ପ୍ରସ୍ତୁତ ରଖନ୍ତୁ ରେଜୁମି... କରୋନା ସଙ୍କଟ ମଧ୍ୟରେ ଏହି କମ୍ପାନୀଗୁଡିକ ଦେବେ ୧ ଲକ୍ଷ ଲୋକଙ୍କୁ JOB

କରୋନା ଭାଇରସ୍ (Coronavirus pandemic) ମହାମାରୀ ମଧ୍ୟରେ ଭାରତରେ ଆଇଟି ପ୍ରଫେସନାଲଙ୍କ (IT Professionals) ପାଇଁ ଏକ ଖୁସି ଖବର ଅଛି । ଚଳିତ ବର୍ଷ ଆଇଟି କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ପୂରଣ କରିବାକୁ TCS, Infosys, Wipro ଓ HCL Tech ପ୍ରାୟ ୧ ଲକ୍ଷ ନୂଆ ଲୋକଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବେ ।

ପ୍ରସ୍ତୁତ ରଖନ୍ତୁ ରେଜୁମି... କରୋନା ସଙ୍କଟ ମଧ୍ୟରେ ଏହି କମ୍ପାନୀଗୁଡିକ ଦେବେ ୧ ଲକ୍ଷ ଲୋକଙ୍କୁ JOB
କରୋନା ସଙ୍କଟ ମଧ୍ୟରେ ଏହି କମ୍ପାନୀଗୁଡିକ ଦେବେ ୧ ଲକ୍ଷ ଲୋକଙ୍କୁ JOB
  • News18 Odia
  • Last Updated: April 17, 2021, 2:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ମଧ୍ୟରେ ଭାରତରେ ଆଇଟି ପ୍ରଫେସନାଲଙ୍କ (IT Professionals) ପାଇଁ ଏକ ଖୁସି ଖବର ଅଛି । ଦେଶର ଚାରୋଟି ବଡ ଆଇଟି କମ୍ପାନୀ TCS, Infosys, Wipro ଓ HCL Tech ଏକ ବଡ଼ ଧରଣର ଚାକିରି ଦେବା ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି । ଏହି ଚାରିଟି କମ୍ପାନୀ ଚଳିତ ବର୍ଷ ଦେଶର ପ୍ରାୟ ୧ ଲକ୍ଷ ଫ୍ରେଶର୍ଙ୍କୁ ଚାକିରି ପ୍ରଦାନ କରିବେ ।

୪୫ ପ୍ରତିଶତ ଅଧିକ ଚାକିରି
ଭାରତର ଶୀର୍ଷ ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍ ଓ ୱିପ୍ରୋ ଶେଷ ବର୍ଷ ତୁଳନାରେ ୨୦୨୧ ଆର୍ଥିକ ବର୍ଷରେ (FY21) ୪୫ ପ୍ରତିଶତ ଅଧିକ ଚାକିରି ଦେଇଛନ୍ତି । ଯାହା ସେମାନଙ୍କ କାର୍ଯ୍ୟକୁ ଡିଜିଟାଇଜେସନ୍ କରୁଥିବା କମ୍ପାନୀ ସଂଖ୍ୟା ଯୋଗୁଁ ସଫ୍ଟୱେର୍ ସେବା ବୃଦ୍ଧି ହେବାର ଚାହିଦା ପୂରଣ କରିଛି ।

ଦରମା ବୃଦ୍ଧି ଓ ବୋନସ୍ ମଧ୍ୟ
ଆଇଟି ପ୍ରଫେସନାଲମାନଙ୍କୁ ଚାକିରି ଦେବାର ଏହି ପ୍ରକ୍ରିୟା ଦରମା ବୃଦ୍ଧି ଓ ବୋନସ ସହିତ ଜାରି ରହିବ । ଚଳିତ ବର୍ଷ ଆଇଟି କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଟିସିଏସ୍, ଇନଫୋସିସ୍, ୱିପ୍ରୋ ଓ ଏଚସିଏଲ ଟେକ୍ ନିଜ କମ୍ପାନୀରେ ପ୍ରାୟ ୧ ଲକ୍ଷ ନୂଆ ଲୋକଙ୍କୁ ନିଯୁକ୍ତି ଦେବେ ।

TCS ରେ ୪୦ ହଜାର ନୂତନ ନିଯୁକ୍ତି
ବିଶ୍ୱର ସର୍ବବୃହତ ଆଇଟି କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ ଟିସିଏସ୍ କହିଛି ଯେ କମ୍ପାନୀ ୨୦୨୨ ଆର୍ଥିକ ବର୍ଷରେ (FY22) ୪୦ ହଜାର ନୂତନ ଲୋକଙ୍କୁ ଚାକିରି ଯୋଗାଇବ ଓ ଏହା ସହିତ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହେବ । ଏଥି ସହିତ ଏହି ଆର୍ଥିକ ବର୍ଷରେ ୨୬ ହଜାର ନୂତନ ଲୋକଙ୍କୁ ଇନଫୋସିସ୍ ଦ୍ୱାରା ଚାକିରି ଦିଆଯିବ ଓ ଚଳିତ ବର୍ଷ HCL ଟେକ୍ ଦ୍ୱାରା ୧୨ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ ।

ୱିପ୍ରୋରେ ମଧ୍ୟ ନୂତନ ଚାକିରିର ସୁଯୋଗ
ଯଦିଓ ଚଳିତ ବର୍ଷ କେତେ ଲୋକଙ୍କୁ ନୂତନ ଚାକିରି ଦିଆଯିବ ତାହା ୱିପ୍ରୋ କହି ନାହିଁ କିନ୍ତୁ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ (Chief Human Resources Officer) ସୌରବ ଗିଲ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀରେ ଅଧିକ ଚାକିରି ଦିଆଯିବ । ଗତ ବର୍ଷରେ ଅର୍ଥାତ୍ ଆର୍ଥିକବର୍ଷ ୨୦୨୧ ରେ କମ୍ପାନୀ ୯ ହଜାର ନୂତନ ଲୋକଙ୍କୁ ଚାକିରି ଦେଇଥିଲା ।
Published by: Jagdish Barik
First published: April 17, 2021, 1:12 PM IST