7th pay commission:କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର;କମିଲା ଘର ନିର୍ମାଣ ପାଇଁ ଋଣ

କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଗୃହ ନିର୍ମାଣ ଆଡଭାନ୍ସ (HBA) ଉପରେ ସୁଧ ହାରକୁ ୭.୧ ପ୍ରତିଶତକୁ ହ୍ରାସ କରିଛନ୍ତି।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ସପ୍ତମ ବେତନ କମିଶନ : ଗୋଟିଏ ପଟେ ଘର ଋଣ ମହଙ୍ଗା ହେଉଛି ଯେଉଁଥିପାଇଁ ଇଏମଆଇ(EMI) ମହଙ୍ଗା ହେଉଛି । କିନ୍ତୁ ବ୍ୟୟବହୁଳ ଇଏମଆଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିବ ନାହିଁ । କାରଣ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଶସ୍ତା ଘର ଋଣର ସୁବିଧା କରିଛନ୍ତି। ଯାହାଫଳରେ ସେମାନେ ଶସ୍ତା ୠଣର ସୁଯୋଗ ନେଇ ନିଜ ସ୍ୱପ୍ନର ଘର ତିଆରି କିମ୍ବା କିଣି ପାରିବେ। କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ହାଉସିଂ ବିଲଡିଂ ଆଡଭାନ୍ସ ଉପରେ ସୁଧ ହାର ହ୍ରାସ କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷ ପାଇଁ ଗୃହ ନିର୍ମାଣ ଆଡଭାନ୍ସ (HBA) ଉପରେ ସୁଧ ହାରକୁ ୭.୧ ପ୍ରତିଶତକୁ ହ୍ରାସ କରିଛି। ବେସରକାରୀ ବ୍ୟାଙ୍କଗୁଡିକର ଘର ୠଣ ବର୍ତ୍ତମାନ ୭.୫୫ ପ୍ରତିଶତରୁ ଆରମ୍ଭ ହେବ।

୧୦ ବର୍ଷର ସରକାରୀ ବଣ୍ଡର (ରିଟର୍ଣ୍ଣ) ଆଧାରରେ ଗୃହ ନିର୍ମାଣ ଆଡଭାନ୍ସ ଉପରେ ସୁଧ ହାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୦-୨୧ ରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ, ଯେଉଁଠାରେ ଗୃହ ନିର୍ମାଣ ଅଗ୍ରୀମ ଉପରେ ସୁଧ ହାର ୭.୯ ପ୍ରତିଶତ ଥିଲା । ଏହି ସୁଧ ହାର ୧ ଅକ୍ଟୋବର ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧୮ ମାସ ପାଇଁ ପ୍ରଯୁଜ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ୭.୧ ପ୍ରତିଶତକୁ ହ୍ରାସ କରାଯାଇଛି। ଅର୍ଥାତ୍ ସୁଧ ହାର ୦.୮୦ ପ୍ରତିଶତ ହ୍ରାସ କରାଯାଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଘର ନିର୍ମାଣ କରିପାରିବେ କିମ୍ବା ହାଉସିଂ ବିଲଡିଂ ଆଡଭାନ୍ସ ନେଇ ନିଜ ପାଇଁ ଫ୍ଲାଟ କିଣିପାରିବେ ।
Published by:Sujit Swain
First published: