ସ୍କୁଟି କି ବାଇକ ଚଲାଉଛନ୍ତି କି? ଭରିବେ ୨୫ ହଜାର ପର୍ଯ୍ୟନ୍ତ ଫାଇନ

ଆପଣ ବାଇକ କିମ୍ବା ସ୍କୁଟି ଚଲାଉଛନ୍ତି କି? ଏହି ନିୟମ ଉଲ୍ଲଙ୍ଘନ କଲେ ଭରିବେ ମୋଟା ରକମର ଫାଇନ ।

Modified ବାଇକ ଚାଳକଙ୍କ ପାଇଁ ବଡ଼ ଖବର

Modified ବାଇକ ଚାଳକଙ୍କ ପାଇଁ ବଡ଼ ଖବର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Traffic challan:  ଆପଣ ବାଇକ କିମ୍ବା ସ୍କୁଟି ଚଲାଉଛନ୍ତି କି? ସରକାର ଟ୍ରାଫିକ ସମ୍ବନ୍ଧିତ ଏକ ନୂଆ ନିୟମ ଆଣିଛନ୍ତି। ଏହି ନିୟମ ଉଲଘଂନ କଲେ ଆପଣ ୨୫ହଜାର ଟଙ୍କା ଭରିବେ। ଜାଣନ୍ତୁ କେଉଁମାନଙ୍କୁ ଏହି ଫାଇନ ଭରିବାକୁ ହେବ?

ଆଜିକାଲି ଟ୍ରାଫିକ ପୋଲିସ କଡା କାର୍ଯ୍ୟ କରୁଛି। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ବିପୁଳ ପରିମାଣର ଫାଇନ କରି ରେକର୍ଡ ପ୍ରସ୍ତୁତ କରୁଛନ୍ତି। ଚାରି ଚକିଆ ଯାନ, ବାଇକ୍ ଓ ସ୍କୁଟର ଡ୍ରାଇଭରମାନେ ଅଧିକାଂଶ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି। ଏହି ନିୟମ ସେହି ମାନଙ୍କ ପାଇଁ ଯେଉଁମାନେ, Modified ଗାଡ଼ି (ନିଜ ହିସାବରେ ଗାଡ଼ିର ଷ୍ଟାଇଲ କିମ୍ବା ପାର୍ଟ ବଦଳାଇ ନୂଆ ଲଗାଇବା) ଚଲାଉଛନ୍ତି। ଟ୍ରାଫିକ ପୋଲିସ ସେହି ଗାଡ଼ି ମାଲିକମାନଙ୍କୁ ଚିହ୍ନଟ କରୁଛି ଓ ସେମାନଙ୍କଠାରୁ ଜୋରିମାନା ଆଦାୟ କରୁଛି।

Modified ବାଇକଗୁଡିକ ଦୂରରୁ ସହଜରେ ଚିହ୍ନଟ କରିହୁଏ। ପୋଲିସ ସେମାନଙ୍କ ଉପରେ ନଜର ରଖିଛି ଓ ନୂଆ ନିୟମ ଅନୁଯାୟୀ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ କହିଛନ୍ତି।  ଏହା ବ୍ୟତୀତ ଟ୍ରାଫିକ ନିୟମ ଉଲ୍ଲଂଘନ ଅନୁଯାୟୀ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯିବ।

କେଉଁ ନିୟମ ଉଲ୍ଲଂଘନ ପାଇଁ କେତେ ଦେୟ?

ଯଦି ଆପଣ ଆପଣଙ୍କ ଗାଡ଼ିକୁ Modified କରିବାକୁ ଯୋଜନା କରୁଛନ୍ତି କିମ୍ବା ଏହା କରିସାରିଛନ୍ତି, ତେବେ ଆପଣ ୫୦୦୦ ପର୍ଯ୍ୟନ୍ତ ଜରିମାନା କିମ୍ବା ଛଅ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ।

ମୋଡିଫାଇଡ଼ ସାଇଲେନ୍ସର

କିଛି ଲୋକଙ୍କ ପାଇଁ ସଉକ ପାଇଁ, ସାଇଲେନ୍ସରକୁ ବଦଳାଇଦେଇଥାଆନ୍ତି। କିନ୍ତୁ ଯାହା ସେମାନେ ଜାଣନ୍ତି ନାହିଁ ଯେ ଏପରି Modified ସାଇଲେନ୍ସର BS6 ମାନଦଣ୍ଡକୁ ପାଳନ କରେ ନାହିଁ, ଯାହାର ଅର୍ଥ ଏହା ବାୟୁ ପ୍ରଦୂଷଣରେ ସହାୟକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ୧୦ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ।

ଫେକ ନମ୍ବର ପ୍ଲେଟ୍

ମୋଟର ଯାନ ନିୟମ ଅନୁଯାୟୀ, ତୁମ ଗାଡିରେ ଫ୍ୟାନ୍ସି ନମ୍ବର ପ୍ଲେଟ୍ ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ପରିବର୍ତ୍ତେ, ସରକାରଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ନମ୍ବର ପ୍ଲେଟ୍ ତିଆରି କରନ୍ତୁ।
Published by:Soumya Das
First published: