Google ସିଇଓଙ୍କ ଘୋଷଣା: କରୋନା ସହିତ ଲଢ଼ିବା ପାଇଁ ଭାରତକୁ ଦେବ ୧୩୫ କୋଟି ଟଙ୍କା

ଗୁଗୁଲ (Google) କମ୍ପାନୀ କରୋନା ମହାମାରୀ ସହ ଯୁଦ୍ଧରେ ଭାରତକୁ ସାହାଯ୍ୟ କରିବା ପାଇଁ ୧୩୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।

Google ସିଇଓଙ୍କ ଘୋଷଣା: କରୋନା ସହିତ ଲଢ଼ିବା ପାଇଁ ଭାରତକୁ ଦେବ ୧୩୫ କୋଟି ଟଙ୍କା
Google ସିଇଓଙ୍କ ଘୋଷଣା!
  • News18 Odia
  • Last Updated: April 26, 2021, 2:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଭାରତରେ ପ୍ରତିଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଦେଶରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଅନେକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ଗୁଡିକ ସାହାଯ୍ୟର ହାତ ବଢ଼ାଇଛନ୍ତି ଓ ବର୍ତ୍ତମାନ ଗୁଗୁଲ କମ୍ପାନୀ ମଧ୍ୟ ଭାରତକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ସୁନ୍ଦର ପିଚାଇଙ୍କ ଟ୍ୱିଟ୍ ଅନୁଯାୟୀ, 'ଭାରତରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଗୁଗୁଲ ୧୩୫ କୋଟି ଟଙ୍କା ପାଣ୍ଠି ଦେବାକୁ ନିଷ୍ପତ୍ତି ନେଇଛି । ଏହି ପାଣ୍ଠିକୁ 'Give India' ଓ ୟୁନିସେଫ ମାଧ୍ୟମରେ ଭାରତକୁ ମିଳିବ ।



Give India କୁ ଦିଆଯାଇଥିବା ପାଣ୍ଠି ସେହି ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ଯେଉଁମାନେ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ପୂରଣ କରିପାରିବେ । ଏହା ପରେ ୟୁନିସେଫ ମାଧ୍ୟମରେ ଅକ୍ସିଜେନ ଓ ଟେଷ୍ଟ କିଟ ସହିତ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ । ଗୁଗୁଲ୍ କର୍ମଚାରୀମାନେ ମଧ୍ୟ ଭାରତ ପାଇଁ ଚାନ୍ଦା ଠୁଳ କରିବା ପାଇଁ ଅଭିଯାନ ଚଲାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ ଗୁଗୁଲ୍ କର୍ମଚାରୀ ୩.୭ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛନ୍ତି ।

ରବିବାର ଦିନ ଭାରତରେ ସାଢେ ତିନି ଲକ୍ଷରୁ ଅଧିକ ନୂଆ କରୋନା ମାମଲା ରୁଜୁ ହୋଇଛି । ଏହା କୌଣସି ଦେଶରେ ଗୋଟିଏ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ମାମଲା । ଏଥିସହିତ କରୋନା କାରଣରୁ ୨୮୦୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି । ଭାରତରେ କରୋନା କାରଣରୁ ଏହା ମଧ୍ୟ ଗୋଟିଏ ଦିନର ସର୍ବାଧିକ ମୃତ୍ୟୁ ।
Published by: Jagdish Barik
First published: April 26, 2021, 2:16 PM IST