କୃଷକଙ୍କ ପାଇଁ ଖୁସି ଖବର ! ୧୩ ତମ କିସ୍ତି ପୂର୍ବରୁ ସରକାରଙ୍କ ବଡ ଘୋଷଣା, ମିଳିବ ବଡ଼ ରାଶି

କୃଷକମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ତଥା ଋଣମୁକ୍ତ କରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି ।

କୃଷକଙ୍କ ପାଇଁ ଖୁସି ଖବର ! ୧୩ ତମ କିସ୍ତି ପୂର୍ବରୁ ସରକାରଙ୍କ ବଡ ଘୋଷଣା, ମିଳିବ ବଡ଼ ରାଶି

କୃଷକଙ୍କ ପାଇଁ ଖୁସି ଖବର ! ୧୩ ତମ କିସ୍ତି ପୂର୍ବରୁ ସରକାରଙ୍କ ବଡ ଘୋଷଣା, ମିଳିବ ବଡ଼ ରାଶି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

PM Kissan Latest News: ଦେଶର କୃଷକମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ତଥା ଋଣମୁକ୍ତ କରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି । ଏହି ସମୟରେ ସରକାର ଚିନି ମିଲ ପାଇଁ ରପ୍ତାନି କୋଟା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତଥର ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର କମ୍ କୋଟା ଦିଆଯିବାକୁ ନେଇ ବିରୋଧ କରିଥିଲେ । ଏଭଳି ପରିସ୍ଥିତିରେ ସରକାର ସେମାନଙ୍କୁ ୩ ରୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଅତିରିକ୍ତ କୋଟା ପ୍ରଦାନ କରିପାରିବେ ବୋଲି କୁହାଯାଉଛି ।

ଚିନି ରପ୍ତାନି କୋଟା ବୃଦ୍ଧି ପାଇବ !

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଚିନି ରପ୍ତାନି କୋଟା ବୃଦ୍ଧି କରିବାକୁ ଯାଉଛନ୍ତି । ବର୍ତ୍ତମାନ ସରକାର ୧.୫ ଲକ୍ଷ ମେଟ୍ରିକ୍ ଟନ୍ ଅତିରିକ୍ତ କୋଟା ଜାରି କରିଛନ୍ତି । କିନ୍ତୁ ଆଗାମୀ ଦିନରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଚିନି କାରଖାନା ପାଇଁ ରପ୍ତାନି କୋଟା ବୃଦ୍ଧି ପାଇବ ।

ସରକାର ଏକ୍ସଟ୍ରା କୋଟା ପ୍ରଦାନ କରିବେ

ସୂଚନାନୁସାରେ, ସରକାର ୩ ରୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଅତିରିକ୍ତ କୋଟା ଜାରି କରିବେ । ବାସ୍ତବରେ ସରକାର ଚଳିତ ବର୍ଷ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଚିନି ରପ୍ତାନି କୋଟା ସ୍ଥିର କରିଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାର ଚଳିତ ବର୍ଷ କମ୍ ରପ୍ତାନି କୋଟା ପ୍ରଦାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଉତ୍ତରପ୍ରଦେଶର ଚିନି ମିଲଗୁଡିକ ପ୍ରିମିୟମରେ କୋଟା ବିକ୍ରି କରୁଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି ।

ଅକ୍ଟୋବର-ନଭେମ୍ବରରେ ଚିନି ଉତ୍ପାଦନ ସ୍ୱାଭାବିକ

ଇଣ୍ଡିଆନ୍ ସୁଗାର ମିଲ୍ସ ଆସୋସିଏସନ୍ (ଆଇଏସ୍ଏମ୍ଏ) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଦେଶର ଚିନି ଉତ୍ପାଦନ ଏଥର ସ୍ୱାଭାବିକ ହୋଇଛି, ଅକ୍ଟୋବର-ନଭେମ୍ବରରେ ୪.୭୯ ନିୟୁତ ଟନ୍ ବୃଦ୍ଧି ଘଟିଛି । ଇଣ୍ଡିଆନ୍ ସୁଗାର ମିଲ୍ସ ଆସୋସିଏସନ୍ (ଆଇଏସ୍ଏମ୍ଏ) ୨ ଡିସେମ୍ବରରେ ଏହି ସୂଚନା ଦେଇଥିଲା । ଚିନିର ମାର୍କେଟିଂ ବର୍ଷ ଅକ୍ଟୋବରରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।
Published by:Soubhagya Mishra
First published: