ଖାଉଟିଙ୍କ ପାଇଁ ଖୁସି ଖବର: ଖାଇବା ତେଲ ହେବ ଏତେ ଶସ୍ତା !
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ। ଏବେ କିନ୍ତୁ ଖାଉଟିଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର । ଖାଇବା ତେଲର ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ଏହା ଉପରେ ସରକାର (govt) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଖାଇବା ତୈଳ କମ୍ପାନି ଗୁଡିକ ସରକାରଙ୍କ ପରାମର୍ଶ କ୍ରମେ ତେଲର ମୂଲ୍ୟକୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ତୈଳଜାତ ଦ୍ରବ୍ୟର ମୂଲ୍ୟରେ ହ୍ରାସ ଘଟିଛି, ଯେଉଁଥିପାଇଁ କମ୍ପାନି ଗୁଡିକ ଖାଇବା ତେଲର ମୂଲ୍ୟରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଆସନ୍ତା ଦିନରେ ଏହି ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ବିଶେଷକରି ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ଦିନରେ ଏହି ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଖାଇବା ତେଲର ଅହେତୁକ ଦାମ୍ ବୃଦ୍ଧିକୁ ଦେଖି କେନ୍ଦ୍ର ଟିକସ ଛାଡ଼ ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।
ବଜାରରେ ଫରଚୁନ୍ ବ୍ରାଣ୍ଡର ମାଲିକ ଲିଟର ପ୍ରତି ୫ ଟଙ୍କା ହ୍ରାସ କରିବାକୁ ଥିବା ବେଳେ ଫ୍ୟାଟ୍ ଇଣ୍ଡିଆର କମ୍ପାନୀ ଲିଟର ପ୍ରତି ୧୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସୁବିଧା ଗ୍ରାହକମାନେ ୩ ସପ୍ତାହ ପରେ ପାଇବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ସାଲଭେଟ ଏକ୍ସଟ୍ରାକ୍ଟର୍ସ ଅଫ୍ ଇଣ୍ଡିଆ (SEA)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସୋୟାବିନ ତେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ହ୍ରାସ ପାଇବ। ଗତ ଛଅ ମାସ ମଧ୍ୟରେ, ବିଶେଷ କରି ଗତ ୬୦ ଦିନ ମଧ୍ୟରେ ରିଫାଇନ ତେଲର ମୂଲ୍ୟ ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସ ପାଇଛି। ସୋୟାବିନ୍ ଏବଂ ସୋରିଷର ବହୁଳ ଉତ୍ପାଦନ ସତ୍ତେ ସ୍ଥାନୀୟ ମୂଲ୍ୟ ଆନ୍ତର୍ଜାତୀୟ ବଜାର ସହିତ ମେଳ ଖାଉ ନାହିଁ । ତୈଳ ଉପ୍ତାଦନ କମ୍ପାନି ମାନଙ୍କର ତଥ୍ୟ ଅନୁଯାୟୀ, ସୋରିଷ ତେଲର ଲିଟର ପିଛା ଦାମ୍ ୧୫୧.୨୬ ଟଙ୍କା, ସୋୟା ତେଲ ଲିଟର ପିଛା ୧୩୭.୩୮ ଟଙ୍କା, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୪୫.୧୨ ଟଙ୍କା ରହିଛି । ଯାହାକି ଆସନ୍ତା ତିନି ସପ୍ତାହ ମଧ୍ୟରେ ହ୍ରାସ ଘଟିବ । ତେଲ ଦାମ୍ ହ୍ରାସ ପାଇଲେ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିବ ।
ରିପୋର୍ଟ- ରାଜଶ୍ରୀ ନାୟକ
ଏହି ଖବର ପଢ଼ନ୍ତୁ -
ଶସ୍ତା ହେଲା ପେଟ୍ରୋଲ୍ ଡିଜେଲ୍ ! ଜାଣନ୍ତୁ କ'ଣ ରହିଛି ନୂଆ ଦରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।