ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଭଲ ଖବର! କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ

ଭଲ ଖବର! କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ

କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ଟ୍ୱିଟ୍ ପରେ କୋଟି କୋଟି ଲୋକ ଦୀର୍ଘ ନିଶ୍ୱାସ ମାରିଛନ୍ତି ।

ଭଲ ଖବର! କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ଟ୍ୱିଟ୍ ପରେ କୋଟି କୋଟି ଲୋକ ଦୀର୍ଘ ନିଶ୍ୱାସ ମାରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ରାତିରେ ୨୦୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଛୋଟ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ପାଇଥିବାର ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଛି ।

ଭାରତ ସରକାରଙ୍କ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ସେହି ହାରରେ ରହିବ ଯାହାକି ୨୦୨୦-୨୧ ର ଶେଷ କ୍ୱାର୍ଟରରେ ଉପସ୍ଥିତ ଥିଲା । ଅର୍ଥାତ୍ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହାର। ଏହି ଯୋଜନାରେ କିସାନ ବିକାଶ ପତ୍ର (KVP), ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଓ ସୁକନ୍ୟା ସମୃଦ୍ଧି ଯୋଜନା ସାମିଲ ରହିଛି ।



୧. ସୁକନ୍ୟା ସମୃଦ୍ଧି ଯୋଜନା
ଲୋକଙ୍କ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ଯୋଜନା । ସୁକନ୍ୟା ସମୃଦ୍ଧି ସମୃଦ୍ଧି ଯୋଜନା ଉପରେ ମିଳିଥିବା ସୁଧ ସରକାରଙ୍କ ଦ୍ୱାରା ୭.୬ ପ୍ରତିଶତରୁ ୬.୯ ପ୍ରତିଶତକୁ ହ୍ରାସ ପାଇଛି । ଯାହା ପୂର୍ବ ପରି ସମାନ ରହିବ ।

୨. ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (PPF)
ମଧ୍ୟବିତ୍ତଙ୍କ ପାଇଁ ପିପିଏଫ୍ ହେଉଛି ସବୁଠାରୁ ଲୋକପ୍ରିୟ ଟିକସ ସଞ୍ଚୟ ଯୋଜନା । ସରକାର ପିପିଏଫ ଉପରେ ୭୦ ଆଧାର ପଏଣ୍ଟ ହ୍ରାସ କରିବା ପରେ ନୂତନ ହାର ୬.୪ ପ୍ରତିଶତ ଥିଲା ଯାହା ପୂର୍ବରୁ ୭.୧ ପ୍ରତିଶତ ରହିଥିଲା ।

୩. ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS)
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଉପରେ କେନ୍ଦ୍ର ସରକାର ୭.୪ ପ୍ରତିଶତରୁ ୬.୫ ପ୍ରତିଶତକୁ ହ୍ରାସ କରିଛନ୍ତି ।

୪. କିସାନ ବିକାଶ ପତ୍ର (KVP)
ସୁଧ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁଁ କିସାନ ବିକାଶ ପତ୍ର ଯୋଜନାରେ ପ୍ରଭାବ ଦ୍ୱିଗୁଣିତ ହୋଇଥିଲା । କାରଣ ଏହା ଉପରେ ସୁଧ ହାର ହ୍ରାସ ହେବା ସହିତ ଏହାର ଅବଧି ୧୨୪ ମାସରୁ ୧୩୮ ମାସକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ସମାନ ରହିବ । ଏହି ଯୋଜନାରୁ କୃଷକମାନେ ଭଲ ସୁଧ ପାଇଥାନ୍ତି ।
Published by: Jagdish Barik
First published: April 1, 2021, 9:27 AM IST