ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଭଲ ଖବର: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ; ଏହି କର୍ମଚାରୀମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ ସବସିଡି

ଭଲ ଖବର: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ; ଏହି କର୍ମଚାରୀମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ ସବସିଡି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି । ଏହାକୁ ନେଇ କ୍ୟାବିନେଟ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ୧,୫୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି ।

ଭଲ ଖବର: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ; ଏହି କର୍ମଚାରୀମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ ସବସିଡି
ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ
  • News18 Odia
  • Last Updated: December 9, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ରୋଜଗର ଯୋଜନାକୁ ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ତଥା କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗକୁ ଅନୁମୋଦନ କରିଛି । ଏହି ସମୟ ମଧ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ କ୍ୟାବିନେଟ ଦ୍ୱାରା ୧,୫୮୪ କୋଟି ଟଙ୍କା ଅନୁମତି ଦିଆଯାଇଛି । ୨୦୨୦ ରୁ ୨୦୧୩ ମଧ୍ୟରେ ସମଗ୍ର ଯୋଜନା ଅବଧି ପାଇଁ ୨୨,୮୧୦ କୋଟି ଟଙ୍କା ବ୍ୟୟ ଅନୁମୋଦନ ଦେଇଛି ।

ଏହି ଯୋଜନା ଅଧୀନରେ ଭାରତ ସରକାର ୧ ଅକ୍ଟୋବର ୨୦୨୦ କୁ କିମ୍ବା ଏହା ପରେ ଓ ୩୦ ଜୁନ୍ ୨୦୧୧ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ସମସ୍ତ ନୂଆ କର୍ମଚାରୀ ମାନଙ୍କୁ ସବସିଡି ପ୍ରଦାନ କରିବେ । ଯେଉଁ ନିଯୁକ୍ତି ସଂଗଠନରେ ୧୦୦୦ କର୍ମଚାରୀଙ୍କ ଅଛନ୍ତି କେନ୍ଦ୍ର ସରକାର ଦୁଇବର୍ଷ ଅବଧି ପାଇଁ ୧୨ ପ୍ରତିଶତ କର୍ମଚାରୀ ବେତନ ଭତ୍ତାର ୨୪ ପ୍ରତିଶତ ଇପିଏଫରେ ଯୋଗଦାନ କରିବେ ।

ଏଥି ସହିତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାରେ ଯେଉଁଠାରେ ୧୦୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ନୂତନ କର୍ମଚାରୀଙ୍କ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଦୁଇ ବର୍ଷ ପାଇଁ ଇପିଏଫରେ ମାତ୍ର ୧୨ ପ୍ରତିଶତ କର୍ମଚାରୀ ଯୋଗଦାନ କରିବେ । କେନ୍ଦ୍ର ସରକାରଙ୍କ କହିବାନୁସାରେ ଏହି ଯୋଜନା ଅଧୀନରେ ଜଣେ କର୍ମଚାରୀ ଯାହାର ମାସିକ ଦରମା ୧୫,୦୦୦ ରୁ କମ୍ ଓ ସେ ଏକ ଅନୁଷ୍ଠାନରେ କାମ କରୁନଥିଲେ ଯାହା ଅକ୍ଟୋବର ୧, ୨୦୨୦ ପୂର୍ବରୁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନରେ (ଇପିଏଫ୍ଓ) ପଞ୍ଜିକୃତ ହୋଇଥିଲା । ଏହି ଅବଧି ପୂର୍ବରୁ କୌଣସି ୟୁନିଭର୍ସାଲ ଆକାଉଣ୍ଟ ନମ୍ବର କିମ୍ବା ଇପିଏଫ ସଦସ୍ୟ ଆକାଉଣ୍ଟ ନମ୍ବର ନଥିଲା । ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବ ।

ଯେକ କୌଣସି ଇପିଏଫ୍ ସଦସ୍ୟ ଯାହାର ସର୍ବଭାରତୀୟ ଆକାଉଣ୍ଟ୍ ନମ୍ବର ଅଛି ଓ ତାଙ୍କର ମାସିକ ଦରମା ୧୫,୦୦୦ ରୁ କମ୍ ଅଟେ ଏବଂ ଯଦି ସେ ୦୧.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ କୋଭିଡ୍ ମହାମାରୀ ସମୟରେ ଚାକିରି ଛାଡିଥା’ନ୍ତି ଓ EPF ପରିସରରେ ଥିବା କୌଣସି ଚାକିରୀ ନିଯୁକ୍ତିଦାତାମାନେ ଅନୁଷ୍ଠାନରେ ୩୦.୦୯.୨୦୨୦ ପର୍ଯ୍ୟନ୍ତ ଚାକିରୀ ପାଇ ନାହାଁନ୍ତି । ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ଅଟନ୍ତି ।

ସଦସ୍ୟଙ୍କ ଆଧାର ସଂଖ୍ୟା ସହିତ ସଂଯୁକ୍ତ ଆକାଉଣ୍ଟରେ EPFO ​​ଏହି ଅବଦାନକୁ ଅନଲାଇନ ମାଧମରେ ପ୍ରଦାନ କରିବ । EPFO ଏହି ଯୋଜନା ପାଇଁ ଏକ ସଫ୍ଟୱେର୍ ବିକଶିତ କରିବ ଓ ଏକ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଉତ୍ତରଦାୟୀ ପ୍ରକ୍ରିୟା ମଧ୍ୟ ଗ୍ରହଣ କରାଯିବ ।

ଏହା ସହିତ EPFO ​​ଏକ ଉପଯୁକ୍ତ ଉପାୟ ଅବଲମ୍ବନ କରିବ ABRY ର ଲାଭ ଓ EPFO ​ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଅନ୍ୟ କୌଣସି ସ୍କିମ୍ ପରସ୍ପର ଉପରେ ଓଭରଲିପ୍ ହେବ ନାହିଁ ।
Published by: Jagdish Barik
First published: December 9, 2020, 6:02 PM IST