News18 Odia Digital
Fact Check: ଗରିବଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। କେତେକ ଯୋଜନା ଅଧୀନରେ ସରକାର ସିଧାସଳଖ ଲୋକଙ୍କୁ ସାହାଯ୍ୟ ଯୋଗାଉଛନ୍ତି। ଏଭଳି ଯୋଜନା ବିଷୟରେ ସମସ୍ତ ପ୍ରକାର ସୂଚନା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏଭଳି ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ସରକାର ମହିଳାମାନଙ୍କୁ ମାଗଣା ସିଲେଇ ମେସିନ୍ ଦେବାକୁ ଯାଉଛନ୍ତି।
ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ ଏକ ମାଗଣା ସିଲେଇ ମେସିନ୍ ସ୍କିମ୍ କେନ୍ଦ୍ର ସରକାର ଚଳାଉଛନ୍ତି, ଯେଉଁଥିରେ ମହିଳାମାନେ ୯,୦୦୦ ଟଙ୍କା ପାଉଛନ୍ତି। ଏହି ପଦ୍ଧତିକୁ ମଧ୍ୟ ବ୍ୟାଖ୍ୟା କରାଯାଇଛି। "ଭି.କେ ହିନ୍ଦୀ ୱାର୍ଲ୍ଡ" ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲର ଏକ ଭିଡିଓ ଦାବି କରୁଛି ଯେ ପିଏମ ମାଗଣା ସିଲେଇ ମେସିନ୍ ସ୍କିମ୍ ଅଧୀନରେ ମହିଳାମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାଗଣା ସିଲେଇ ମେସିନ୍ ବାବଦକୁ ୯ହଜାର ଟଙ୍କା ପାଉଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା କିଛି ମାସ ପୂର୍ବରୁ ହଜାର ହଜାର ଲୋକ ଏହି ଭିଡିଓ ଅପଲୋଡ୍ ହୋଇଥିବା ଦେଖିଛନ୍ତି ଓ ବର୍ତ୍ତମାନ ଏହାକୁ ବାରମ୍ବାର ସେୟାର କରାଯାଉଛି।
ବର୍ତ୍ତମାନ ଏହି ଭାଇରାଲ୍ ଭିଡିଓର ସତ୍ୟତା ବାବଦରେ ଜାଣନ୍ତୁ। ବାସ୍ତବରେ ଭିଡିଓରେ ଦିଆଯାଇଥିବା ସୂଚନା ସଂପୂର୍ଣ୍ଣ ଭୁଲ ଅଟେ। ଏଭଳି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉନାହିଁ। ଏହି ଦାବି ସଂପୂର୍ଣ୍ଣ ନକଲି।କୌଣସି ଯୋଜନା ଅଧୀନରେ ମହିଳାଙ୍କ ଆକାଉଣ୍ଟରେ ୯ ହଜାର ଟଙ୍କା ରଖିବା ବିଷୟରେ ସରକାର ଆଲୋଚନା କରିନାହାଁନ୍ତି।
ଆଉ ଚାଲିବନି ୨୦୦୦ଟଙ୍କିଆ ନୋଟ? ଅର୍ଥମନ୍ତ୍ରୀଙ୍କ କଥା ଶୁଣି ଉଡିଯିବ ହୋସଏହାର ଫ୍ୟାକ୍ଟ ଯାଞ୍ଚ ମଧ୍ୟ PIB ଦ୍ୱାରା କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଏହି ସୂଚନା ସଂପୂର୍ଣ୍ଣ ବିଭ୍ରାନ୍ତିକର। ଯଦି ଆପଣ ମଧ୍ୟ ଏପରି ଭିଡିଓର ବାର୍ତ୍ତା ପାଆନ୍ତି, ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏଥିପାଇଁ ଆପଣ ସରକାରଙ୍କ ୱେବସାଇଟ୍ ପରିଦର୍ଶନ କରି ଯାଞ୍ଚ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।