News18 Odia Digital
Fact Check: ପାନ୍ କାର୍ଡ ଓ ଆଧାର କାର୍ଡର ଲିଙ୍କ୍ ସମ୍ବନ୍ଧରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଭାଇରାଲ ହୋଇଛି। ଏହା ବ୍ୟତୀତ ପାନ୍ କାର୍ଡକୁ ଅନ୍ୟ ଡକ୍ୟୁମେଣ୍ଟ୍ ସହିତ ଲିଙ୍କ୍ କରିବାର ଦାବି ସହିତ ଅନେକ ପୋଷ୍ଟ ମଧ୍ୟ ସେୟାର ହୋଇଛି। ସୋସିଆଲ ମିଡିଆରେ ଏଭଳି ଏକ ଦାବି କରାଯାଉଛି ଯେଉଁଥିରେ କୁହାଯାଇଛି ଯେ ପାନ୍ କାର୍ଡଧାରୀ ମହିଳାଙ୍କୁ ବର୍ତ୍ତମାନ ସରକାର ୧ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲରୁ ଏହି ପ୍ରକାରର ଦାବି କରାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଦାବିରେ କୁହାଯାଇଛି ଯେ ପାନ୍ କାର୍ଡଧାରୀ ସମସ୍ତ ମହିଳାଙ୍କୁ କେନ୍ଦ୍ର ସରକାର ଏକ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଦାବି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ମଧ୍ୟ ସଂଲଗ୍ନ କରାଯାଇଛି। ଭିଡିଓର ଥମ୍ବରେ ଏହା ଲେଖାଯାଇଛି "ଯଦି ପତ୍ନୀଙ୍କର ପାନ୍ କାର୍ଡ ଅଛି, ତା’ହେଲେ ସେ ତାଙ୍କ ଆକାଉଣ୍ଟରେ ନଗଦ ୧ ଲକ୍ଷ ଟଙ୍କା ପାଇବେ"... yojona 4u ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଦାବି ହେଉଛି ଯେଉଁଥିରେ କି ଦେଢ଼ ଲକ୍ଷରୁ ଅଧିକ ସବ ସବସ୍କ୍ରାଇବର ଅଛନ୍ତି।
ବର୍ତ୍ତମାନ ଯଦି ଆମେ ଏହି ଦାବିର ସତ୍ୟତା ବିଷୟରେ କହିବା,, ତେବେ ଏହି ଦାବି ସମ୍ପୂର୍ଣ୍ଣ ନକଲି। ପାନ୍ କାର୍ଡଧାରୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ସେପରି କୌଣସି ଯୋଜନା ଗ୍ରହଣ କରିନାହାଁନ୍ତି। ମହିଳାମାନଙ୍କୁ ୧ ଲକ୍ଷ ଟଙ୍କା ଦେବା ନେଇ ଏହି ନକଲି ସୂଚନା ପ୍ରଚାର କରାଯାଉଛି। PIB ମଧ୍ୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଯଦି ଆପଣଙ୍କର ମୋବାଇଲରେ ଏପରି କୌଣସି ପୋଷ୍ଟ କିମ୍ବା ଭିଡିଓ ଆସିଛି, ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ସଠିକ୍ ସୂଚନା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ। ସତ୍ୟ ଜାଣିବା ପରେ ଏପରି ନକଲି ଦାବିରୁ ଦୂରେଇ ରୁହନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।