News 18 Odia Digital
ନୂଆଦିଲ୍ଲୀ; ଯଦି ଆପଣ ମଧ୍ୟ ରେଳଯାତ୍ରୀ ( Railway passenger ) ତାହେଲେ ଏହା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଖୁସି ଖବର (Good News) । ଭାରତୀୟ ରେଳ ବିଭାଗ ( Indian Railway ) ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଦେଇଛି । କରୋନା ସମୟରେ କ୍ଷତିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ (Senior Citizens) ଦିଆଯାଇଥିବା ଭଡା ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ବନ୍ଦ ହୋଇଯାଇଥିଲା । ଯାହା ପରେ ପରିବର୍ତ୍ତନ ହୋଇନଥିଲା। ଦୀର୍ଘ ଦିନ ହେବ ଏହାକୁ ପୁଣିଥରେ ଲାଗୁ କରିବାକୁ ଯାତ୍ରୀଙ୍କ ପକ୍ଷରୁ ଦାବି ହୋଇଥିବା ଦେଖିବାକୁ ମିଳିଥିଲା ।
ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ଏବଂ ଯାତ୍ରୀଙ୍କ ଦାବି ଉପରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କିଛି ଦିନ ତଳେ କହିଥିଲେ ଯେ, ରେଳ ବିଭାଗ ଦ୍ୱାରା ଯାତ୍ରୀ ଟିକେଟ୍ ଉପରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି। ରେଳବାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨-୨୦୨୩ ମସିହାରେ ବାର୍ଷିକ ୪୧,୦୦୦ କୋଟି ଟଙ୍କା ଅତିରିକ୍ତ ଆୟ ସଂଗ୍ରହ କରାଯାଇଛି । ରେଳବାଇ ପକ୍ଷରୁ ଏହା ସୂଚନା ରହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସମୁଦାୟ ୧,୯୧,୧୬୨ କୋଟି ଟଙ୍କା ଆୟ ହୋଇଛି।
ରେଳବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ବର୍ଷ ପୂର୍ବରୁ ସମାନ ଅବଧିରେ ଏହା ୧,୪୮,୯୭୦ କୋଟି ଟଙ୍କା ଥିଲା। ପରିସଂଖ୍ୟାନ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ରେଳବାଇ ଏପର୍ଯ୍ୟନ୍ତ ୧୧୮୫ ନିୟୁତ ଟନ୍ ସାମଗ୍ରୀ ପରିବହନ କରିଛି। ରେଳବାଇ ପକ୍ଷରୁ ୨୦୨୨-୨୦୨୩ ରେ ମୋଟ ୨ଲକ୍ଷ ୩୫ହଜାର କୋଟି ଟଙ୍କା ଆୟ ଆଶା ରହିଛି । ଏହାପୂର୍ବରୁ ରେଳବାଇର ଅତିରିକ୍ତ ରୋଜଗାରର ଆକଳନ ସାମ୍ନାକୁ ଆସିଛି । ରେଳବାଇର ରାଜସ୍ୱ ବୃଦ୍ଧି ସହିତ ବରିଷ୍ଠ ନାଗରିକଙ୍କ ଟିକେଟ୍ ଛାଡ ପୁଣିଥରେ ହୋଇପାରେ ବୋଲି ଆଶା ରହିଛି ।
ରେଳବାଇର ରାଜସ୍ୱ ବୃଦ୍ଧି ଖବର ପାଇବା ପରେ କରୋନା ସମୟ ପୂର୍ବରୁ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିବା ଟିକେଟ୍ ଉପରେ ରିହାତି ଫେରସ୍ତ ପାଇଁ ସମ୍ଭାବନା ବୃଦ୍ଧି ପାଇବ ବୋଲି ରେଳଯାତ୍ରୀ ଆଶା ପ୍ରକାଶ କରିଛନ୍ତି । ରେଳ ଭଡା ଛାଡ଼ ଦାବି ବିଷୟ ଉପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ରେଳବିଭାଗ ଦ୍ୱାରା ଭଡା ଉପରେ ୫୫ % ସବସିଡି ଦିଆଯାଉଛି । ବର୍ତ୍ତମାନ ଏହା ଦେଖିବାକୁ ଅପେକ୍ଷା ଯେ, ବରିଷ୍ଠ ନାଗରିକମାନଙ୍କୁ ପୂର୍ବ ପରି ପୁଣିଥରେ ଭଡ଼ାରେ ଛାଡ ମିଳିବ କି ନାହିଁ ।
ଅଧିକ ଖବର ପଢନ୍ତୁ -
http://ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ବିବାଦ; ହରଡଘଣାରେ ପକାଇବ କି ଶ୍ରୀୟାଙ୍କ ପ୍ରମାଣ?ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।