ଫ୍ଲୋର ଟେଷ୍ଟର ସାମ୍ନା କରିବ ଉଦ୍ଧବ ସରକାର! ସିନ୍ଦେ ଦଳ ସହ ମିଶି ବିଜେପି କରୁଛି ବଡ଼ ପ୍ରସ୍ତୁତି

ମହାରାଷ୍ଟ୍ରରେ ଚାଲିଥିବା ଅସ୍ଥିରତାକୁ ନେଇ ରାଜ୍ଯପାଳ କୋଶୟାରୀ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । କୋର୍ଟର ଶୁଣାଣି ପରେ ବିଜେପି ଓ ସିନ୍ଦେ ଏକାଠି ଦଳ ଗଢ଼ିବା ନେଇ ପ୍ରସ୍ତୁତି ଚାଲିଥାଇପାରେ ବୋଲି ଜଣାପଡ଼ିଛି ।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଡେପୁଟି ବାଚସ୍ପତିଙ୍କ ନୋଟିସକୁ ଜବାବ ଦେବା ପାଇଁ ସୁପ୍ରିମକୋର୍ଟ ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକମାନଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଘାଡ଼ି ସରକାରଙ୍କୁ ଖୁବ୍ ଶୀଘ୍ର ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡି଼ବ। ତାଙ୍କ କହିବାନୁସାରେ, ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାୟାରୀ ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ନେଇ ସୋ ମୋଟୁ କଗ୍ନିଜେସନ୍ ବା ନିଜସ୍ୱ ଏକ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବେ। ସୋମବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଜନତା ପାର୍ଟି ଉତ୍ତେଜିତ ହୋଇଛି ଓ ଶିବସେନାର ଏକନାଥ ସିନ୍ଦେ ଦଳ ସହ ସରକାର ଗଠନ କରିବାର ଆତ୍ମବିଶ୍ୱାସ ରହିଛି।

ଜଣେ ବରିଷ୍ଠ ଅଧିକାରୀ ସୂତ୍ରରୁ ଜଣାପଡିଛି ଯେ ଜୁଲାଇ ୧୧ ପୂର୍ବରୁ ଉଦ୍ଧବ ଠାକରେ ସରକାରଙ୍କ ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରିବେ, ଯାହାକି ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ସେ କହିଛନ୍ତି ଯେ ସିନ୍ଦେ ଗ୍ରୁପ୍ କେତେକ ବୈଷୟିକ ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀଙ୍କ ସହ ପରାମର୍ଶ କରୁଛନ୍ତି ଓ ଏହାର ଶୀଘ୍ର ସମାଧାନ ହେବ।  ଅନ୍ୟାନ୍ୟ ବିକଳ୍ପଗୁଡ଼ିକ ହେଉଛି ଏକନାଥ ସିନ୍ଦେ ଗୋଷ୍ଠୀ କିମ୍ବା ବିଜେପି ଦ୍ୱାରା ଫ୍ଲୋର ଟେଷ୍ଟ ଦାବି ହୋଇପାରେ। ତେବେ ଫ୍ଲୋର ପରୀକ୍ଷା ପାଇଁ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଡାକିବାର ସମ୍ଭାବନା ଅଧିକ ବୋଲି ସୂତ୍ରରୁ ପ୍ରକାଶ।

ସିନ୍ଦେ ଦଳ ଅନ୍ୟ କୌଣସି ଦଳ ସହିତ  ମିଶ୍ରଣ ଏକ ବିକଳ୍ପ କି?  ବିଜେପିରେ ଉଚ୍ଚ ସ୍ଥାନିତ ସୂତ୍ରରୁ ଜଣାପଡିଛି ଯେ ସିନ୍ଦେ ଦଳ ହେଉଛି ମୂଳ ଶିବସେନା ବିଭାଜିତ ହୋଇଛି ଓ ସିନ୍ଦେଙ୍କ ସଂଖ୍ୟାଗରିଷ୍ଠତା ରହିଛି।  ତେଣୁ, ସେମାନେ ହେଉଛନ୍ତି ମୂଳ ଶିବସେନା। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାନ ସେନା (MNS) ସହିତ ସିନ୍ଦେଙ୍କ ଗୁଜବ ବିଷୟରେ କ’ଣ?

ଫ୍ଲୋର ପରୀକ୍ଷା ସମୟରେ ଡେପୁଟି ସ୍ପିକର ବିରୋଧୀଙ୍କ ରଣନୀତି ଭାଙ୍ଗି ପାରିବେ କି? ଡେପୁଟି ସ୍ପିକର ଆଇନର ବିରୋଧୀ କିଛି କରିବାକୁ ସାହସ କରିବେ ନାହିଁ ବୋଲି ବିଜେପି ସୂତ୍ରରୁ ପ୍ରକାଶ।  ଯଦି ସେ ଏହିପରି କିଛି କରନ୍ତି, ରାଜ୍ୟପାଳ ଏକ ପ୍ରୋ ଟେମ୍ ସ୍ପିକର ନିଯୁକ୍ତ କରିପାରିବେ। ତେବେ ଉଦ୍ଧବ ସରକାର ଆଇନଗତ ଭାବେ କାର୍ଯ୍ୟ କରିପାରିବେ କି?  ଯଦି ଏହା ଘଟେ ତେବେ ସେମାନେ ତାହା କରିବେ କିନ୍ତୁ ଆମେ ଏଥିପାଇଁ ପ୍ରସ୍ତୁତ ରହିବୁ ବୋଲି ଏକ ସୂତ୍ରରୁ ପ୍ରକାଶ।
Published by:Soumya Das
First published: