ଭଲ ଖବର! ରେଳ କର୍ମଚାରୀଙ୍କୁ ମିଳିବ ପେନସନ ଉପରେ ବଡ଼ ଲାଭ; ୩୦ ସେପ୍ଟେମ୍ବର ପୂର୍ବରୁ ପୂରଣ କରନ୍ତୁ ଏହି ଫର୍ମ

ଦକ୍ଷିଣ ରେଳବାଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯେକୌଣସି କର୍ମଚାରୀ ଯିଏ ପୁରୁଣା ପେନ୍ସନ୍ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାଙ୍କୁ ୩୦ ସେପ୍ଟେମ୍ବର ୨୦୨୦ ପୂର୍ବରୁ ରେଳବାଇକୁ ଜଣାଇବାକୁ ପଡିବ ।

ଭଲ ଖବର! ରେଳ କର୍ମଚାରୀଙ୍କୁ ମିଳିବ ପେନସନ ଉପରେ ବଡ଼ ଲାଭ; ୩୦ ସେପ୍ଟେମ୍ବର ପୂର୍ବରୁ ପୂରଣ କରନ୍ତୁ ଏହି ଫର୍ମ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 20, 2020, 10:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ନୂଆ ଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏପରି କର୍ମଚାରୀ କିମ୍ବା ଅଧିକାରୀ ଯେଉଁମାନେ ୧ ଜାନୁଆରୀ ୨୦୦୪ ପରେ ନିଯୁକ୍ତ ହୋଇଥିଲେ କିନ୍ତୁ ସେମାନଙ୍କ ଚୟନ ପ୍ରକ୍ରିୟା ସହ ଜଡିତ ସମସ୍ତ କାର୍ଯ୍ୟ ୧ ଜାନୁୟାରୀ ୨୦୦୪ ପୂର୍ବରୁ ଶେଷ ହୋଇଥିଲା । ବର୍ତ୍ତମାନ ଏହି ସମସ୍ତ କର୍ମଚାରୀ ପୁରୁଣା ପେନ୍ସନ୍ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି । ଅର୍ଥାତ ସେମାନଙ୍କୁ ଏହି ପୁରୁଣା ପେନ୍ସନ୍ ସ୍କିମର (OPS) ଲାଭ ମିଳିପାରିବ । ଉଲ୍ଲେଖନୀୟ ବିଷୟ ହେଉଛି ଏହି ସମୟ ମଧ୍ୟରେ ରେଳ ମନ୍ତ୍ରଣାଳୟ ବହୁ ସଂଖ୍ୟକ ନିଯୁକ୍ତି କରିଥିଲା । ଏହି ସମୟ ମଧ୍ୟରେ ବିଭିନ୍ନ ଜୋନରୁ ସାରା ଦେଶରେ ପ୍ରାୟ ୨.୫୦ ଲକ୍ଷ ନିଯୁକ୍ତି ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି ।

