ବିଧାନସଭା ନିର୍ବାଚନ: CM ଯୋଗୀଙ୍କୁ କଡ଼ା ଟକ୍କର ଦେବେ ଭୀମ ଆର୍ମିର ଚିଫ୍ ଚନ୍ଦ୍ରଶେଖର ଆଜାଦ

Chandrashekhar Azad vs Yogi Adityanath: ଉତ୍ତର ପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ଗୋରଖପୁର ଆସନରେ ଏକ ବଡ଼ ରାଜନୈତିକ ମୁକାବିଲା ଦେଖିବାକୁ ମିଳିବ।

CM ଯୋଗୀଙ୍କୁ କଡ଼ା ଟକ୍କର ଦେବେ ଭୀମ ଆର୍ମିର ଚିଫ୍ ଚନ୍ଦ୍ରଶେଖର ଆଜାଦ

CM ଯୋଗୀଙ୍କୁ କଡ଼ା ଟକ୍କର ଦେବେ ଭୀମ ଆର୍ମିର ଚିଫ୍ ଚନ୍ଦ୍ରଶେଖର ଆଜାଦ

  • Share this:
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭୀମ ଆର୍ମିର ପ୍ରତିଷ୍ଠାତା ତଥା ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୋରଖପୁର ସଦର ବିଜେପି ପ୍ରାର୍ଥୀ ତଥା ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ମୈଇଦାନକୁ ଓହ୍ଲାଇବେ।

ଆଜାଦ ସମାଜ ପାର୍ଟି ଗୋରଖପୁର ସଦର ସିଟ୍ (୩୨୨) ରେ ଚନ୍ଦ୍ରଶେଖର ଆଜାଦଙ୍କୁ ନିଜର ପ୍ରାର୍ଥୀ ରୂପେ ଛିଡ଼ା କରିଛି । ଏହି ଅବସରରେ ସେ ଟ୍ବିଟ କରି ଲେଖିଛନ୍ତି, "ବହୁତ ବହୁତ ଧନ୍ୟବାଦ । ମୁଁ ଗତ ପାଞ୍ଚ ବର୍ଷ ସହିତ ଲଢ଼େଇ ଆସୁଛି ଆଉ ଏବେ ବି ଲଢ଼ିବି। ଜୟ ଭୀମ, ଜୟ ମଣ୍ଡଲ, ବହୁଜନ ହିତାୟ, ବହୁଜନ ସୁଖାୟ ।’’

ଏଥି ସହ ଆଜାଦ ପାର୍ଟିର ମୁଖ୍ୟ ନିର୍ବାଚନ ଅଧିକାରୀ ରବିନ୍ଦର ଭାଟି ନ୍ୟୁଜ୍ ୧୮ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଆଜାଦ ସମାଜ ପାର୍ଟି ଉତ୍ତର ପ୍ରଦେଶର ୬ ରୁ ୭ଟି ଛୋଟ ଦଳ ସହ ଗଠବନ୍ଧନ କରିବ । ଯେଉଁଥିରେ ଭାରତୀୟ ବୀର ଦଳ, ପଛୁଆ ସମାଜ ପାର୍ଟି, ପଥିକ ଜନଶକ୍ତି ପାର୍ଟି ସାମିଲ ଅଛନ୍ତି। କୁହାଯାଉଛି ଯେ ଆଜାଦ ସମାଜ ପାର୍ଟି ମଧ୍ୟ ୨୨ ପଏଣ୍ଟର ମନିଫେଷ୍ଟୋ ଜାରି କରିବ।

ସେହିପରି ବିଜେପି ଏହି ଆସନରୁ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରାର୍ଥୀ କରିଛି। ଅଯୋଧ୍ୟା ଓ ମଥୁରାର ଆଲୋଚନା ମଧ୍ୟରେ ନିକଟରେ ବିଜେପି ଘୋଷଣା କରିଥିଲା ​​ଯେ ସିଏମ୍ ଯୋଗୀ ଗୋରଖପୁର ସଦର ଆସନରୁ ଲଢ଼ିବେ। ଏବେ ଦେଖିବାକୁ ମିଳିବ ଯେ ଏହି ଆସନରେ କଂଗ୍ରେସ, ସପା ଓ ବସପା କାହାକୁ ଟିକେଟ୍ ଦେଉଛି।

କେଉଁ ପର୍ଯ୍ୟାୟରେ କେବେ ହେବ ୟୁପିରେ ନିର୍ବାଚନ

ସାତୋଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନ ପାଇଁ ଭୋଟ୍ ଫେବୃଆରୀ ୧୦ରୁ ଆରମ୍ଭ ହେବ। ଉତ୍ତର ପ୍ରଦେଶରେ ଫେବୃଆରୀ ୧୪, ୨୦, ୨୩, ୨୭ ଓ ମାର୍ଚ୍ଚ ୩ ଓ ୭ ତାରିଖରେ ଅନ୍ୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏଥି ସହିତ ମାର୍ଚ୍ଚ ୧୦ରେ ୟୁପି ନିର୍ବାଚନର ଫଳାଫଳ ଆସିବ।

ଗତ ନିର୍ବାଚନ ଫଳାଫଳ

୨୦୧୭ ନିର୍ବାଚନରେ ​​ବିଜେପି ଏଠାରେ ୪୦୩ଟି ଆସନ ମଧ୍ୟରୁ ୩୨୫ଟି ଜିତିଥିଲା। ସପା ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଥିଲେ। ସପା ୪୭ଟି ସିଟ୍ ଓ କଂଗ୍ରେସ ୭ ଟି ସିଟ୍ ଜିତିଥିଲା। ମାୟାବତୀଙ୍କ ବସପା ୧୯ଟି ସିଟ୍ ଜିତିବାରେ ସଫଳ ହୋଇଥିଲା। ୪ ଟି ସିଟ୍ ଅନ୍ୟମାନଙ୍କ ଦ୍ୱାରା ଦଖଲ କରାଯାଇଥିଲା।
Published by:Lipina Das
First published: