୩ମାସ ପରେ ଆସିଲା ଖୁସି ଖବର, ଇଣ୍ଡଷ୍ଟ୍ରିଆଲ ଗ୍ରୋଥ -୩.୮୦ ପ୍ରତିଶତରୁ ବଢ଼ି ହେଲା ୧.୮୦ ପ୍ରତିଶତ

ନଭେମ୍ବରରେ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ ୩ମାସ ପରେ ଉପରକୁ ଆସିଛି । ଏହା ବର୍ତ୍ତମାନ -୩.୮୦ରୁ ବଢ଼ି ୧.୮୦ରେ ପହଞ୍ଚି ଯାଇଛି ।

୩ମାସ ପରେ ଆସିଲା ଖୁସି ଖବର, ଇଣ୍ଡଷ୍ଟ୍ରିଆଲ ଗ୍ରୋଥ -୩.୮୦ ପ୍ରତିଶତରୁ ବଢ଼ି ହେଲା ୧.୮୦ ପ୍ରତିଶତ
ଭାରତ ସରକାରଙ୍କ ସାଙ୍ଖିକ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ବିକାଶ ସୂଚୀ
  • News18 Odia
  • Last Updated: January 10, 2020, 8:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଲଗାତାର ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାରଙ୍କୁ ପାଇଁ ଖୁସି ଖବର ଆସିଛି । ନଭେମ୍ବରରେ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ ୩ମାସ ପରେ କିଛିଟା ଉନ୍ନତ ହୋଇଛି । ଏହା ପୂର୍ବରୁ -୩.୮୦ ରହିଥିବାବେଳେ ଏବେ ବଢ଼ିଯାଇ ୧.୮୦ରେ ପହଞ୍ଚିଛି । ଅକ୍ଟୋବର ମାସରେ ଆଇଆଇପି ଗ୍ରୋଥ -୩.୮ ପ୍ରତିଶତ ରହିଥିବାଳେ ଏହା ପୂର୍ବରୁ -୫.୪ ପ୍ରତିଶତ ରହିଥିଲା । ଓୗଦ୍ୟଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ର କୌଣସି ଦେଶର ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି । ଏଥିରୁ ଜଣାପଡ଼ିଥାଏ କି ଦେଶର ଅର୍ଥବ୍ୟବସ୍ଥାରେ ଓୗଦ୍ୟଗିକ ବୃଦ୍ଧି କେଉଁ ଗତିରେ ହେଉଛି ।

ଏନ୍ଏସ୍ଓ(ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବିତ୍ତୀୟ ବର୍ଷର ଅପ୍ରେଲ ରୁ ନଭେମ୍ବର ପର୍ଯ୍ୟନ୍ତ ଆଇଆଇପି ଗ୍ରୋଥ ୦.୬୦ ପ୍ରତିଶତ ରହିଥିଲା । ଯାହାକି ବିତ୍ତୀୟ ବର୍ଷ (ଏଫଓ୍ବାଇ୨୦୧୮-୧୯)ରେ ୫ ପ୍ରତିଶତ ରହିଥିଲା । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆଇଆଇପି ଗ୍ରୋଥ ରିକୋଭାରୀ ମେନୁଫାକ୍ଚରିଂ ଏକ୍ଟିଭିଟି ବଢ଼ିବାରୁ ସମ୍ଭବ ହୋଇଛି । ତଥ୍ୟ ଅନୁସାରେ ବର୍ଷ ୨୦୧୮ ତୁଳନାରେ ମେନୁଫାକ୍ଚରିଂ ଗ୍ରୋଥ -୦.୭ପ୍ରତିଶତରୁ ବଢ଼ି ୨.୭ ପ୍ରତିଶତ ହୋଇଯାଇଛି । ଇଲେକ୍ଟ୍ରିସିଟି ଗ୍ରୋଥ ନହେବା ମଧ୍ୟ ଏକ ଚିନ୍ତାର କାରଣ । ଏହା ଏହି କଥାର ସଙ୍କେତ କି ଏହି ଗ୍ରୋଥ ସ୍ଥାୟୀ ନୁହେଁ ।

ଏସକୋର୍ଟ ସିକ୍ୟୁରିଟିର ରିସର୍ଚ୍ଚ ହେଡ ଆସିଫ ଇକବାଲ କୁହନ୍ତି କି ଭଲ ଆଇଆଇପିର ଫରକ ସେୟାର ବଜାର ଉପରେ ପଡ଼ିଥିଲା । ଏହା ଫଳରେ ନିଫ୍ଟିର ବଡ଼ ସେୟାର ଉପରେ ପଇସା ଲଗାଇ ଭଲ ଲାଭ କମେଇ ପାରିବେ । ବ୍ରୋକରେଜ ହାଉସର ଜଣାଶୁଣା ସେୟାର ଉପରେ ନଜର ପକାଇବା ତ କ୍ରେଡିଟ ସୁଇସର ବର୍ତ୍ତମାନ ସ୍ଥିତି ପାଓ୍ବାର ଗ୍ରୀଡ ସେୟାର ଆକର୍ଷକ ଲାଗୁଛି । ରିପୋର୍ଟରେ କୁହାଯାଇଛି କି ସେୟାର ୩୪ ପ୍ରତିଶତ ବଢ଼ିଯାଇପାରେ । ସେୟାର ଉପରେ ୨୫୦ ଟଙ୍କା ଲକ୍ଷ୍ୟ ରଖାଯାଇଛି ।
First published: January 10, 2020, 8:59 PM IST