ସରକାର ଅନଲାଇନ୍ ଅଧ୍ୟୟନ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୦GB ଇଣ୍ଟରନେଟ୍ ଡାଟା ମାଗଣାରେ ଦେଉଛନ୍ତି! ଜାଣନ୍ତୁ ଏହାର ସତ୍ୟତା

Fact Check: ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୦GB ମାଗଣା ଇଣ୍ଟରନେଟ୍ ଦେଉଛନ୍ତି ବୋଲି ଦାବି କରାଯାଉଛି ।

ସରକାର ଅନଲାଇନ୍ ଅଧ୍ୟୟନ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୦GB ଇଣ୍ଟରନେଟ୍ ଡାଟା ମାଗଣାରେ ଦେଉଛନ୍ତି! ଜାଣନ୍ତୁ ଏହାର ସତ୍ୟତା
ଅନଲାଇନ୍ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ୧୦GB ଇଣ୍ଟରନେଟ୍ ମାଗଣାରେ ଦେଉଛନ୍ତି ମୋଦି ସରକାର!
  • News18 Odia
  • Last Updated: October 7, 2020, 9:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏହି ସମୟରେ ସମଗ୍ର ଦେଶ କରୋନା ମହାମାରୀ (Coronavirus Pandemic) ସହିତ ସଂଘର୍ଷ କରୁଛି । ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅନଲାଇନରେ (Online Classes) ଅଧ୍ୟୟନ କରୁଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ (Viral Massage) ହେବାରେ ଲାଗିଛି ଯେ କେନ୍ଦ୍ର ସରକାର ଦେଶର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଅଧ୍ୟୟନ ପାଇଁ ୧୦GB ଇଣ୍ଟରନେଟ୍ ମାଗଣା ଡାଟା (10GB Internet Free Data) ଦେଉଛନ୍ତି ଯାହା ଦ୍ୱାରା ସେମାନେ କରୋନା ମହାମାରୀ ମଧ୍ୟରେ ଅନଲାଇନ୍ ପରୀକ୍ଷା ଦେଇ ପାରିବେ । ଭାଇରାଲ ମେସେଜରେ ଲେଖା ଅଛି - 'କରୋନା ଭାଇରସ ଯୋଗୁଁ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଓ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି । ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ (ପ୍ରତିଦିନ ୧୦GB) ଦେଉଛନ୍ତି ।'

ମେସେଜରେ କୁହାଯାଇଛି ଯେ ସରକାର ଏହା ଏଥିପାଇଁ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ ଓ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ କ୍ଲାସ୍ ସାହାଯ୍ୟରେ ମଧ୍ୟ ପରୀକ୍ଷା ଦେଇପାରିବେ । ମେସେଜରେ ଏକ ଲିଙ୍କ୍ ମଧ୍ୟ ଦିଆଯାଇ କୁହାଯାଇଛି ଯେ ଏହି ଲିଙ୍କରୁ ଆପଣ ମାଗଣା ଇଣ୍ଟରନେଟ୍ ପ୍ୟାକ୍ (ପ୍ରତିଦିନ ୧୦GB) ପାଇବାକୁ ଫର୍ମ ପୂରଣ କରିପାରିବେ ।





ଏହି ଭାଇରାଲ ମେସେଜର ଶେଷ ଭାଗରେ ଏହା ମଧ୍ୟ ଲେଖାଯାଇଛି ଯେ ଲୋକଙ୍କ ସୁବିଧା ପାଇଁ ଏହି ମେସେଜକୁ ଯଥା ସମ୍ଭବ ସେୟାର୍ କର ଯାହାଫଳରେ ସେମାନେ ଏହି ସୁବିଧାର ଲାଭ ପାଇପାରିବେ । ଏହି ବାର୍ତ୍ତା ଭାଇରାଲ ହେବା ପରେ ଯେତେବେଳେ PIBର ଫ୍ୟାକ୍ଟ ଚେକ୍ ଟିମ୍ ଏହି ବାର୍ତ୍ତାର ସତ୍ୟତା ଅନୁସନ୍ଧାନ କଲା ସେତେବେଳେ ଏହା ନକଲି ବାହାରିଲା । ପିଆଇବି ଫ୍ୟାକ୍ଟ ଚେକ୍ ଦର୍ଶାଇଛି ଯେ ଏହି ଦାବି ଅସତ୍ୟ ଅଟେ । ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି ।

ଏହାପୂର୍ବରୁ ସୋସିଆଲ ମିଡିଆରେ ଆଉ ଏକ ଖବର ଭାଇରାଲ ହେବାରେ ଲାଗିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ ସରକାର ଅନଲାଇନ୍ ଅଧ୍ୟୟନ ପାଇଁ ସାରା ଦେଶରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍ମାର୍ଟଫୋନ୍ ବଣ୍ଟନ କରୁଛନ୍ତି ।
Published by: Jagdish Barik
First published: October 7, 2020, 9:31 AM IST
corona virus btn
corona virus btn
Loading