ଅନଲାଇନରେ ଗେମକୁ ନେଇ ସରକାରଙ୍କ ପଦକ୍ଷପ: ଜାଣନ୍ତୁ କଣ ରହିବ ପ୍ରଭାବ ?

କିଛି ବ୍ୟକ୍ତି ଅନଲାଇନ ଗେମ୍ ପ୍ରତି ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ଆପଣ ବି ସେପରି ଗେମ୍ ଖେଳୁଛନ୍ତି ତେବେ ଜାଣିରଖନ୍ତୁ ସରକାର ନେବେ ଏହି ପଦକ୍ଷପ !

ଅନଲାଇନରେ ଗେମକୁ ନେଇ ସରକାରଙ୍କ ପଦକ୍ଷପ: ଜାଣନ୍ତୁ କଣ ରହିବ ପ୍ରଭାବ ?

ଅନଲାଇନରେ ଗେମକୁ ନେଇ ସରକାରଙ୍କ ପଦକ୍ଷପ: ଜାଣନ୍ତୁ କଣ ରହିବ ପ୍ରଭାବ ?

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ:  ଆପଣ ଅନଲାଇନ ଗେମ୍ (Online game) ଖେଳୁଛନ୍ତି କି ? ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜଣେ ସରକାରୀ ଅଧିକାରୀ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏପରି ଅନଲାଇନ୍ ଖେଳ ଯେଉଁଥିରେ ଜିତିବା କିମ୍ବା ହାରିବା ଉପରେ ଗ୍ୟାରେଣ୍ଟି (Guarantee) ନଥାଏ ଏବଂ ତାହା କେବଳ ଅଭିଜ୍ଞତା ଓ ଦକ୍ଷତା ଉପରେ ନିର୍ଭର କରେ । ସେପରି ଖେଳ ଉପରେ ୨୮ ପ୍ରତିଶତ ହାରରେ ଜିଏସଟି ଲାଗିବ ।

ପ୍ରକୃତ କଥା ହେଉଛି ଅର୍ଥ ମନ୍ତ୍ରଣାଳୟ ଅନଲାଇନ୍ ଗେମିଂ ସହ ଏକ ନୂଆ ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ଯାହାକୁ ନେଇ ଜିଏସ୍ଟି ସମ୍ବନ୍ଧରେ ଦୀର୍ଘ ଦିନ ଧରି ବିବାଦର କେନ୍ଦ୍ର ହୋଇଆସୁଛି । ଅଭିଜ୍ଞତା ତଥା ଭାଗ୍ୟର ଖେଳକୁ ଶ୍ରେଣୀଭୁକ୍ତ କରିବା ଏବଂ ବିଭିନ୍ନ ହାରରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି।

ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଜୁଆ ଖେଳ ପରି ଅନେକ ଖେଳ ଅନଲାଇନରେ ଉପଲବ୍ଧ ରହିଛି । ଯେଉଁଥିରେ ଆଜିକାଲି ଅନେକ ପିଲା ଲିପ୍ତ ରହୁଛନ୍ତି । କିଛି ବ୍ୟକ୍ତି ଅନଲାଇନ, ଅଫଲାଇନ୍ ଗେମରେ ଭଲ ଟଙ୍କା ରୋଜଗାର କରିବାବେଳେ ଆଉ କିଛି ବ୍ୟକ୍ତି କ୍ଷତି ମଧ୍ୟ ସହିଥାନ୍ତି । ସେସବୁ ଖେଳ ଯୁଆ ଖେଳ ସହ ଅନ୍ତର୍ଭୁକ୍ତ । ସେହି ଶ୍ରେଣୀର ଖେଳ ଗୁଡିକ ଉପରେ ଆଗକୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଲାଗିପାରେ । ଅଭିଜ୍ଞତା ସମ୍ପର୍ଣ୍ଣ ଖେଳ ଯେଉଁଥିରେ ଅର୍ଥ କାରବାର ହୁଏ ତାହା ଉପରେ ୧୮ ପ୍ରତିଶତରୁ କମ୍ ଟ୍ୟାକ୍ସ ଲାଗିପାରେ । ତେବେ ଏହି ଟିକସ ଉପରେ ଆସନ୍ତା ମେ କିମ୍ୱା ଜୁନ୍ ମାସ ମଧ୍ୟରେ ଚୂଡାନ୍ତ ବିଚାର କରାଯାଇପାରେ ।

ଅଧିକାରୀ ଗଣମାଧ୍ୟମକୁ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ଅନଲାଇନ୍ ଖେଳ ଭାଗ୍ୟ ଉପରେ ଆଧାରିତ ନୁହେଁ । ଏଥିସହ ଅନଲାଇନର ସବୁ ଖେଳ ଜୁଆ ସହ ଜଡିତ ନୁହେଁ । ମାତ୍ର କିଛି ଖେଳ ଅଛି ଯାହା ଜୁଆ ଖେଳ ପରି । ତେବେ ଅର୍ଥ ମନ୍ତ୍ରଣାଳୟ ଆଗକୁ ଏ ସମ୍ପର୍କିତ ଏକ ରିପୋର୍ଟ ଜାରି କରିପାରେ ବୋଲି ଚର୍ଚ୍ଚା ହେଉଛି । ”ସେ କହିଛନ୍ତି ଯେ ଦକ୍ଷତା ଭିତ୍ତିକ ଏବଂ ଭାଗ୍ୟ ଭିତ୍ତିକ ଖେଳ ମଧ୍ୟରେ ଏକ ପ୍ରଭେଦ ହେବା ଆବଶ୍ୟକ। ଅନଲାଇନ୍ ଗେମିଂ ପୋର୍ଟାଲ ଦ୍ୱାରା ଚାର୍ଜ ହୋଇଥିବା ମୋଟ ଫି ଉପରେ ଟିକସ ଆଦାୟ କରାଯାଏ ।

ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ (Conrad Kongkal Sangma) ନେତୃତ୍ୱରେ ଏକ ଟିମ୍ ଗତ ବର୍ଷ ଡିସେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅନଲାଇନ୍ ଗେମ୍ ଏବଂ ଜିଏସ୍ଟି ଉପରେ ଏକ ରିପୋର୍ଟ ଦାଖଲ କରିଥିଲେ। ତେବେ ଆଗକୁ ଏ ବାବଦରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଏ ପଦକ୍ଷପ ଜିଏସଟି ପରିଷଦ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

ଏହି ଖବର ପଢ଼ନ୍ତୁ -  ହଲରେ ଫିଲ୍ମ ଦେଖିବା ସହ ଲାପଟପରେ କାମ କରୁଥିଲେ ଯୁବକ: ଦେଖନ୍ତୁ ଭିଡିଓ
Published by:Soubhagya Mishra
First published: