News18 Odia Digital
ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ୪୩ତମ ଏଜିଏମ୍ (RIL 43rd AGM 2020) ଆରମ୍ଭ ହେବା ମାତ୍ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Reliance Industries Chairman Mukesh Ambani) ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଗୁଗୁଲ (Google) ଜିଓ ପ୍ଲାଟଫର୍ମ୍ସରେ (Jio Platforms) ୭.୭% ଅଂଶଧନ ୩୩,୭୩୭ କୋଟି ଟଙ୍କାରେ କିଣିବ ।
ପ୍ରଥମ ଥର ପାଇଁ ଏହି ଏଜିଏମ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଉଛି । ଏଥିରେ ପାଖାପାଖି ୫୦୦ ବିଭିନ୍ନ ସ୍ଥାନରୁ ଏକ ଲକ୍ଷ ସେୟାର ଧାରକ ଭାଗ ନେଇଛନ୍ତି ।
ଜିଓ ପ୍ଲାଟଫରମ୍ସରେ ବିଶ୍ୱର ଅଗ୍ରଣୀ ଟେକନୋଲୋଜି କମ୍ପାନୀମାନେ ଗତ ୧୨ ସପ୍ତାହରେ ଲକ୍ଷାଧିକ ଟଙ୍କାର ନିବେଶ କରିଛନ୍ତି । ଏହାର କାରଣ ଜିଓ ପ୍ଲାଟଫର୍ମ୍ସ ଭାରତର ଡିଜିଟାଲ ସମ୍ବାବନାର (Digital potential of India) ସର୍ବୋତ୍ତମ ପ୍ରତିନିଧୀ ବୋଲି ସିଶ୍ୱ ସାରା ବିଶ୍ୱାସ କରାଯାଉଛି ।
ରିଲାଏନ୍ସର ଭାରତୀୟ ବଜାର ବିଷୟରେ ଗଭୀର ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଅଛି । କରୋନା ଭାଇରସ୍ ମହାମାରୀ ସଙ୍କଟ ଆସିବା ପରେ ଦେଶରେ ଡିଜିଟାଇଜେସନ୍ ହେବାର ସମ୍ଭାବନା ଓ ସୁଯୋଗ ଅନେକ ଗୁଣା ବଢ଼ିଛି। ଆଧୁନିକ ଜ୍ଞାନକୌଶଳ ଓ ଉପକରଣଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି । ଏଥିରୁ ଜିଓ ପ୍ଲାଟଫର୍ମ୍ସ ଅନେକ ମାତ୍ରାରେ ଉପକୃତ ହେବ ।
ଏହା ବି ପଢ଼ନ୍ତୁ:
ଆଜି ଦେଶର ବୃହତ୍ତମ କମ୍ପାନୀ Relianceର ୪୩ତମ AGM ହେଉଛି; ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।