Gold Silver Rate: ସୁନା ଦର ଆଜି ପୁଣି ହ୍ରାସ ପାଇଛି; ପାର୍ବଣ ପୂର୍ବରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା

ବିଶ୍ୱ ବଜାରରେ ଆଜି ସୁନା ଦରରେ ହ୍ରାସ ଘଟିଛି । ହାଜିରରେ ସୁନା ୦.୧ ପ୍ରତିଶତ ହ୍ରାସ ହୋଇ ୧,୮୯୬.୦୩ ଡଲାର ପ୍ରତି ଓଉନ୍ସ ରେ ପହଞ୍ଚିଛି । ରୂପା ୦.୨ ପ୍ରତିଶତ ବୃଦ୍ଧି ହୋଇ ୨୪.୨୨ ଡ଼ଲାର ପ୍ରତି ଓଉନ୍ସ ରେ ପହଞ୍ଚିଛି ।

Gold Silver Rate: ସୁନା ଦର ଆଜି ପୁଣି ହ୍ରାସ ପାଇଛି; ପାର୍ବଣ ପୂର୍ବରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା
ପାର୍ବଣ ପୂର୍ବରୁ ସୁନା ୬୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା
  • News18 Odia
  • Last Updated: September 30, 2020, 1:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନାର ଦର (Gold Prices) ଗୋଟିଏ ଦିନ ବୃଦ୍ଧି ପରେ ଆଜି ହ୍ରାସ ହୋଇଥିବା ଦେଖିବାକୁ ମିଳୁଛି । ଏମସିଏକ୍ସ (MCX) ଉପରେ ଡିସେମ୍ବର ମାସରେ ସୁନା ଦର ୦.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୫୦,୩୮୬ ଟଙ୍କା ହୋଇଛି । ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୁନା ହ୍ରାସ ଘଟିଛି । ପୂର୍ବ ଅଧିବେଶନରେ ସୁନା ଏକ ପ୍ରତିଶତ ଅର୍ଥାତ୍ ପ୍ରାୟ ୫୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ, ରୂପା କିଲୋଗ୍ରାମରେ ୧,୯୦୦ ଟଙ୍କା ବୃଦ୍ଧି ପାଇଥିଲା । ସକାଳର ଅଧ ଘଣ୍ଟାର କାରବାରରେ ସୁନା ଦର ସର୍ବନିମ୍ନ ୫୦୪୫୦ ଟଙ୍କା ଓ ସର୍ବାଧିକ ୫୦୫୫୯ ଟଙ୍କା ଛୁଇଁଥିଲା । ୭ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିବା ପରେ ସୁନା ଦରରେ ବହୁତ ପରିବର୍ତ୍ତନ ହୋଇଯାଇଛି । ଏହି ସପ୍ତାହରେ ସୁନା ଦର ୪୯,୫୦୦ ଟଙ୍କା ତଳକୁ ଖସି ଯାଇଛି ।

ବିଶ୍ୱ ବଜାରରେ ଆଜି ସୁନା ମୂଲ୍ୟରେ ହ୍ରାସ ଘଟିଛି । ହାଜିରରେ ସୁନା ୦.୧ ପ୍ରତିଶତ ହ୍ରାସ ହୋଇ ୧,୮୯୬.୦୩ ଡଲାର ପ୍ରତି ଓଉନ୍ସ ରେ ପହଞ୍ଚିଛି । ରୂପା ୦.୨ ପ୍ରତିଶତ ବୃଦ୍ଧି ହୋଇ ୨୪.୨୨ ଡଲାର ପ୍ରତି ଓଉନ୍ସ ରେ ପହଞ୍ଚିଛି ।

ଗତ ମାସରୁ ଆଜି ଯାଏଁ ୬୮୦୦ ଟଙ୍କା ସୁନା ଶସ୍ତା ହୋଇଛି
ଗତ ମାସରେ ୭ ଅଗଷ୍ଟରେ ସୁନା ଫ୍ୟୁଚର ବଜାରରେ ଏହାର ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା, ଅର୍ଥାତ୍ ସର୍ବକାଳୀନ ଉଚ୍ଚ ୧୦ ଗ୍ରାମ ପିଛା ମୂଲ୍ୟ ୫୬,୨୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥି ସହିତ ଗତ ସପ୍ତାହ ଶୁକ୍ରବାର ପର୍ଯ୍ୟନ୍ତ ସୁନା ମଧ୍ୟ ୧୦ଗ୍ରାମ ପ୍ରତି ସର୍ବନିମ୍ନ ୪୯,୩୮୦ ଟଙ୍କା ଛୁଇଁ ଥିଲା । ଅର୍ଥାତ୍ ସେହି ଦିନଠାରୁ ସୁନା ମୂଲ୍ୟ ପ୍ରାୟ ୬,୮୨୦ ଟଙ୍କା ହ୍ରାସ ପାଇଛି । ତେବେ ଶୁକ୍ରବାର ଦିନ ସୁନା ଦରରେ କିଛି ପୁନରୁଦ୍ଧାର ଘଟିଛି ।

ଯଦିଓ ଏବେ ସମୟ ସୁନା କିଣିବା ପାଇଁ ବହୁତ ଭଲ ସମୟ କିନ୍ତୁ ସୌରାଫ ବଜାରରେ କମ୍ ଚାହିଦା ହେତୁ ବିପୁଳ ରିହାତି ଦେବା ସତ୍ତ୍ୱେ ଲୋକମାନେ ପୂର୍ବ ପରି ସୁନା ପ୍ରତି ଆକର୍ଷିତ ହେଉନାହାଁନ୍ତି । ସୁନା ଡିଲରମାନେ ଗ୍ରାହକଙ୍କୁ ସୁନା ଉପରେ ଦୃଢ଼ ରିହାତି ଦେଇ ବଜାରରେ ଚାହିଦା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ୬ ସପ୍ତାହ ପାଇଁ କ୍ରମାଗତ ଭାବରେ ଗ୍ରାହକଙ୍କୁ ସୁନା ଉପରେ ରିହାତି ପ୍ରଦାନ କରିବା ଜାରି ରହିଛି । ଗତ ସପ୍ତାହରେ ଅନ୍ସ ପିଛା ୫ ଟଙ୍କା ପର୍ଯ୍ୟନ୍ତ ରିହାତି ଯାହା ୧୦ ଗ୍ରାମ ପିଛା ପ୍ରାୟ ୧୩୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ

ଏହା ବି ପଢ଼ନ୍ତୁ | T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'

କଣ ଏହି ପାର୍ବଣ ଋତୁରେ ସୁନା କମ୍ ବିକ୍ରି ହେବ କି?
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସାଧାରଣତ ଅକ୍ଟୋବର-ନଭେମ୍ବର ମଧ୍ୟରେ ସୁନା ଚାହିଦା ବଢିଥାଏ । ଏହାର କାରଣ ହେଉଛି ଉତ୍ସବର ଋତୁର ଆଗମନ ।



ସୁନାର ବିକ୍ରି ସବୁବେଳେ ଦୀପାବଳି ଆସିଲେ ବଢ଼ିଯାଇଥାଏ କିନ୍ତୁ କରୋନା ଯୋଗୁଁ ଏହି ସମୟରେ ଲୋକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଯାହାର ପ୍ରଭାବ ସୁନା ଚାହିଦା ଉପରେ ସିଧାସଳଖ ପ୍ରଭାବ ପଡିଛି ।
Published by: Jagdish Barik
First published: September 30, 2020, 1:04 PM IST
corona virus btn
corona virus btn
Loading