ଶ୍ରମିକଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ମୋଦି ସରକରା; ଏମିତି କରାଯାଉଛି ପ୍ରସ୍ତୁତି

Pension Scheme: ଶ୍ରମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଏହି ଯୋଜନାରେ କେବଳ ୩୫ ଜଣ ଶ୍ରମିକ ନାମ ଲେଖାଇଥିବାବେଳେ ସେପ୍ଟେମ୍ବରରେ ୮୫ ଜଣ ପଞ୍ଜୀକୃତ ହୋଇଥିଲେ। ବର୍ଷରେ ହାରାହାରି ମାସିକ ପଞ୍ଜିକରଣ ୨,୩୬୬ ହୋଇଛି ।

ଶ୍ରମିକଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ମୋଦି ସରକରା

ଶ୍ରମିକଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ମୋଦି ସରକରା

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ୍ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏଥି ପାଇଁ ସରକାର ଏକ 'ପେନସନ୍ ଦାନ' ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଲୋକେ ଏହି ପେନସନ୍ ପାଇଁ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିବାକୁ ଉତ୍ସାହିତ ହେବେ । ଏହି ଅଭିଯାନ 'ଗିଟ୍ ଇଟ୍ ଅପ୍' ଅଭିଯାନର ଏକ ଅଂଶ ହେବ, ଯେଉଁଥିରେ ଲୋକେ ଅଭାବୀ ଲୋକଙ୍କୁ ରନ୍ଧନ ଗ୍ୟାସର ସବସିଡି ଛାଡ଼ିବାକୁ ପ୍ରେରଣା ପାଇଥିଲେ।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, 'ଡୋନେଟ୍ ପେନସନ୍' ଅଭିଯାନରେ ଜଣେ କର୍ମଚାରୀଙ୍କ ପାଇଁ ମାତ୍ର ୩୬,୦୦୦ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ପ୍ରଧାନ ମନ୍ତ୍ରୀ ଯୋଗୀ ମାନଧନ (PM-SYM) ଯୋଜନା ଅଧୀନରେ ଏହା ଏକ ଥର ଦେୟ, ଯାହାକି ଶ୍ରମିକଙ୍କ ସାରା ଜୀବନ ଦେଇଥିବା ଅବଦାନକୁ କ୍ଷତିପୂରଣ ଦେବ । ଏହି ଯୋଜନା ଅନୁଯାୟୀ, ହିତାଧିକାରୀ ୬୦ ବର୍ଷ ବୟସରୁ ମାସିକ ୩,୦୦୦ ଟଙ୍କା ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ହେବେ। ରିପୋର୍ଟ ଅନୁଯାୟୀ, ଉଚ୍ଚ ସ୍ତରୀୟ ବିଚାର ପାଇଁ ଶ୍ରମ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛି ବୋଲି ସରକାରୀ ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ଶ୍ରମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଏହି ଯୋଜନାରେ କେବଳ ୩୫ ଜଣ ଶ୍ରମିକ ନାମ ଲେଖାଇଥିବାବେଳେ ସେପ୍ଟେମ୍ବରରେ ୮୫ ଜଣ ପଞ୍ଜୀକୃତ ହୋଇଥିଲେ। ବର୍ଷରେ ହାରାହାରି ମାସିକ ପଞ୍ଜିକରଣ ୨,୩୬୬ ହୋଇଛି । ଏହି ପ୍ରସଙ୍ଗରେ ଅଧିକାରୀ କହିଛନ୍ତି, 'ଯଦି ଏହାକୁ ଅନୁମୋଦନ କରାଯାଏ, ତେବେ ଏହା ଏହି ଯୋଜନାକୁ ପୁନଃ ଜୀବିତ କରିବ ଓ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଏହାର ଆଭିମୁଖ୍ୟରେ ଆଣିବ ।

ଲକ୍ଷ ଲକ୍ଷ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ PM-SYM ଏକ ସ୍ୱେଚ୍ଛାକୃତ ପେନସନ୍ ଯୋଜନା । ଏହା ୧୮-୪୦ ବର୍ଷ ବୟସର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ଆଧାରିତ, ଯେଉଁମାନେ ମାସକୁ ୧୫,୦୦୦ରୁ କମ୍ ରୋଜଗାର କରନ୍ତି । ଏହା ଅଧୀନରେ ଜଣେ ଶ୍ରମିକଙ୍କୁ ୫୫ ରୁ ୨୦୦ ଟଙ୍କା ମଧ୍ୟରେ ଅବଦାନ ଥିବାବେଳେ ସରକାର ମଧ୍ୟ ସମାନ ଅବଦାନ ପ୍ରଦାନ କରିବେ।

ତିନି ବର୍ଷ ପୂର୍ବେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଅକ୍ଟୋବର ପର୍ଯ୍ୟନ୍ତ ମୋଟ ୪୫.୧ ଲକ୍ଷ ଅନୌପଚାରିକ କର୍ମଚାରୀ ନାମ ଲେଖାଇଛନ୍ତି। ତେବେ ଏହା ଦେଶର ଆନୁମାନିକ ୩୮ କୋଟି ଅନୌପଚାରିକ କର୍ମଚାରୀଙ୍କ ତୁଳନାରେ ବହୁତ କମ୍। ସେମାନଙ୍କ ମଧ୍ୟରୁ ଅଧିକାଂଶ ୬୦ ବର୍ଷ ବୟସ ପରେ କୌଣସି ପ୍ରକାରର ସାମାଜିକ ସୁରକ୍ଷା ବିନା ରହିଯାଇଛନ୍ତି ।
Published by:Lipina Das
First published: