ଭାରତ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କରୁଛନ୍ତି ବିଭିନ୍ନ କାର୍ଯ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ତଥା ବ୍ଲକ୍ ସ୍ତରରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୟାନୁବର୍ତ୍ତିତ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିବେଦନ କରିଛନ୍ତି ।

ଭାରତ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କରୁଛନ୍ତି ବିଭିନ୍ନ କାର୍ଯ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭାରତ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କରୁଛନ୍ତି ବିଭିନ୍ନ କାର୍ଯ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

  • Share this:
News 18 Odia Digital

ନୂଆଦିଲ୍ଲୀ; ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି ।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି (୧୬-୦୮-୨୦୨୨) ଏହା ପ୍ରକାଶ କରିଛନ୍ତି । ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ । ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ ।

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ତଥା ବ୍ଲକ୍ ସ୍ତରରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୟାନୁବର୍ତ୍ତିତ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିବେଦନ କରିଛନ୍ତି । “ବହୁସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ବ୍ୟବସ୍ଥା ସୃଷ୍ଟି ପାଇଁ କେନ୍ଦ୍ର ରାଜ୍ୟଗୁଡ଼ିକ ସହ ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ଭାବନାରେ କାର୍ଯ୍ୟ କରାଯାଉଛି” । ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ସର୍ବସାଧାରଣ ସ୍ଥାନରେ ଟିକାକରଣ ଶିବିରମାନ ଆୟୋଜନ କରି କୋଭିଡ ପ୍ରତିଷେଧକ ମାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ନିବେଦନ କରିଛନ୍ତି । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦, ୨୦୨୨ ମଧ୍ୟରେ ୭୫ ଦିନ ପାଇଁ ପାଳନ କରାଯାଉଥିବା ଟୀକାକରଣ ଅମୃତ ମହୋତ୍ସବ କାଳରେ ଏହାକୁ ତ୍ୱରାନ୍ୱିତ କରିିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ମାତ୍ରା ନେବାର ଛଅ ମାସ ବା ୨୬ ସପ୍ତାହ ଅତିକ୍ରମ କରି ସାରିଛନ୍ତି ସେମାନେ ମାଗଣାରେ ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ରରେ ଏହା ନେଇପାରିବେ ।

