ଭାରତ ସରକାର WhatsApp କୁ କଡ଼ା ଶବ୍ଦରେ ଚିଠି ଲେଖିଲେ; କହିଲେ: ନୂଆ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କର
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ବାଟସଆପର ସିଇଓ ୱିଲ୍ କ୍ୟାଥାର୍ଟଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ ହ୍ବାଟସଆପର ସେବା ଓ ପ୍ରାଇଭେସି ପଲିସିରେ ପ୍ରସ୍ତାବିତ ପରିବର୍ତ୍ତନ ଭାରତୀୟ ନାଗରିକଙ୍କ ପସନ୍ଦ ଓ ସ୍ୱାଧୀନତାକୁ ନେଇ ଗୁରୁତର ଚିନ୍ତା ବଢ଼ାଇଛି ।

ଭାରତ ସରକାର WhatsApp କୁ କଡ଼ା ଶବ୍ଦରେ ଚିଠି ଲେଖିଲେ
- News18 Odia
- Last Updated: January 19, 2021, 7:24 PM IST
ନୂଆ ଦିଲ୍ଲୀ: ଭାରତ ସରକାର ହ୍ବାଟସଆପ୍ (WhatsApp) ଦ୍ୱାରା କରାଯାଇଥିବା ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଗୁଡିକ ଶୀଘ୍ର ପ୍ରତ୍ୟାହାର କରିବାକୁ କହିଛି । କାରଣ କୌଣସି ଏକତରଫା ପରିବର୍ତ୍ତନ ଠିକ୍ ନୁହେଁ ଓ ଗ୍ରହଣୀୟ ନୁହେଁ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ବାଟସଆପର ସିଇଓ ୱିଲ୍ କ୍ୟାଥର୍ଟଙ୍କୁ ଏକ କଡ଼ା ଶବ୍ଦରେ ଚିଠି ଲେଖି କହିଛି ଯେ ଭାରତରେ ବିଶ୍ୱର ସର୍ବ ବୃହତ ହ୍ବାଟସଆପ୍ ଉପଭୋକ୍ତା ଅଛି ଓ ଏହାର ସେବା ପାଇଁ ସର୍ବ ବୃହତ ବଜାର । ହ୍ବାଟସଆପ୍ ସେବା ତଥା ଗୋପନୀୟତା ପଲିସିରେ ପ୍ରସ୍ତାବିତ ପରିବର୍ତ୍ତନ ଭାରତୀୟ ନାଗରିକଙ୍କ ପସନ୍ଦ ଓ ଓସ୍ୱାଧୀନତାକୁ ନେଇ ଗୁରୁତର ଚିନ୍ତା ବଢ଼ାଇଛି ବୋଲି ଚିଠିରେ ଦର୍ଶାଯାଇଛି।
ହ୍ବାଟସଆପ୍ ନିଜର ସ୍ପଷ୍ଟୀକରଣ ରଖିଛି
ହ୍ବାଟସଆପ୍କୁ ନିଜର ଗୋପନୀୟତା ପଲିସିରେ ପରିବର୍ତ୍ତନକୁ ନେଇ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ନୂଆ ପଲିସି ଗ୍ରହଣ କରିବାକୁ ହ୍ବାଟସଆପ୍ ଉପଭୋକ୍ତାମାନଙ୍କୁ 8 ଫେବୃଆରୀ ପର୍ଯ୍ୟନ୍ତ ସମୟ ଦେଇଥିଲା । ଯଦିଓ ଲୋକଙ୍କ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାକୁ ସ୍ଥଗିତ ରଖିଛି । କିଛି ଉପଭୋକ୍ତା ଏହି ଅପଡେଟରେ ଅସନ୍ତୁଷ୍ଟ ଓ ଅନ୍ୟ ପ୍ଲାଟଫର୍ମ ଯେପରିକି ଟେଲିଗ୍ରାମ (telegram) ଓ ସିଗ୍ନାଲ (Signal) ଆଡକୁ ସ୍ଥାନାନ୍ତର ହେଉଛନ୍ତି । ଲୋକଙ୍କ ନକାରାତ୍ମକ କମେଣ୍ଟକୁ ଦୃଷ୍ଟିରେ ରଖି ହ୍ବାଟସଆପ୍ ନିରନ୍ତର ସଫାଈ ଦେଉଛି ।