ଭଲ ଖବର: ଟ୍ରମ୍ପ୍‌ କୋହଳ କଲେ H-1B ଭିସା ନିୟମ; ନିଜ କର୍ମ କ୍ଷେତ୍ରକୁ ଫେରିପାରିବେ ଭାରତୀୟ

ଟ୍ରମ୍ପ ପ୍ରଶାସନ ବୈଷୟିକ ବିଶେଷଜ୍ଞ, ବରିଷ୍ଠ ପରିଚାଳକ ଓ ଅନ୍ୟାନ୍ୟ ଶ୍ରମିକଙ୍କୁ ଆମେରିକା ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଆମେରିକା H-1B ଭିସା ପାଇଁ ଏକ ନୂଆ ନିୟମ କରିବାକୁ ଯାଉଛି ।

ଡୋନାଲ୍ଡ ଟ୍ରମ୍ପ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍‌ ଫଟୋ)

ଡୋନାଲ୍ଡ ଟ୍ରମ୍ପ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍‌ ଫଟୋ)

  • Share this:
News18 Odia Digital

ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ (Donald Trump) H-1B ଭିସା ପାଇଁ କିଛି ନିୟମକୁ କୋହଳ କରିଛନ୍ତି, ଯାହା ଦ୍ୱାରା ଆମେରିକାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ସିଧାସଳଖ ଲାଭ ମିଳିପାରିବ। ଏହି କୋହଳତା ପରେ H-1B ଭିସା ଧାରକମାନଙ୍କୁ ଆମେରିକାରେ ପୁନର୍ବାର ପ୍ରବେଶ କରିବାକୁ ଅନୁମତି ମିଳିପାରିବ। ଅବଶ୍ୟ ଏହି କୋହଳ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ସେମାନଙ୍କ ଚାକିରିରେ ପୁନର୍ବାର ଯୋଗ ଦେବାକୁ ଯାଉଛନ୍ତି ଓ ଭିସା ନିଷେଧ ଘୋଷଣା ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିଲେ। ନୂତନ ଚାକିରି ପାଇଁ ଏହି କୋହଳ ଉପଲବ୍ଧ ହେବ ନାହିଁ।

ଆମେରିକାର ବୈଦେଶିକ ବିଭାଗର ପରାମର୍ଶଦାତା କହିଛନ୍ତି ଯେ ପ୍ରାଥମିକ ଭିସାଧାରୀଙ୍କ ସହ ନିର୍ଭରଶୀଳ ଜୀବନସାଥୀ ଓ ସେମାନଙ୍କ ପିଲା ମାନଙ୍କୁ ମଧ୍ୟ ଯାତ୍ରା କରିବାକୁ ଅନୁମତି ଦିଆଯିବ। ବିଭାଗୀୟ ପରାମର୍ଶଦାତା କହିଛନ୍ତି ଯେ ଯେଉଁମାନେ ସେମାନଙ୍କର ପୁରୁଣା ଚାକିରି ଆରମ୍ଭ କରିବାକୁ ଚାହାନ୍ତି ସେମାନଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଟ୍ରମ୍ପ ପ୍ରଶାସନ ମଧ୍ୟ ବୈଷୟିକ ବିଶେଷଜ୍ଞ, ବରିଷ୍ଠ ସ୍ତରୀୟ ପରିଚାଳକ ଓ ଅନ୍ୟାନ୍ୟ ଶ୍ରମିକଙ୍କୁ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଯେଉଁମାନେ H-1B ଭିସା ଧାରକ ଓ ଆମେରିକାର ତୁରନ୍ତ ତଥା ଜାରି ରହିଥିବା ଆର୍ଥିକ ସ୍ଥିତିକୁ ସୁଗମ କରିବା ପାଇଁ ସେମାନଙ୍କ ଯାତ୍ରା ଆବଶ୍ୟକ। ଏଥି ସହିତ ଯେଉଁମାନେ କୋଭିଡ -୧୯ ମହାମାରୀର ପ୍ରଭାବକୁ ହ୍ରାସ କରିବାକୁ କିମ୍ବା ଜନସ୍ୱାସ୍ଥ୍ୟ ସେବା ପ୍ରଫେସନାଲଙ୍କ ପରି ଜନସ୍ୱାସ୍ଥ୍ୟ ସୁବିଧା ଥିବା ଅଞ୍ଚଳରେ ଡାକ୍ତରୀ ଅନୁସନ୍ଧାନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଆମେରିକା ସରକାର ଭିସାରେ ଛାଡ଼ ଦେଇଛନ୍ତି।







ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ବିଗ୍ ବି ଭିଡିଓ ସେୟାର କଲେ

ଭିସା ପାଇଁ ଆମେରିକା ନୂଆ ନିୟମ ତିଆରି କରୁଛି

ଉଲ୍ଲେଖନୀୟ କଥା ହେଉଛି କିଛି ଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଅନେକ ନିଯୁକ୍ତି ଭିତ୍ତିକ ଆମେରିକାର ଭିସା କାର୍ଯ୍ୟକ୍ରମକୁ ସାମୟିକ ଭାବରେ ବନ୍ଦ କରିଦେଇଥିଲେ। କରୋନା ଭାଇରସ୍ ଦ୍ୱାରା ବ୍ୟାପୁଥିବା କୋଭିଡ଼ -୧୯ ମହାମାରୀ ମଧ୍ୟରେ ତାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଆମେରିକାରେ ଚାକିରି କରିବାକୁ ଆଶା କରୁଥିବା ହଜାର ହଜାର ଲୋକଙ୍କ ଆଶାରେ ଏହା ଏକ ବଡ଼ ପ୍ରତିବନ୍ଧକ ସାଜିଥିଲା।



ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର H-1B ଭିସା ପାଇଁ ନୂଆ ନିୟମ କରିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନ ପରେ ଦକ୍ଷ ଓ ଉଚ୍ଚ ଦକ୍ଷତା ବିଶିଷ୍ଟ ବ୍ୟକ୍ତିମାନେ ଆମେରିକାରେ ନିଜ କ୍ୟାରିୟର କରିବାକୁ ଉତ୍ସାହିତ ହେବେ।
Published by:Jagdish Barik
First published: