ଭାରତର ଭୁଲ ମାନଚିତ୍ର ଦେଖାଇବାକୁ ନେଇ ସରକାର ଟ୍ୱିଟରକୁ ଚେତାବନୀ ଦେଲେ

ଭାରତ ସରକାର ଦେଶର ଭୁଲ ମାନଚିତ୍ର ଦେଖାଇବାକୁ ନେଇ ଟ୍ୱିଟରକୁ କଡା ଚେତାବନୀ କରିଛନ୍ତି । ସରକାର କହିଛନ୍ତି ଯେ ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟ୍ୱିଟରର ପ୍ରତ୍ୟେକ ପ୍ରୟାସ ଗ୍ରହଣୀୟ ନୁହେଁ ।

ଭାରତର ଭୁଲ ମାନଚିତ୍ର ଦେଖାଇବାକୁ ନେଇ ସରକାର ଟ୍ୱିଟରକୁ ଚେତାବନୀ ଦେଲେ
ଭାରତର ଭୁଲ ମାନଚିତ୍ର ଦେଖାଇବାକୁ ନେଇ ସରକାର ଟ୍ୱିଟରକୁ ଚେତାବନୀ ଦେଲେ
  • News18 Odia
  • Last Updated: October 22, 2020, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ସରକାର (Modi Government) ଦେଶର ଭୁଲ ମାନଚିତ୍ର ଦେଖାଇବା ନେଇ ଟ୍ୱିଟରକୁ (Twitter) କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଯେ ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟ୍ୱିଟରର ପ୍ରତ୍ୟେକ ପ୍ରୟାସ ଗ୍ରହଣୀୟ ନୁହେଁ ।

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଆଇଟି) ସଚିବ ଅଜୟ ସାହନି ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍ ଡୋର୍ସିଙ୍କୁ ଏକ କଢ଼ା ଶବ୍ଦରେ ଚିଠି ଲେଖିଛନ୍ତି । ସାହନି କହିଛନ୍ତି ଯେ ଏଭଳି କୌଣସି ପ୍ରୟାସ କେବଳ ଟ୍ୱିଟରର ପ୍ରତିଷ୍ଠାକୁ ହ୍ରାସ କରେ ନାହିଁ ବରଂ ଏହା ଟ୍ୱିଟରର ନିରପେକ୍ଷତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଥାଏ ।

ଜମ୍ମୁ କାଶ୍ମୀର ଚୀନ୍ ଅଂଶ ଭାବରେ କହିଛି
ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ସାହନି ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ ସରକାର ନିଜର ଅସନ୍ତୋଷ ବ୍ୟକ୍ତ କରି ଟ୍ୱିଟର ସିଇଓଙ୍କୁ ଏକ କଢ଼ା ଶବ୍ଦରେ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଟ୍ୱିଟର ଲେହର ଭୌଗଳିକ ସ୍ଥିତି କହିବାକୁ ଯାଇ ତାହାକୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ଜମ୍ମୁ କାଶ୍ମୀରର ଏକ ଅଂଶ ଭାବରେ ଦେଖାଇଥିଲା ।

ସାହନି ତାଙ୍କ ଚିଠିରେ ଟ୍ୱିଟରକୁ ମନେ ପକାଇ ଦେଇଛନ୍ତି ଯେ ଲେହ ହେଉଛି ଲଦ୍ଦାଖ ୟୁନିଅନ ଟେରିଟୋରିର ମୁଖ୍ୟାଳୟ । ଚିଠିରେ ଦର୍ଶାଯାଇଛି ଯେ ଉଭୟ ଲଦ୍ଦାଖ ଓ ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଭାରତର ସମ୍ବିଧାନ ଦ୍ୱାରା ପରିଚାଳିତ ।

ସରକାର ଟ୍ୱିଟରକୁ ଭାରତୀୟ ନାଗରିକଙ୍କ ସମ୍ବେଦନଶୀଳତାକୁ ସମ୍ମାନ କରିବାକୁ କହିଛନ୍ତି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟ୍ୱିଟର ଦ୍ୱାରା ଭାରତର ସାର୍ବଭୌମତ୍ଵ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ କୌଣସି ବି ପ୍ରୟାସ ସମ୍ପୂର୍ଣ୍ଣ ରୂପେ ବେଆଇନ ଓ ଗ୍ରହଣୀୟ ନୁହେଁ।
Published by: Jagdish Barik
First published: October 22, 2020, 3:02 PM IST
corona virus btn
corona virus btn
Loading