ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ! ଆସନ୍ତା ସପ୍ତାହରେ ଖୋଲିବ ଭାରତୀୟ ରେଳ ଅର୍ଥ ନିଗମର IPO

ଯଦି ଆପଣ ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ କରିବାକୁ ଚିନ୍ତା କରୁଛନ୍ତି । ତେବେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନର (IRFC) ପ୍ରାରମ୍ଭିକ ପବ୍ଲିକ୍ ଅଫର୍ (IPO) ଆସନ୍ତା ସପ୍ତାହରେ ଖୋଲିବାକୁ ଯାଉଛି । ଜାଣନ୍ତୁ ଏହା ସହ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ କଥା ।

ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ! ଆସନ୍ତା ସପ୍ତାହରେ ଖୋଲିବ ଭାରତୀୟ ରେଳ ଅର୍ଥ ନିଗମର IPO
ଆସନ୍ତା ସପ୍ତାହରେ ଖୋଲିବ ଭାରତୀୟ ରେଳ ଅର୍ଥ ନିଗମର IPO
  • News18 Odia
  • Last Updated: January 13, 2021, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନର (IRFC) ୪୬୦୦ କୋଟି ଟଙ୍କାର ପ୍ରାରମ୍ଭିକ ପବ୍ଲିକ୍ ଅଫର (IPO) ଆସନ୍ତା ସପ୍ତାହରେ ଖୋଲିବାକୁ ଯାଉଛି । IRFC ହେଉଛି ଏକ ସାର୍ବଜନୀନ କ୍ଷେତ୍ର କମ୍ପାନୀ ଯାହା ଭାରତୀୟ ରେଳ (Indian Railway) ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥାଏ । ଏହି କମ୍ପାନୀ ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ କମ୍ପାନୀ ବର୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ପଞ୍ଜିକୃତ ହୋଇଛି । ସାର୍ବଜନୀନ କ୍ଷେତ୍ରରେ ଏକ ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ (NBFC) ଦ୍ୱାରା ଏହା ପ୍ରଥମ ଆଇପିଓ ହେବ ।

ଆଇଆରଏଫସି ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅମିତାଭ ବାନାର୍ଜୀ କହିଛନ୍ତି ଯେ ପ୍ରାୟ ୪,୬୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିବାର ଯୋଜନା ରହିଛି । ଏହି ଆଇପିଓ ଜାନୁଆରୀ ୧୮ ରେ ଖୋଲିବ ଓ ଜାନୁଆରୀ ୨୦ ରେ ବନ୍ଦ ହେବ ।

ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଟ୍ୱିଟ୍ କରି କହିଛନ୍ତି ଯେ ଆଇଆରଏଫସି ୨୫ ରୁ ୨୬ ଟଙ୍କା ମୂଲ୍ୟର ବ୍ୟାଣ୍ଡରେ ୪,୬୦୦ କୋଟିରୁ ଅଧିକ ମୂଲ୍ୟର ଆଇପିଓ ପ୍ରଦାନ କରିବ । ଯେଉଁଥିରେ ଆଙ୍କର୍ ବୁକ୍ ୧୫ ଜାନୁଆରୀରେ ଖୋଲିବ ଓ ମେନ ବୁକ୍ ୧୮ ରୁ ୨୦ ଜାନୁୟାରୀ ମଧ୍ୟରେ ଖୋଲାଯିବ ।



IRFC ୧୨ ଡିସେମ୍ବର ୧୯୮୬ ରେ ପ୍ରତିଷ୍ଠିତ ହୋଇଥିଲା
ଘରୋଇ ତଥା ବୈଦେଶିକ ପୁଞ୍ଜି ବଜାରରୁ ପାଣ୍ଠି ସଂଗ୍ରହ ପାଇଁ ଭାରତୀୟ ରେଳବାଇର ଏକ ଉତ୍ସର୍ଗୀକୃତ ଆର୍ଥିକ ବାହୁ ଭାବରେ ୧୨ ଡିସେମ୍ବର ୧୯୮୬ ରେ ଭାରତୀୟ ରେଳ ଅର୍ଥ ନିଗମ (IRFC) ପ୍ରତିଷ୍ଠା କରାଯାଇଥିଲା । ଅମିତାଭ କହିଛନ୍ତି ଯେ ଆଇପିଓ କମ୍ପାନୀର ମୂଲ୍ୟକୁ ଆହୁରି ବଢ଼ାଇବ ଓ ଉନ୍ନତ କର୍ପୋରେଟ୍ ଶାସନ ନିୟମ ଆଣିବ । ଏହା କମ୍ପାନୀର କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆଣିବ ।

କେନ୍ଦ୍ର କ୍ୟାବିନେଟ୍ ଏପ୍ରିଲ୍ ୨୦୧୭ ରେ ପାଞ୍ଚଟି ରେଳ କମ୍ପାନୀକୁ ଅନୁମୋଦନ କରିଛି । ସେଥିମଧ୍ୟରୁ ଆଇଆରକନ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍, ରାଇଟ୍ସ ଲିମିଟେଡ୍, ରେଳ ବିକାଶ ନିଗମ ଲିମିଟେଡ୍ ଓ ଇଣ୍ଡିଆନ୍ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପ (ଆଇଆରସିଟିସି) ପୂର୍ବରୁ ତାଲିକାଭୁକ୍ତ ହୋଇଛି ।

ଏହିପରି କରନ୍ତୁ ଆବେଦନ
ଅନ୍ୟ କୌଣସି ଆଇପିଓ ପରି ଯେକୌଣସି ବ୍ୟକ୍ତି ସେମାନଙ୍କ ବ୍ୟାଙ୍କରେ ଉପଲବ୍ଧ ବ୍ଲକ୍ ରାଶି ଦ୍ୱାରା ସମର୍ଥିତ ଆବେଦନ ମାଧ୍ୟମରେ ଆବେଦନ କରିପାରିବେ । ଏହା ବ୍ୟତୀତ IPO ଫର୍ମ ଦ୍ୱାରା ଆବେଦନ ମଧ୍ୟ କରାଯାଇହେବ ।
Published by: Jagdish Barik
First published: January 13, 2021, 1:18 PM IST
corona virus btn
corona virus btn
Loading