ଶସ୍ତାରେ ଘର, ଜମି ଓ ଅଫିସ୍ ସାଇଟ୍ କିଣିବାପାଇଁ ଭଲ ସୁଯୋଗ; ଏହି ସରକାରୀ ବ୍ୟାଙ୍କ ଦେଉଛି ଅଫର

Canara Bank Mega e-auction: ଯଦି ଆପଣ ଶସ୍ତାରେ ଘର, ସମ୍ପତ୍ତି କିମ୍ବା ବ୍ୟବସାୟ ପାଇଁ ସାଇଟ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଛି । କାନାରା ବ୍ୟାଙ୍କ ଆପଣଙ୍କ ପାଇଁ ଏକ ବଡ଼ ଅଫର ଆଣିଛି । ଏହି ସରକାରୀ ବ୍ୟାଙ୍କ ସମଗ୍ର ଦେଶରେ ୨,୦୦୦ ରୁ ଅଧିକ ସମ୍ପତ୍ତିକୁ ଇ-ନିଲାମ କରିବାକୁ ଯାଉଛି ।

ଶସ୍ତାରେ ଘର, ଜମି ଓ ଅଫିସ୍ ସାଇଟ୍ କିଣିବାପାଇଁ ଭଲ ସୁଯୋଗ; ଏହି ସରକାରୀ ବ୍ୟାଙ୍କ ଦେଉଛି ଅଫର
କାନାରା ବ୍ୟାଙ୍କର ମେଗା ଇ-ନିଲାମ ମାର୍ଚ୍ଚ ୧୬ ଓ ମାର୍ଚ୍ଚ ୨୬ ରେ ଅନୁଷ୍ଠିତ ହେବ
  • News18 Odia
  • Last Updated: March 13, 2021, 9:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଶସ୍ତାରେ ଘର, ସମ୍ପତ୍ତି କିମ୍ବା ବ୍ୟବସାୟ ପାଇଁ ସାଇଟ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଛି । କାନାରା ବ୍ୟାଙ୍କ ଆପଣଙ୍କ ପାଇଁ ଏକ ବଡ ଅଫର ଆଣିଛି । ଏହି ସରକାରୀ ବ୍ୟାଙ୍କ ସମଗ୍ର ଦେଶରେ ୨,୦୦୦ ରୁ ଅଧିକ ସମ୍ପତ୍ତିକୁ ଇ-ନିଲାମ କରିବାକୁ ଯାଉଛି । ଏଥିପାଇଁ ଆପଣ ଅନ୍ଲାଇନ୍ରେ ବିଡ୍ କରିପାରିବେ । କାନାରା ବ୍ୟାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ସୂଚନା ଦେଇଛି । ତେବେ ଆସନ୍ତୁ ଜାଣିବା ଏହି ଇ-ନିଲାମ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା -

୧୬ ଓ ୨୬ ମାର୍ଚ୍ଚରେ ଇ-ନିଲାମ ଅନୁଷ୍ଠିତ ହେବ
ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ, କାନାରା ବ୍ୟାଙ୍କର ମେଗା ଇ-ନିଲାମ ମାର୍ଚ୍ଚ ୧୬ ଓ ମାର୍ଚ୍ଚ ୨୬ ରେ ଅନୁଷ୍ଠିତ ହେବ । ଫ୍ଲାଟ / ଆପାର୍ଟମେଣ୍ଟ / ଆବାସିକ ଗୃହ କାର୍ଯ୍ୟାଳୟ, ଶିଳ୍ପ ଜମି / ବିଲଡିଂ ଓ ଖାଲି ସ୍ଥାନ ନିଲାମ ହେବ । ଏହି ସମ୍ପତ୍ତି ବ୍ୟାଙ୍କ ଦ୍ୱାରା ସମୟ ସମୟରେ ଡିଫଲ୍ଟରଙ୍କ ଠାରୁ ଋକଭରୀ ପାଇଁ ନିଲାମ କରାଯାଇଥାଏ ।

ଜାଣନ୍ତୁ କ’ଣ କହିଛି ବ୍ୟାଙ୍କ?
କାନାରା ବ୍ୟାଙ୍କ (Canara Bank) ନିଜ ଟ୍ୱିଟରେ କହିଛି ଯେ ଏହି ମୂଲ୍ୟବାନ ସମ୍ପତ୍ତିର ମାଲିକ ବନନ୍ତୁ! ସମ୍ପତ୍ତି ଉପରେ ବିଡ୍ ଲଗାନ୍ତୁ, ସମ୍ପତ୍ତି ନିଜ ନାମରେ କରନ୍ତୁ । ଭାରତର ପ୍ରମୁଖ ସହରଗୁଡିକରେ ସମ୍ପତ୍ତି କିଣିବା ପାଇଁ ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ । ଅର୍ଥାତ ଆପଣ ଶସ୍ତାରେ ଘର, ଆପାର୍ଟମେଣ୍ଟ ଓ ଏକ ଜମିର ମାଲିକ ହୋଇପାରିବେ । ଇ-ନିଲାମରେ ଭାଗ ନେବାକୁ ହେଲେ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । କାନାରା ବ୍ୟାଙ୍କ ଶାଖାରେ KYC ର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଆପଣଙ୍କୁ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ ।

ସମ୍ପୂର୍ଣ୍ଣ ସୂଚନା ପାଇଁ ଏହା ଦେଖନ୍ତୁ
ଟ୍ୱିଟର ହ୍ୟାଣ୍ଡେଲରେ ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ ଆଗ୍ରହୀ ଗ୍ରାହକଙ୍କ ସମ୍ପତ୍ତି ବିଷୟରେ ସୂଚନା ପାଇଁ କାନାରା ବ୍ୟାଙ୍କର କର୍ପୋରେଟ୍ ୱେବସାଇଟ୍ https://canarabank.com ଭିଜିଟ କରନ୍ତୁ । ବ୍ୟାଙ୍କ କହିଛି ଗ୍ରାହକମାନେ ଆମର କର୍ପୋରେଟ୍ ୱେବସାଇଟ୍ https://canarabank.com> ଟେଣ୍ଡର> ବିକ୍ରୟ ବିଜ୍ଞପ୍ତି ଓ ଆମର ନିଲାମ ସେବା ସହଭାଗୀ ସହିତ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ଏହି ୱେବସାଇଟ୍ ଗୁଡିକରୁ ମଧ୍ୟ ସୂଚନା ପାଇପାରିବେ-

https://indianbankseauction.com (M/S Canbank Computer Services Ltd)

https://canarabank.auctiontiger.net (M / S E Procurement Technologies Pvt Ltd)

https://bankeauctionwizard.com (M / S Antares System Ltd)

https://ibapi.in (M / S MSTC Ltd) (e-Bkraya)

https://bankeacutions.com (M / S C1 India Pvt Ltd)
Published by: Jagdish Barik
First published: March 13, 2021, 9:56 AM IST