ନିୟମିତ ସମୀକ୍ଷା ଓ ସାବଧାନତାର ସହ ଯୋଜନା କରି ଯେପରି ଗୋଟିଏ ବି ଟିକା ମାତ୍ରାର ଅବଧି ଶେଷ ନହୁଏ ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ ” । ପିଏମଜେଏୱାଇ ଅଧୀନରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଅଧୀନକୁ ଶୀଘ୍ର ଆଣିବାକୁ ହେବ ବୋଲି କହିଛନ୍ତି ଡକ୍ଟର ମନସୁଖ ମାଣ୍ଡଭ୍ୟ । ଯେକୌଣସି ପ୍ରତିକୂଳ ଅବସ୍ଥାକୁ ଏକ ସୁଯୋଗ ଭାବେ ବିବେଚନା କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନର ଶିକ୍ଷାଲାଭ ଆମର ବ୍ୟବସ୍ଥାକୁ ମଜବୁତ କରିବା ନେଇ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବୈଶ୍ୱିକ ମହାମାରୀ ଆମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜଟିଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଦିଗରେ ବିନିଯୋଗ କରାଇବାକୁ ଶିକ୍ଷା ଦେଇଛି । କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର କମ ବିନିଯୋଗ ଉପରେ ଉଦବେଗ ପ୍ରକାଶ କରି ସେ କହିଥିଲେ ଯେ “କେନ୍ଦ୍ର ପାଣ୍ଠିର କମ ବିନିଯୋଗ ସମୀକ୍ଷା କରିବା ସହ ରାଜ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରି ସ୍ୱାସ୍ଥ୍ୟ ଯୋଜନାର ଦ୍ରୁତ କାର୍ଯ୍ୟକାରିତା ନିମନ୍ତେ ଅଧିକ ପାଣ୍ଠି କେନ୍ଦ୍ରକୁ ମାଗିବା ଉଚିତ । ” ବିଭିନ୍ନ ଫ୍ଲାଗସିପ ପ୍ୟାକେଜ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ ନିମନ୍ତେ ପାଣ୍ଠିର ସମୟୋଚିତ ବିନିଯୋଗ ନେଇ ରାଜ୍ୟମାନଙ୍କୁ ଅନେକ ନମନୀୟତା ପ୍ରଦର୍ଶନ କରାଯାଇଛି । ଡିସେମ୍ବର ୨ଠ୨୨ ପର୍ଯ୍ୟନ୍ତ ପ୍ୟାକେଜ ଉପଲବ୍ଧ ଥିବା ଦୃଷ୍ଟିରୁ ଇସିଆରପି-୨ ଅଧୀନରେ ମିଳୁଥିବା ପାଣ୍ଠିର ଯଥାଶୀଘ୍ର ବିନିଯୋଗ କରାଯିବା ଉଚିତ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକରଣ ନେଇ ବିଭିନ୍ନ ବୈଠକ ମାଧ୍ୟମରେ ଏହିପରି ସମୀକ୍ଷା କରାଯାଉଛି । ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ହେଲେ- ଡକ୍ଟର ରାଜୀବ ସାଇଜଲ (ହିମାଚଳ ପ୍ରଦେଶ), ଶ୍ରୀମତୀ ବୀନା ଜର୍ଜ (କେରଳ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ), ଡକ୍ଟର ଧାନ ସିଂ ରାୱତ (ଉତ୍ତରାଖଣ୍ଡ), ଶ୍ରୀମତୀ ନିଧାଧଲା ରଜନୀ (ଆନ୍ଧ୍ର ପ୍ରଦେଶ), ଶ୍ରୀ କେଶବ ମହାନ୍ତ (ଆସାମ), ଶ୍ରୀ ଆଲୋ ଲିବାଙ୍ଗ (ଅରୁଣାଚଳ ପ୍ରଦେଶ), ଶ୍ରୀ ଅନୀଲ ଭିଗ୍ (ହରିୟାଣା), ଶ୍ରୀ ବାନା ଗୁପ୍ତା (ଝାଡ଼ଖଣ୍ଡ), ଶ୍ରୀ ମଣି କୁମାର ଶର୍ମା (ସିକିମ), ଶ୍ରୀ ତିରୁମା ସୁବ୍ରମନିୟମ (ତାମିଲନାଡୁ), ଶ୍ରୀ ଟି. ହରିଶ ରାଓ (ତେଲେଙ୍ଗାନା), ଶ୍ରୀ ଟି. ଏସ. ସିଂଦେଓ (ଛତିଶଗଡ଼), ଶ୍ରୀ ତିରୁ ଏନ ରଙ୍ଗସ୍ୱାମୀ (ପୁଡୁଚେରୀ), ଶ୍ରୀ ଏଲ ଜୟନ୍ତ କୁମାର ସିଂହ (ମଣିପୁର), ଶ୍ରୀ ଜେମସ କେ. ସାଙ୍ଗମା (ମେଘାଳୟ), ଶ୍ରୀ ପ୍ରସାଦୀ ଲାଲ ମୀନା (ରାଜସ୍ଥାନ), ଶ୍ରୀ ବିକ୍ରମ ପାଠକ (ଉତ୍ତର ପ୍ରଦେଶ), ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଶ୍ରୀ ଋଷିକେଶ ପଟେଲ (ଗୁଜରାଟ) ଏବଂ ଶ୍ରୀମତୀ ନମିଶା ସୁଥାଲ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଗୁଜରାଟ ।
Published by:Soubhagya Mishra
First published: