ଭାରତ ସରକାର ଯେକୌଣସି ସମୟରେ ଘୋଷଣା କରି ପାରନ୍ତି ଅନ୍ୟ ଏକ ରିଲିଫ୍ ପ୍ୟାକେଜ୍; ଜାଣନ୍ତୁ କାହା ପାଇଁ କଣ ରହିବ

କେନ୍ଦ୍ର ସରକାର (Government of India) ଫେଷ୍ଟିଭାଲ ସିଜିନ (ଦଶହରା ଓ ଦୀପାବଳୀ) ପୂର୍ବରୁ ଭାରତୀୟ ଅର୍ଥନୀତି ପାଇଁ ଦ୍ୱିତୀୟ ଷ୍ଟିମୁଲସ୍ ପ୍ୟାକେଜ୍ (Second Stimulus Package for Indian Economy) ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ PMO ଓ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଏହାକୁ ନେଇ ଅନେକ ବୈଠକ ଅନୁଷ୍ଠିତ ହୋଇସାରିଛି ।

ଭାରତ ସରକାର ଯେକୌଣସି ସମୟରେ ଘୋଷଣା କରି ପାରନ୍ତି ଅନ୍ୟ ଏକ ରିଲିଫ୍ ପ୍ୟାକେଜ୍; ଜାଣନ୍ତୁ କାହା ପାଇଁ କଣ ରହିବ
ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (ଫାଇଲ ଫଟୋ)
  • News18 Odia
  • Last Updated: October 1, 2020, 3:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ:କରୋନା ଯୋଗୁଁ ଅର୍ଥନୀତିର (Indian Economy) ମନ୍ଥରତାକୁ ଦୂର କରିବା ପାଇଁ ପରବର୍ତ୍ତୀ ରିଲିଫ୍ ପ୍ୟାକେଜର (Second Stimulus Package for Indian Economy) ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । CNBC Awaaz ର ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ପରବର୍ତ୍ତୀ ରିଲିଫ୍ ପ୍ୟାକେଜ୍ ପୂର୍ବ ଅପେକ୍ଷା ଛୋଟ ହୋଇପାରେ । ଏଥିରେ କରୋନା ଓ ଲକଡାଉନ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କ୍ଷେତ୍ର ଗୁଡିକ ଯଥା ହୋଟେଲ, ପର୍ଯ୍ୟଟନ, ବିମାନ ଚଳାଚଳ ଓ ଟୁରିଜିମ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଏହି ଖବର ପରଠାରୁ ସ୍ପାଇସ୍ ଜେଟ୍, ଡେଲଟା କର୍ପ ପରି ସେୟାର ଗୁଡିକରେ ବୃଦ୍ଧି ଘଟିଛି ।

କିପରି ହେବ ପରବର୍ତ୍ତୀ ରିଲିଫ୍ ପ୍ୟାକେଜ୍- ଉତ୍ସରୁ ମିଳିଥିବା ସୂଚନା ଅନୁଯାୟୀ ପରବର୍ତ୍ତୀ ରିଲିଫ୍ ପ୍ୟାକେଜ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଯେକୌଣସି ସମୟରେ ଘୋଷଣା କରାଯାଇପାରେ । ପୂର୍ବ ପ୍ୟାକେଜ୍ ଅପେକ୍ଷା ଏହି ପ୍ୟାକେଜ୍ ବହୁତ ଛୋଟ ହେବ । ଏହି ରିଲିଫ୍ ପ୍ୟାକେଜରେ ହୋଟେଲ, ପର୍ଯ୍ୟଟନ, ବିମାନ ଚଳାଚଳ ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହାକୁ ନେଇ ୩ରୁ୪ ରାଉଣ୍ଡ ବୈଠକ ହୋଇ ସାରିଛି ।

କ’ଣ ରହିବ ଦ୍ୱିତୀୟ ରିଲିଫ୍ ପ୍ୟାକେଜରେ ବିଶେଷତ୍ୱ? ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦ୍ୱିତୀୟ ରିଲିଫ୍ ପ୍ୟାକେଜରେ ଟିକସ ପ୍ରୋତ୍ସାହନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ଅନେକ କ୍ଷେତ୍ର ପାଇଁ ଟିକସ ରିଲିଫ ଘୋଷଣା କରାଯାଇପାରେ ।

ଋଣ ପରିଶୋଧ କରିବାର ସମୟ ସୀମା ବୃଦ୍ଧି କରାଯାଇପାରେ । ଏହା ବ୍ୟତୀତ ଅନ୍ୟାନ୍ୟ ରିଲିଫ୍ ଉପରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏହି ପ୍ୟାକେଜରେ, ଲୋକଙ୍କ କିଣିବା କ୍ଷମତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ । ଏଥିରେ କରୋନା ଓ ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କ୍ଷେତ୍ର ଗୁଡିକ ଯଥା ହୋଟେଲ, ପର୍ଯ୍ୟଟନ, ବିମାନ ଚଳାଚଳ ଓ ଟୁରିଜିମ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ।
Published by: Jagdish Barik
First published: October 1, 2020, 3:42 PM IST
corona virus btn
corona virus btn
Loading