ତାଲିବାନ ପ୍ରସଙ୍ଗ: ସରକାର ପରଦା ଆଢୁଆଳରେ ରହି ପ୍ରେମ କରୁଛନ୍ତି: ୱାଇସି
ଅସଦୁଦ୍ଦିନ ୱାଇସି ତାଲିବାନ ସହ ଆଲୋଚନା ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେନ୍ଦ୍ର ସରକାର ତାଲିବାନ ସହ ଗୁପ୍ତ ସମ୍ପର୍କ କାହିଁକି ରଖୁଛନ୍ତି ବୋଲି ସେ କହିଛନ୍ତି।
ତାଲିବାନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ୱାଇସି (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 5:53 PM IST
ନୂଆ ଦିଲ୍ଲୀ: ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ଭାରତ ତାଲିବାନ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ୱାଇସି ତାଲିବାନ ସହ ଆଲୋଚନା ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେନ୍ଦ୍ର ସରକାର ତାଲିବାନ ସହ ଗୁପ୍ତ ସମ୍ପର୍କ କାହିଁକି ରଖୁଛନ୍ତି ବୋଲି ସେ କହିଛନ୍ତି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଓୱାଇସି କହିଛନ୍ତି- 'ଏହି ସରକାର କାହିଁକି ହସୁଛି? ଏପରିକି ନିକଟତର ହଉ ନାହିଁ, କି ଦୁରେଇ ବି ଯାଉ ନାହିଁ। ପରଦା ଆଢୁଆଳରେ ରହି କି ପ୍ରେମ କରୁଛ? ଏହା ଜାତୀୟ ନିରାପତ୍ତାର ବିଷୟ। ଦେଶ ପ୍ରସଙ୍ଗରେ ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ।
ତାଲିବାନ ଓ ପାକିସ୍ତାନର ଏକ ଗଭୀର ସମ୍ପର୍କ ଅଛି, କିନ୍ତୁ ଆମର ସ୍ଥିତି କ’ଣ?
ଯୋଗୀ ସାରକାରଙ୍କୁ ପରାସ୍ତ କରିବାକୁ ଉତ୍ତରପ୍ରଦେଶକୁ ଅଧିକ ଯାତ୍ରା କରିବେ
ଏହି ସମୟରେ ୱାଇସି ମଧ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ଉତ୍ତରପ୍ରଦେଶ ଗସ୍ତରେ ଯିବେ। ସେ କହିଛନ୍ତି- 'ମୁଁ ୭ ସେପ୍ଟେମ୍ବରରେ ଫୈଜାବାଦରେ, ୮ରେ ସୁଲତାନପୁର ଓ ୯ରେ ବାରବାଙ୍କିରେ ରହିବି। ଆଗାମୀ ଦିନରେ ମୁଁ ଉତ୍ତରପ୍ରଦେଶକୁ ଅଧିକ ଯାତ୍ରା କରିବି। ୟୁପିରେ ନିର୍ବାଚନ ହେବାକୁ ଯାଉଛି ଓ ଆମେ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପରାସ୍ତ କରିବୁ।
ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାରେ ଉତ୍ସାହିତ ହୋଇ ୱାଇସି ଅନ୍ୟ ରାଜ୍ୟକୁ ମଧ୍ୟ ଯାଇଛନ୍ତି। ତାଙ୍କ ଦଳ ପଶ୍ଚିମବଙ୍ଗରେ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ସେଠାରେ ତାଙ୍କ ଖାତା ଖୋଲି ପାରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ୟୁପି ନିର୍ବାଚନରୁ ତାଙ୍କର ବହୁତ ଆଶା ରହିଛି।