୩୦ ସେପ୍ଟେମ୍ବର ପୂର୍ବରୁ ଦେବାକୁ ପଡିବ ସୂଚନା
ଦକ୍ଷିଣ ରେଳବାଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯେକୌଣସି କର୍ମଚାରୀ ଯିଏ ପୁରୁଣା ପେନ୍ସନ୍ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାଙ୍କୁ ୩୦ ସେପ୍ଟେମ୍ବର ୨୦୨୦ ପୂର୍ବରୁ ରେଳବାଇକୁ ଜଣାଇବାକୁ ପଡିବ । ଏହି ସୁବିଧା ପାଇଁ ରେଳବାଇ ଦ୍ୱାରା ଏକ ଫର୍ମ ଜାରି କରାଯାଇଛି ଯାହା ପୂରଣ ଓ ଦାଖଲ କରିବା ବାଧ୍ୟତାମୂଳକ ଅଟେ ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ରେଳ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନୂତନ ନୀତି ଅନୁଯାୟୀ ଶିକ୍ଷା ତଥା ପ୍ରଶାସନିକ କାରଣରୁ ନୂତନ ପେନ୍ସନ୍ ସ୍କିମ୍ ଠାରୁ ପୁରୁଣା ପେନ୍ସନ୍ ସ୍କିମ୍କୁ ଯିବାକୁ ଏଭଳି କର୍ମଚାରୀ ଓ ଅଧିକାରୀଙ୍କୁ ସମୟ ବିକଳ୍ପ ଦିଆଯାଇଛି । ଯାହାର ପ୍ରଶାସନିକ କାରଣ ପାଇଁ ପଲିସି ଯାଞ୍ଚରେ ବିଳମ୍ବ, ମେଡିକାଲ୍, କୋର୍ଟ ମାମଲା ଓ ଅନ୍ୟାନ୍ୟ କାରଣ ଯୋଗୁଁ ଏଥିରେ ଯୋଗଦେବାରେ ବିଳମ୍ବ ହେଉଛି । କେବଳ ସେହି କର୍ମଚାରୀ କିମ୍ବା ଅଧିକାରୀମାନେ ଏହି ସୁବିଧା ପାଇବେ । ଯାହାର ନିଯୁକ୍ତି ପ୍ରକ୍ରିୟା ୩୧.୧୨.୨୦୦୩ ପୂର୍ବରୁ ସମାପ୍ତ ହୋଇଥିଲା କିନ୍ତୁ ଚାକିରିରେ ଯୋଗ ଦେଇପାରିନଥିଲେ । ଯେଉଁ କର୍ମଚାରୀମାନେ ସେମାନଙ୍କର ବ୍ୟକ୍ତିଗତ କାରଣରୁ ଚାକିରିରେ ଯୋଗ ଦେଇନାହାଁନ୍ତି ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ।

ଏହି ନୂତନ ପେନ୍ସନ୍ ଯୋଜନାକୁ ଏପରି ବୁଝନ୍ତୁ
ନୂତନ ପେନ୍ସନ୍ ଯୋଜନା (NPS) ୧ ଏପ୍ରିଲ ୨୦୦୪ମସିହାରୁ କାର୍ଯ୍ୟକାରୀ ହୋଇଛି । NPS ର ନୂତନ କର୍ମଚାରୀମାନେ ଅବସର ସମୟରେ ପୁରୁଣା କର୍ମଚାରୀଙ୍କ ପରି ପେନ୍ସନ୍ ଓ ପାରିବାରିକ ପେନ୍ସନ୍ ସୁବିଧା ପାଇବେ ନାହିଁ । ଏହି ଯୋଜନାରେ ବେତନ ଓ ମହଙ୍ଗାଇ ଭତ୍ତାର ୧୦% ନୂତନ କର୍ମଚାରୀଙ୍କଠାରୁ ନିଆ ଯାଇଥାଏ । ନୂତନ ଆଦେଶ ଅନୁଯାୟୀ, କର୍ମଚାରୀ ଓ ନିଯୁକ୍ତିଦାତାର ଅଂଶ ୧୦-୧୦ ପ୍ରତିଶତ ହେବ । ଧରାଯାଉ ଜଣେ କର୍ମଚାରୀଙ୍କ ବର୍ତ୍ତମାନର ମୌଳିକ ଦରମା ହେଉଛି ୫୦ ହଜାର ଟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ, NPS ଯୋଜନାରେ କର୍ମଚାରୀଙ୍କ ଅଂଶ ୫ ହଜାର ଟଙ୍କା ୧୦% ଓ ନିଯୁକ୍ତିଦାତାର ଅବଦାନ ଭାବରେ ସରକାର ସାତ ହଜାର ଟଙ୍କା ୧୪% ଜମା କରୁଥିଲେ ।
Published by: Jagdish Barik
First published: September 20, 2020, 10:27 AM IST
corona virus btn
corona virus btn
Loading