ଭଲ ଖବର! ଆଜିଠାରୁ ରେଳବାଇ ଚଳାଇବ ଏହି ସମସ୍ତ ଟ୍ରେନ୍; ସହଜରେ ଉପଲବ୍ଧ ହେବ ଟିକେଟ୍, ଚେକ୍ କରନ୍ତୁ ଲିଷ୍ଟ

ଭାରତୀୟ ରେଳବାଇ (Indian Railways) ୬ ଜାନୁୟାରୀ ୨୦୨୦ ତଥା ଆଜିଠାରୁ ଅନେକ ଟ୍ରେନ୍ ଚଳାଇବାକୁ ଯାଉଛି । ସାରା ଦେଶରେ ବ୍ୟାପିଥିବା ମହାମାରୀ ମଧ୍ୟରେ ରେଳବାଇ ୨୨ ମାର୍ଚ୍ଚ ଠାରୁ ଚାଲୁଥିବା ଅନେକ ଟ୍ରେନର ଚଳାଚଳ ବନ୍ଦ କରିଦେଇଛି ।

ଭଲ ଖବର! ଆଜିଠାରୁ ରେଳବାଇ ଚଳାଇବ ଏହି ସମସ୍ତ ଟ୍ରେନ୍; ସହଜରେ ଉପଲବ୍ଧ ହେବ ଟିକେଟ୍, ଚେକ୍ କରନ୍ତୁ ଲିଷ୍ଟ
ଆଜିଠାରୁ ରେଳବାଇ ଚଳାଇବ ଏହି ସମସ୍ତ ଟ୍ରେନ୍
  • News18 Odia
  • Last Updated: January 6, 2021, 9:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରେଳବାଇ (Indian Railways) ୬ ଜାନୁୟାରୀ ୨୦୨୦ ତଥା ଆଜିଠାରୁ ଅନେକ ଟ୍ରେନ୍ ଚଳାଇବାକୁ ଯାଉଛି । ସାରା ଦେଶରେ ବ୍ୟାପିଥିବା ମହାମାରୀ ମଧ୍ୟରେ ରେଳବାଇ ୨୨ ମାର୍ଚ୍ଚ ଠାରୁ ଚାଲୁଥିବା ଅନେକ ଟ୍ରେନ୍ ଚଳାଚଳ ବନ୍ଦ କରିଦେଇଛି । ଏଥିରେ କିଛି ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ସାମିଲ ରହିଛି । ଏହା ବ୍ୟତୀତ ଗୋରଖପୁର ମଧ୍ୟରେ ମାଇଲାନି ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । କସଗଞ୍ଜରୁ କାନପୁର ମଧ୍ୟରେ କିଛି ଟ୍ରେନ୍ ମଧ୍ୟ ଚଳାଚଳ କରିବ । ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ -

ପୂର୍ବ ରେଳବାଇ ଟ୍ୱିଟ୍ କରିଛି
>> ପୂର୍ବାଞ୍ଚଳ ରେଳ ଟ୍ୱିଟ୍ କରି କହିଛି ଯେ ଆସନ୍ତାକାଲି ଠାରୁ ୬୩୫୦୩ ବର୍ଦ୍ଧମାନ-ହାଟିଆ ମେମୁ ଯାତ୍ରୀଙ୍କ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ
>> ଟ୍ରେନ୍ ୬୩୫୯୮/୬୩୫୯୭ ଆସାନସୋଲ-ରାଞ୍ଚି-ଆସାନସୋଲ ମେମୁ ପାସେଞ୍ଜର ୬ ଜାନୁଆରୀରୁ ଚଳାଚଳ ଆରମ୍ଭ କରିବ
>> ଟ୍ରେନ୍ ୬୩୫୯୬/୫୬୫୯୫ ଆସାନସୋଲ-ବୋକାରୋ ଷ୍ଟିଲ ସିଟି-ଆସାନସୋଲ ମେମୁ ପାସେଞ୍ଜର ଆସନ୍ତାକାଲି ଠାରୁ ଆରମ୍ଭ ହେବ

ଉତ୍ତର-ପୂର୍ବାଞ୍ଚଳ ରେଳବାଇ ଦେଇଥିବା ଏହି ସୂଚନା ବ୍ୟତୀତ ଉତ୍ତର-ପୂର୍ବ ରେଳ ସୂଚନା ଦେଇଛି ଯେ ଗୋରଖପୁର-ମୌଲାନି-ଗୋରଖପୁର ଏକ୍ସପ୍ରେସ ୬ ଜାନୁଆରୀରେ ଅର୍ଥାତ୍ ଆଜି ୦୫୦୦୯/୦୫୦୧୦ ରୁ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ ।

ଏହି ଟ୍ରେନ୍ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ
ରେଳବାଇ ୬ ଜାନୁଆରୀରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଟ୍ରେନ୍ ନମ୍ବର ୦୫୦୪୬ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ୍ ଲକ୍ଷ୍ନୌରୁ କାଠଗୋଡାମ ପର୍ଯ୍ୟନ୍ତ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ରବିବାରରେ ଚାଲିବ ।

ବାତିଲ କିମ୍ବା ଆଂଶିକ ବାତିଲ ହୋଇଥିବା ଟ୍ରେନ୍
>> ଟ୍ରେନ୍ ନମ୍ବର ୦୫୬୧୨ ଅମୃତସର-ଦରଭଙ୍ଗା ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି ୬ ଜାନୁଆରୀରେ ବାତିଲ ହେବ
>> ଟ୍ରେନ ନମ୍ବର ୦୧୭୧୬ ଅମୃତସର-ନନ୍ଦେଡ ଏକ୍ସପ୍ରେସ ଆସନ୍ତା ୬ ଜାନୁଆରୀରେ ନୂଆଦିଲ୍ଲୀରୁ ଖୋଲିବ
>> ଟ୍ରେନ୍ ନମ୍ବର ୦୯୦୨୫ ବାନ୍ଦ୍ରା ଟର୍ମିନାସ୍-ଅମୃତସର ଏକ୍ସପ୍ରେସ ୬ ଜାନୁଆରୀରେ ଚଣ୍ଡିଗଡ଼ରୁ ଖୋଲିବ, ସାଧାରଣତଃ ଏହି ଟ୍ରେନ୍ ଅମୃତସରରୁ ଖୋଲିବ ।
Published by: Jagdish Barik
First published: January 6, 2021, 9:43 AM IST
corona virus btn
corona virus btn
Loading