News 18 Odia Digital
ଟ୍ରେନ୍ ଟିକେଟ୍: ଭାରତରେ ଯାତାୟତର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ପରିବହନ ମାଧ୍ୟମ ଭାବରେ ରେଳବାଇକୁ ବିବେଚନା କରାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ରେଳପଥ ଦେଇ ଯାତ୍ରା କରନ୍ତି । ରେଳପଥ ଦେଇ ଦୀର୍ଘ କିମ୍ବା ସ୍ୱଳ୍ପ ଦୂରତା ଯାତ୍ରା କରିବା ଅତ୍ୟନ୍ତ ସୁବିଧାଜନକ ଅଟେ । ଏଥି ସହିତ, ଯାତ୍ରା ବ୍ୟତୀତ ରେଳ ବ୍ୟବସାୟ ପାଇଁ ଏକ ଉତ୍ତମ ମାଧ୍ୟମ ଅଟେ। ରେଳ ମାଧ୍ୟମରେ ଅନ୍ୟ ସ୍ଥାନକୁ ସାମଗ୍ରୀ ପରିବହନ କରିବା ଦ୍ଵାରା ବ୍ୟବସାୟୀଙ୍କ କଷ୍ଟିଂରେ ଯଥେଷ୍ଟ ହ୍ରାସ ଘଟିଥାଏ । ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରେଳବାଇ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି । ଆଉ ବ୍ୟବସାୟୀମାନେ ହିଁ ଏହାର ଲାଭ ପାଇବାକୁ ଯାଉଛନ୍ତି।
ବ୍ୟବସାୟୀମାନଙ୍କ ପାଇଁ ଲାଭନିକଟରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିପୁରାରେ ପହଞ୍ଚିଥିଲେ। ଯେଉଁଠାରେ ପିଏମ ମୋଦି ଅନେକ ଖାସ କଥା କହିଥିଲେ । ଏଥିମଧ୍ୟରୁ ପିଏମ ମୋଦିଙ୍କର ଗୋଟିଏ କଥା ରେଳବାଇ ସହିତ ମଧ୍ୟ ଜଡିତ ଥିଲା, ଯାହା ରେଳ ମାଧ୍ୟମରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅଗରତାଲା- ଅଖୋରା ରେଳ ଲାଇନ ଏକ ନୂତନ ବାଣିଜ୍ୟ ପଥ ଖୋଲିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି । ଯେଉଁ କାରଣରୁ ବ୍ୟବସାୟୀମାନେ ବହୁତ ଲାଭ ପାଇବାକୁ ଯାଉଛନ୍ତି ।
ବ୍ୟବସାୟର ରାସ୍ତା ଖୋଲିବତ୍ରିପୁରାରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ତ୍ରିପୁରା ମାଧ୍ୟମରେ ଉତ୍ତର ପୂର୍ବ ଆନ୍ତର୍ଜାତୀୟ ବାଣିଜ୍ୟର ଏକ ଗେଟୱେ ମଧ୍ୟ ନିର୍ମାଣ କରାଯାଉଛି । ଅଗରତାଲା-ଅଖୋରା ରେଳ ଲାଇନରୁ ବ୍ୟବସାୟର ଏକ ନୂଆ ଉପାୟ ଆରମ୍ଭ ହେବ। ସେହିଭଳି ଭାରତ, ଥାଇଲ୍ୟାଣ୍ଡ, ମିଆଁମାର ରାଜପଥ ସଡ଼କ ଭିତ୍ତିଭୂମି ମାଧ୍ୟମରେ ଉତ୍ତର ପୂର୍ବ ମଧ୍ୟ ଅନ୍ୟ ଦେଶ ସହ ସମ୍ପର୍କ ପାଇଁ ଏକ ପ୍ରବେଶ ପଥ ପାଲଟିଛି ।
ଅନେକ ଯୋଜନାର ଉଦ୍ଘାଟନଏହା ସହିତ ତ୍ରିପୁରାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗରତାଲାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଯୋଜନାର ମୂଳଦୁଆ ପକାଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ଉପସ୍ଥିତ ଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।