥକ କରାଯଇଛି । ଯେଉଁ କାରଣରୁ ସେ ବହୁ କ୍ଷତି ସହିଛନ୍ତି ।

ଏକ ସାକ୍ଷାତକାର ସମୟରେ ଯେତେବେଳେ ଗୋବିନ୍ଦାଙ୍କୁ 'କୁଲି ନଂ-୧' 'ର ରିମେକ୍ ବିଷୟରେ ପଚରାଯାଇଥିଲା, ସେତବେଳେ ସେ କହିବାକୁ କିଛି କହିବାକୁ ମନା କରିଦେଇଥିଲେ । ଏହି ଫିଲ୍ମଟି ଗତ ବର୍ଷ OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା ​​। ବରୁଣ ଧାୱନ ଓ ସାରା ଅଲି ଖାନଙ୍କ ଅଭିନୀତ ଏହି ଫିଲ୍ମଟି ନକାରାତ୍ମକ ରେଟିଂ ଗ୍ରହଣ କରିଥିଲା । ଏହି ଫିଲ୍ମଟିକୁ ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ନିର୍ଦ୍ଦେଶନା ଦେଇଛନ୍ତି, ଯାହାଙ୍କ ସହ ଗୋବିନ୍ଦ ଅନେକ ସୁପରହିଟ ଫିଲ୍ମ କରିଛନ୍ତି ।

ଗୋବିନ୍ଦା କହିଛନ୍ତି, 'ଆପଣ ମୋତେ କାହା ବିରୁଦ୍ଧରେ କଥାବାର୍ତ୍ତା କରିବାକୁ କେବେ ପାଇବେ ନାହିଁ, ଯେତେବେଳେ କି ଅଧିକାଂଶ ଲୋକ ମୋ ବିଷୟରେ ଭୁଲ କଥା କୁହନ୍ତି । ମୁଁ କଦାପି କାହାର କାମକୁ ବିଚାର କରେ ନାହିଁ । କାରଣ ମୁଁ କଠିନ ପରିଶ୍ରମ ଓ ଅର୍ଥକୁ ସମ୍ମାନ କରେ । ଗତ ୧୪-୧୫ ବର୍ଷ ମଧ୍ୟରେ ମୁଁ ବହୁତ ଟଙ୍କା ନିବେଶ କରିଥିଲି ଓ ୧୬ କୋଟି କ୍ଷତି ସହିଛି । ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ଦ୍ୱାରା ମୋତେ ଅସଦାଚରଣ କରାଯାଇଛି । ମୋର ଫିଲ୍ମ ଥିଏଟର ପାଇଲା ନାହିଁ ଓ ସେମାନେ ମୋର କରିୟର ମଧ୍ୟ ଶେଷ କରିବାକୁ ଚେଷ୍ଟା କଲେ । ଯାହା ହୋଇପାରି ନଥିଲା । ମୁଁ ୨୦୨୧ ରେ ଏକ ବଡ଼ ଆକାରରେ ଧମାକା କରିବା ପାଇଁ ପ୍ରସ୍ତୁତ ।"

ଇଣ୍ଡଷ୍ଟ୍ରିରେ ତାଙ୍କ ବିରୁଦ୍ଧରେ ହୋଇଥିବା ଷଡଯନ୍ତ୍ର ବିଷୟରେ ସେ କହିଥଲେ- ଫିଲ୍ମ ଜଗତର କିଛି ଲୋକ ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ । ଯେପରିକି ସେ କୁହନ୍ତି, ନିଜର ଲୋକ ମଧ୍ୟ ପର ହୋଇ ଯାଇଥାଏ । ଯଦି ଭାଗ୍ୟ ଆପଣଙ୍କ ସହିତ ନ ରହେ ତେବେ ଆପଣଙ୍କ ନିଜ ଲୋକମାନେ ମଧ୍ୟ ଆପଣଙ୍କ ବିରୁଦ୍ଧରେ ଯାଆନ୍ତି ।
Published by: Jagdish Barik
First published: March 15, 2021, 12:35 PM IST