Flipkart ର ୧୨,୦୦୦ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର! ମେ' ପର୍ଯ୍ୟନ୍ତ ଘରୁ କାମ କରିବାକୁ ପଡିବ
ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ୧୨,୦୦୦ କର୍ମଚାରୀଙ୍କ ଘରୁ କାମ (Work From Home) କରିବାର ଅବଧି ମେ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । କୋଭିଡ -୧୯ ପଜିଟିଭ ଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ୨୮ ଦିନର ଏକ ସ୍ୱତନ୍ତ୍ର ଛୁଟି ପଲିସି ମଧ୍ୟ ଘୋଷଣା କରିଛି ।

Flipkart ର ୧୨,୦୦୦ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର!
- News18 Odia
- Last Updated: December 5, 2020, 9:49 AM IST
ନୂଆ ଦିଲ୍ଲୀ: ନିକଟ ଭବିଷ୍ୟତରେ କରୋନା ଭୂତାଣୁ ମହାମାରୀ ସମାପ୍ତ ହେବାର କୌଣସି ସଂକେତ ଦେଖା ଯାଉନାହିଁ । ଏହି ସମୟରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏହାର ୧୨,୦୦୦ କର୍ମଚାରୀଙ୍କ ଘରୁ କାମ କରିବାର ଅବଧି ବଢ଼ାଇ ଦେଇଛି । ବର୍ତ୍ତମାନ ଏହି କର୍ମଚାରୀମାନେ ୩୧ ମଇ ୨୦୨୧ ପର୍ଯ୍ୟନ୍ତ 'ୱାର୍କ ଫର୍ମ ହୋମ' ପଲିସୀ ଅନୁଯାୟୀ ଘରୁ କାମ କରିବେ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ୱାଲମାର୍ଟର ମାଲିକାନାରେ ଥିବା ଏହି ସଂସ୍ଥା ଏହି ନିଷ୍ପତ୍ତି ନେଇଛି । ଫ୍ଲିପକାର୍ଟ ଏହାର 'ବେକ ଟୁ ଅଫିସ ପ୍ଲାନ' ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ମେ ପର୍ଯ୍ୟନ୍ତ ବନ୍ଦ କରି ଦେଇଛି । କିଛି ଦିନ ପୂର୍ବେ ଆମାଜନ (Amazon) ମଧ୍ୟ ଏହାର କର୍ମଚାରୀଙ୍କ ପାଇଁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସମୟ ବଢ଼ାଇ ଦେଇଛି ।
କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ିବ
ବିଜନେସ୍ ଷ୍ଟାଣ୍ଡାର୍ଡ ଏହାର ଏକ ରିପୋର୍ଟରେ ଏହି ବିଷୟରେ ସୂଚନା ଦେଇଛି । ଫ୍ଲିପକାର୍ଟ ସେହି ଟିମଗୁଡିକ ପାଇଁ ଅଫିସ୍ ଡାକିବା ଜାରି ରଖିଛି । ଯେଉଁମାନେ ପୂର୍ବରୁ ଅଫିସରୁ ରୋଷ୍ଟର ଆଧାରରେ କାମ କରୁଛନ୍ତି । ତଥାପି ଅନ୍ୟ ସମସ୍ତ କର୍ମଚାରୀ ଘରୁ କାମ ଜାରି ରଖିବେ । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶାବଳୀ ଓ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ ।
କୋଭିଡ୍ ଛୁଟି ପଲିସି
ଘରୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଫ୍ଲିପକାର୍ଟ 'Covid Care Leaves' ମଧ୍ୟ ଉପସ୍ଥାପନ କରିଛି । ଯଦି କୌଣସି କର୍ମଚାରୀ କୋଭିଡ -୧୯ ପଜିଟିଭ୍ ବୋଲି ଜଣାପଡେ । ତେବେ ସେମାନେ ଏହା ଅଧୀନରେ ୨୮ ଦିନ ଆରାମ ପାଇବେ । ଏହି ଛୁଟି ପ୍ରଦାନ କରାଯିବ ଅର୍ଥାତ୍ କର୍ମଚାରୀଙ୍କ କୌଣସି ପେମେଣ୍ଟ କାଟିବ ନାହିଁ ।