ବଢ଼ିପାରେ କର୍ମଚାରୀଙ୍କ ଅବସର ବୟସ ସୀମା ଓ ପେନସନ ରାଶି; ଜାଣନ୍ତୁ

କର୍ମଚାରୀଙ୍କ ଅବସର ବୟସ ଓ ପେନସନ ରାଶି ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ପ୍ରଧାନମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । କର୍ମଚାରୀଙ୍କ ଅବସର ବୟସ ଓ ପେନସନ ରାଶି ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା  ଏକ ପରାମର୍ଶ ଦିଆଯାଇଛି। ଏହି ପ୍ରସ୍ତାବରେ କୁହାଯାଇଛି ଯେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛି ଯେ ଦେଶରେ ଅବସର ବୟସ ବଢ଼ିବା ସହିତ ୟୁନିଭର୍ସାଲ ପେନସନ୍ ସିଷ୍ଟମ ମଧ୍ୟ ଆରମ୍ଭ କରାଯିବା ଆବଶ୍ୟକ ।

ବରିଷ୍ଠ ନାଗରିକଙ୍କ ସୁରକ୍ଷା

ରିପୋର୍ଟ ଅନୁଯାୟୀ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ ଦିଆଯିବା ଆବଶ୍ୟକ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ।

ଦକ୍ଷତା ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ 

ଏହି ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାକୁ ବଢ଼ାଇବାର ଅଛି ତେବେ ଅବସର ବୟସ ବଢାଇବାର ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ । ଏହି ରିପୋର୍ଟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ କୁହାଯାଇଛି ।

ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ଆବଶ୍ୟକ

ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ଯେଉଁମାନଙ୍କ ପାଖରେ ପ୍ରଶିକ୍ଷଣ ହାସଲ କରିବା ପାଇଁ ମାଧ୍ୟମ ନାହିଁ । କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।
Published by:Soumya Das
First published: