News18 Odia Digital
Gold Price Update: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୧୯୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୦୫୦ ଟଙ୍କା ଓ ୬୧ ,୧୫୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୬୫୦ ଟଙ୍କା ଓ ୬୧,୧୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୨୦୦ ଟଙ୍କା ଓ ୬୧,୨୮୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୦୫୦ ଟଙ୍କା ଓ ୬୧ ,୧୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଆରମ୍ଭ ହୋଇଛି ଗୁରୁ ଚଣ୍ଡାଳ ଯୋଗ; ୫ ରାଶିଙ୍କୁ ମିଳିବନି ତ୍ରାହିଚଳିତ ବର୍ଷ ଅକ୍ଷୟ ତୃତୀୟାରେ ୧୫ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା ଆକଳନ କରାଯାଇଛି। ଗତବର୍ଷ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଥିଲା। ଚଳିତ ବର୍ଷ ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ କରାଯାଉଛି। ଗତବର୍ଷ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମେ ପିଛା ୪୭ହଜାର ୧୦୦ ଟଙ୍କା ଥିଲା। ଚଳିତ ବର୍ଷ ଦାମ୍ ୫୫ହଜାର ୭୦୦ଟଙ୍କା ରହିଛି। ବର୍ଷକ ଭିତରେ ଦାମ୍ରେ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିଲେ ମଧ୍ୟ ବିବାହ ଋତୁ ପାଖେଇ ଆସୁଥିବାରୁ ଲୋକମାନେ ବହୁ ସୁନା କଣିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।